ଜିଲ୍ଲା ପରିକ୍ରମା

ଭଦ୍ରକରେ ଚାଇଲ୍ଡଲାଇନ୍ ର ପ୍ରଥମ ପରାମର୍ଶ କମିଟି ବୈଠକ

ଭଦ୍ରକ, ୪ା୫ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକରେ ଚାଇଲ୍ଡ ଲାଇନର ୨୦୧୭-୧୮ ପ୍ରଥମ ପରାମର୍ଶ କମିଟି ବୈଠକ ଜିଲ୍ଳାପାଳଙ୍କ ସଦ୍ଭାବନା ସଭାଗୃହ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଜିଲ୍ଳାପାଳ ଜ୍ଞାନ ଦାସଙ୍କ ସଭାପତିତ୍ୱ କରିଥିଲେ। ଯୌନ ନିର୍ଯ୍ୟାତନାର ଶିଶୁସୁରକ୍ଷା ଆଇନ୍ ୨୦୧୨ର ଦୋଷୀକୁ ଯେଉଁ ଦଣ୍ଡବିଧାନ ବ୍ୟବସ୍ଥା ରହିଛି ତାହା ଲାଗୁ କରାଯାଉନାହିଁ। ବହୁତ କ୍ଷେତ୍ରରେ ଦୁଇପକ୍ଷଙ୍କ ମଧ୍ୟରେ ଗୁପ୍ତରେ ଆପୋଷ ସମାଧାନ କରାଯାଉଛି। ସେଥିପ୍ରତି ଧ୍ୟାନ ରଖି ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନ୍ତୁଷ୍ଠାନ ନେବାପାଇଁ ଜିଲ୍ଳାପାଳ ଶ୍ରୀ ଦାସ ମତବ୍ୟକ୍ତ କରିଛନ୍ତି।ମୁଖ୍ୟବକ୍ତା ଭାବେ ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ଡ଼ ସୁଦର୍ଶନ ବାରିକ ତାଙ୍କ ବକ୍ତବ୍ୟରେ କହିଥିଲେ ସ୍କୁଲକୁ ଯାଉନଥିବା ପିଲା ଅଧାରୁ ପାଠପଢା ଛାଡ଼ି ବନ୍ଦ ହେଉଥିବା ପିଲାମାନେ କିପରି ସ୍କୁଲ ଅଭିମୁଖ୍ୟ ହୋଇ ଫେରିବେ ତାକୁ ନଜର ରଖିବା, ଶିଶୁଶ୍ରମିକର ପରିବାରକୁ କିପରି ଆର୍ଥିକ ସହାୟତା ମିଳିପାରିବ ସେଥିପ୍ରତି ଧ୍ୟାନ ଦେଇ ସମ୍ପୂର୍ଣ୍ଣ ରୂପେ ଶିଶୁ ଶ୍ରମିକର ମୂଳୋତ୍ପାଟନ କରିବା ଚାଇଲ୍ଡଲାଇନ୍ ପରାମର୍ଶ କମିଟି ବୈଠକର ଲକ୍ଷ୍ୟ ଅଟେ। ସମ୍ମାନିତ ଅତିଥିଭାବେ ପୋଲିସ୍ ବିଭାଗର ଡ଼ିଏସପି (ଏଚଆରପିସି) ସୁରେଶ ଚନ୍ଦ୍ର ଜେନା, ପରିବହନ ବିଭାଗର ଇନ୍ସପେକ୍ଟର ଧନେଶ୍ୱର ନାୟକ, ଜିଲ୍ଳା ଶ୍ରମଅଧିକାରୀ ଜସ୍ମିନ୍ ଶୁଭଦର୍ଶନୀ ସାହୁ, ଜିଲ୍ଲାଶିଶୁ ସୁରକ୍ଷା ୟୁନିଟ୍ ର ଅଧିକାରୀ ପଦ୍ମନ କୁମାର ରାୟ, ଚାଇଲ୍ଡଲାଇନର ନିର୍ଦ୍ଦେଶିକା ସୋଫିଆ ସେକ୍, ଚାଇଲ୍ଡଲାଇନର ସଂଯୋଜିକା ସରସ୍ୱତୀ ମହାରଣା ପ୍ରମୁଖ ଯୋଗଦେଇ ଚାଇଲ୍ଡଲାଇନ୍ ପରାମର୍ଶ କମିଟି ବୈଠକରେ ମତବ୍ୟକ୍ତ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top