Home ଜିଲ୍ଲା ପରିକ୍ରମା ଭଦ୍ରକରେ କାଳବୈଶାଖୀର ତାଣ୍ଡବ

ଭଦ୍ରକରେ କାଳବୈଶାଖୀର ତାଣ୍ଡବ

64

ଭଦ୍ରକ, ୭ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଅପରାହ୍ନରେ ଭଦ୍ରକରେ କାଳବୈଶାଖୀ ତାର ତାଣ୍ଡବ ରୂପ ଦେଖାଇଛିବ । ଏହାଫଳରେ ସହର ଓ ତାର ଆଖପାଖ ଅଂଚଳରେ କେତେକ ଗଛ ଭାଙ୍ଗିଯିବା ସହ ବିଦ୍ୟୁତ୍ ଖୁଣ୍ଟ ଗୁଡିକ ବାଙ୍କି ଯାଇଛି । ସହରର ବନ୍ତଛକ ଓ କଚେରୀ ବଜାରର କେତେକ ହୋଡିଂ ଓ ଉଠାଦୋକାନର ଟିଣ ଛପର ଉଡି ରାସ୍ତାଘାଟରେ ପଡିଥିବାର ଦେଖାଯାଇଛି । ସେହିଭଳି କଲେଜ ଛକରେ ନିର୍ମାଣାଧୀନ ନୂତନ ପୋଲ ନିକଟରେ ଉଠାଯାଇନଥିବା ଏକ ବୃହତ୍ ବିଦ୍ୟୁତ୍ ଖୁଣ୍ଟ ଅଧା ବାଙ୍କିଯାଇଥିବାବେଳେ ତାର ଯୋଗୁଁ ଅଳ୍ପକେ ରକ୍ଷା ପାଇଛି । ଏହା ଉପୁଡିଥିଲେ ନିଶ୍ଚିତ ଭାବେ କିଛି ଧନଜୀବନ ନଷ୍ଟ ହୋଇଥାଆନ୍ତା ବୋଲି ଜଣାପଡିଛି । ଏହି କାଳବୈଶାଖୀ ଜନିତ ବର୍ଷା, ପବନ ଓ ଘଡଘଡି ଦୀର୍ଘ ଏକଘଣ୍ଟା ଧରି ଲାଗିରହିଥିଲେ ମଧ୍ୟ ଏହି ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ କୌଣସି ଧନଜୀବନ କ୍ଷୟକ୍ଷତିର ସମ୍ବାଦ ମିଳିପାରିନାହିଁ । ମାତ୍ର ବିଦ୍ୟୁତ୍ ସରାବରାହ ଗଛପଡି ପ୍ରଭାବିତ ହୋଇଥିବାରୁ ବିଦ୍ୟୁତ୍ ସଂଯୋଗ ରାତି ୯ଟା ପର୍ଯ୍ୟନ୍ତ ବିଚ୍ଛିନ୍ନ ରହିଛି । ପୌର ଓ ବିଦ୍ୟୁତ୍ କର୍ମଚାରୀ ଗଛଗୁଡିକୁ କାଟି ବିଦ୍ୟୁତ୍ ସଂଯୋଗର ବ୍ୟବସ୍ଥା କରୁଥିବା ନେଇ ବିଭାଗୀୟ ଅଧିକାରୀଙ୍କ ସୂତରୁ ଜଣାପଡିଛି । ତେବେ ଆଜି ଲକଡାଉନ୍ ଜନିତ ବନ୍ଦ ଥିବାରୁ ସମସ୍ତ ଦୋକାନ ବଜାର ଓ ଜନ ସମାଗମ ବନ୍ଦ ଥିବାରୁ ବିଶେଷ କ୍ଷୟକ୍ଷତି ହୋଇନାହିଁ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.