ଓଡ଼ିଶା

ଭଦ୍ରକରେ କଂଗ୍ରେସର ଦୁଇଗୋଷ୍ଠୀ ପକ୍ଷରୁ ଭଦ୍ରକ ବନ୍ଦ ଶାନ୍ତିପୂର୍ଣ୍ଣ, ବିଶାଳ ବାଇକ ରାଲିରେ ନଳିନୀଙ୍କ ପିକେଟିଂ ଓ ନରେନଙ୍କ ରେଳରୋକ ଓ ଏନଏଚ ଅବରୋଧ

ଭଦ୍ରକ, ୧୦ା୯ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଆଜି ଭଦ୍ରକରେ କଂଗ୍ରେସର ବନ୍ଦ ଡାକରା ଯଦିଓ ସଫଳ ଓ ଶାନ୍ତିପୂର୍ଣ୍ଣ ହୋଇଛି, ତେବେ ତାହା ଦୁଇଗୋଷ୍ଠୀଙ୍କ ପକ୍ଷରୁ ପୃଥକ୍ ପୃଥକ୍ ଭାବେ ସଂପନ୍ନ ହୋଇଛି। ଗୋଟିଏ ପଟେ ଜିଲା କଂଗ୍ରେସର କାର୍ଯ୍ୟକାରୀ ସଭାପତି ନଳିନୀ ମହାନ୍ତିଙ୍କ ପକ୍ଷରୁ ତାଙ୍କର ଶତାଧିକ କର୍ମୀଙ୍କ ସହ ଏହା ସଂପନ୍ନ ହୋଇଥିବାବେଳେ ଅନୁରୂପ ପୂର୍ବତନ ବିଧାୟକ ତଥା ପୂର୍ବତନ ଜିଲା ସଭାପତି ନରେନ୍ ପଲେଇଙ୍କ ପକ୍ଷରୁ ତାଙ୍କର ସମର୍ଥକଙ୍କ ସହ ଏହି ବନ୍ଦ ପାଳିତ ହୋଇଛି। ଏଠାରେ ସୂଚନାଯୋଗ୍ୟ ମୋଦି ସରକାର ବାରମ୍ବାର ତୈଳ ଦର ବୃଦ୍ଧି କରି ଜନସାଧାରଣଙ୍କ ଦୈନନ୍ଦିନ ଜୀବନ ଯାତ୍ରାକୁ ବ୍ୟୟ ବହୁଳ କରିବା ସହିତ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ଘଟୁଥିବା ନେଇ କଂଗ୍ରେସ ଦଳ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆ ଯାଇଥିଲା। ଆଜି ପ୍ରାତଃରେ ଜିଲ୍ଲା କାର୍ଯ୍ୟକାରୀ ସଭାପତି ନଳିନୀ ମହାନ୍ତିଙ୍କ ନେତୃତ୍ୱରେ ୧ ହଜାରରୁ ଉଦ୍ଧ୍ୱର୍ର୍ ବିଶାଳ ମୋଟର ସାଇକେଲ ଶୋଭାଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରୁ ବାହାରି ଅପର୍ତ୍ତିବିନ୍ଧା, ନଙ୍ଗାମହଲା, ଶଙ୍କରପୁର, ପୁରୁଣାବଜାର, ବାଙ୍କାବଜାର, ହଲାଲପୁର, ଚନ୍ଦନବଜାର, ରାଜଘାଟଛକ, କଚେରୀବଜାର, ବନ୍ତଛକ, ଚାରିଘରିଆ, ଜାନୁଗଞ୍ଜ, ବାଗୁରାଇ, ଜଗନ୍ନାଥପୁର, ବାଇପାସ, ନୂଆ ବସଷ୍ଟାଣ୍ଡ, ଚରମ୍ପା ଆଦି ଅଞ୍ଚଳ ପରିକ୍ରମା କରିବା ସହିତ ବିଭିନ୍ନ ବ୍ୟାଙ୍କ, ପୋଷ୍ଟ ଅଫିସ, ସରକାରୀ ଅଫିସ ବନ୍ଦ କରାଇଥିଲେ। ଏହି ରାଲିରେ ପିସିସି ସମ୍ପାଦକ ସେକ ଗୁଲାମ ମଇଉଦ୍ଦିନ, କାଉନସିଲର ଅତୁଲ୍ୟ ନାୟକ, ସେକ ସମ୍ଦାନୀ, ଅସ୍ରଫ ଅଲ୍ଳୀ ଖାଁ, ଅଶୋକ ମହାପାତ୍ର, ସେକ୍ ବୁଗ୍ଦାଦ୍, ଟାଉନ କଂଗ୍ରେସ ସଭାପତି ମୁକିତ୍ ଖାଁ, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ବଳରାମ ରାଉତ (ଚିଲିକା), ପ୍ରଦିପ ନାୟକ, ମୁନ୍ନା ପତି, ରାଜେନ୍ଦ୍ର ପତି, ପ୍ରଭାତ ମହାନ୍ତି, ଦୀପୁନ ପଣ୍ଡା, ଟୁନ ସାହୁ, ବାଇଧର ମହାପାତ୍ର, ସେକ୍ ସାଜୁ, ସେକ୍ ବାବୁ, ଟୁକୁ ଖାଁ, ରଞ୍ଜନ ମୀର୍ଦ୍ଧା, ହେମନ୍ତ ମହାପାତ୍ର, ଟୁକୁ ସାହୁ, ସେକ୍ ଲାଖାନୁ, ସେକ୍ ଅଖ୍ତର ଅଲ୍ଲୀ ପ୍ରମୁଖ ସାମିଲ ହୋଇଥିଲେ। ସକାଳେ ଜିଲ୍ଳା କଂଗ୍ରେସ ସଭାପତି ଅଶୋକ ଦାଶଙ୍କ ନେତୃତ୍ୱରେ ଭଦ୍ରକ ରେଳ ଷ୍ଟେସନରେ ପୂର୍ବତନ ବିଧାୟକ ନରେନ ପଲେଇ, କାର୍ଯ୍ୟକାରୀ ସଭାପତି ଶ୍ରୀ ମହାନ୍ତିି, ପିସିସି ସମ୍ପାଦକ ଶୁଭେନ୍ଦୁ ରାୟ ମହାପାତ୍ର, ଦେବରୂପ ମହାନ୍ତି, ଆଶିଷ ରାଉତ, ଦେବେନ୍ଦ୍ର ମହାନ୍ତି, ବ୍ଲକ ସଭାପତି ପ୍ରଫୁଲ୍ଲ ସାମଲ, କାଉନସିଲର ଦିଲିପ ନାୟକ, ଶିବ ପ୍ରସାଦ ମହାନ୍ତି, ଧବଳେଶ୍ୱର ପଣ୍ଡା, ଅନ୍ତ ପଣ୍ଡା, ଅତିଶ ଦାସ, ଲାବୁ ପାଲ, ଅବ୍ଦୁଲ ନଇମ, ବାପୁଜୀ ପରିଡା, ଏସ୍. ମନ୍ମଥ ରାଓ, କାମେଶ ପରିଡା, ଖଗେଶ୍ୱର ବାରିକ୍, ରାଜେଶ ଦାସ, ଅଶ୍ୱିନୀ ପରିଡା ପ୍ରମୁଖ ଟ୍ରେନ ଅଟକ ରଖିଥିଲେ। ପରେ ନୂଆବସ୍ଷ୍ଟାଣ୍ଡ ଠାରେ ୧୬ ନଂ ଜାତୀୟ ରାଜପଥ ଅବରୋଧ କରିଥିଲେ। ସେହିପରି ଭଦ୍ରକ କୋର୍ଟ ଗେଟ, ପୌରପାଳିକା କାର୍ଯ୍ୟାଳୟ, ଜିଲ୍ଳାପାଳ କାର୍ଯ୍ୟାଳୟ, ବନ୍ତ ଛକ ଠାରେ ଧାରଣାରେ ବସିଥିଲେ। ଏହି ବନ୍ଦକୁ ସମ୍ପୂର୍ଣ୍ଣ ଶାନ୍ତିିପୂର୍ଣ୍ଣ ଭାବେ ପାଳନ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ସୁବ୍ରତ କୁମାର ସାହୁ, ଶ୍ରୀକାନ୍ତ ବେହେରା, କମଳ ଲୋଚନ ପଣ୍ଡା, ତାହେର ମହମ୍ମଦ ଖାଁ, ତୋବରକ ଖାଁ, ସଇଦ ଖାଁ, ସେକ ଅମାତ, ସେକ ଖାଫୋ, ଲକ୍ଷ୍ମୀଧର ସାହୁ, ମୀର୍ଜା ଆତିକୁର ରହେମାନ ପ୍ରମୁଖ ଆନ୍ଦୋଳନରେ ସାମିଲ ଥିଲେ। ସେହିଭଳି ସର୍ବଭାରତୀୟ କଂଗ୍ରେସ କମିଟି ପକ୍ଷରୁ ଆହୂତ୍ ବନ୍ଦ ଡ଼ାକରା ଭଦ୍ରକରେ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଛି। ଦେଶରେ ଅହେତୁକ ଭାବେ ପେଟ୍ରୋଲ, ଡ଼ିଜେଲ ଓ ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ଏଆଇସିସି ସଭାପତି ରାହୁଲ ଗାନ୍ଧୀଙ୍କ ଡ଼ାକରାରେ କଂଗ୍ରେସ ପକ୍ଷରୁ ଏହି ବନ୍ଦ ଡ଼ାକରା ଦିଆଯାଇଥିଲା। ପ୍ରଥମେ ଭଦ୍ରକ କଂଗ୍ରେସ ପକ୍ଷରୁ ଚରମ୍ପା ଠାରେ ସକାଳ ୬ଟା ସମୟରେ ରେଲୱେ ଷ୍ଟେସନ ଠାରେ ଜିଲ୍ଲା ସଭାପତି ଅଶୋକ ଦାସଙ୍କ ନେତୃତ୍ୱରେ ରେଳରୋକ କରାଯାଇଥିଲା। ଫଳରେ ଭଦ୍ରକ-ପଲାସା ଡ଼ିଏମୟୁ ପାସେଞ୍ଜର ଟ୍ରେନକୁ କର୍ତ୍ତୃପକ୍ଷ ବାତିଲ କରିଥିଲେ। ପରେ ବହୁ ସଂଖ୍ୟକ ନେତା ଓ କର୍ମୀ ନୂଆ ବସଷ୍ଟାଣ୍ଡ ଠାରେ ୧୬ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଥିଲେ। ଫଳରେ ଶହଶହ ଯାନବାହାନ ରାସ୍ତାର ଉଭୟ ପାଶ୍ୱର୍ରେ ଅଟକି ରହିଥିଲା। ଜିଲ୍ଲା ସଭାପତି ଶ୍ରୀ ଦାସ ତାଙ୍କ ବକ୍ତବ୍ୟରେ ପେଟ୍ରୋଲିୟମ ଜାତ ସମାଗ୍ରୀର ଦରବୃଦ୍ଧି ଯୋଗୁଁ ସାଧାରଣ ଜନତା ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କେନ୍ଦ୍ର ସରକାରଙ୍କ ଏହି ଜନବିରୋଧୀ ନିତୀକୁ ଭାରତବର୍ଷର ଜନସାଧାରଣ କେବ ମଧ୍ୟ କ୍ଷମା କରିବେ ନାହିଁ ବୋଲି ଶ୍ରୀ ଦାସ ପ୍ରକାଶ କରିଥିଲେ। ଯଦି କେନ୍ଦ୍ର ସରକାର ତୁରନ୍ତ ପେଟ୍ରୋଲିୟମଜାତ ସାମଗ୍ରୀ ଦର ନକମାନ୍ତି, ଦେଶରେ ଏକ ଅପ୍ରିତୀକର ସମସ୍ୟା ଉପୁଜିବ ଓ କେନ୍ଦ୍ର ଏଥି ପାଇଁ ଦାୟୀ ରହିବ ବୋଲି ଶ୍ରୀ ଦାସ ଚେତାବନୀ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା କାର୍ଯ୍ୟକାରୀ ସଭାପତି ନଳିନୀକାନ୍ତ ମହାନ୍ତି, ପ୍ରାକ୍ତନ ବିଧାୟକ ନରେନ ପଲେଇ, ପଞ୍ଚାନନ ମଣ୍ଡଳ, ପ୍ରାକ୍ତନ ସାଂସଦ ମୁରଲିଧର ଜେନା, ପିସିସି ସଂପାଦକ ଦେବରୂପ ମହାନ୍ତି, ଶୁଭେନ୍ଦୁରାୟମହାପାତ୍ର, ନଗର ସଭାପତି ଅବଦୁଲ ମୋକିଦ୍ ଖାଁ, ବ୍ଲକ ସଭାପତି ପ୍ରଫୁଲ୍ଲ ସାମଲ, ମିଡ଼ିଆ ସେଲ ମୁଖ୍ୟ ଅତିଶ ଦାସ, କାଉନସିଲର ଦିଲ୍ଲୀପ ନାୟକ, ସେକ ସମଦାନୀ, ଆଶ୍ରଫ ଅଲ୍ଲୀ, ସେକ କଲାମ, ଅଶୋକ ମହାପାତ୍ର, ଅତୁଲ୍ୟ ନାୟକ, ସୁରଜିତ ପାଲ, ବଟ ରାଉତ୍, ବରିଷ୍ଠ ନେତା ଦେବେନ୍ଦ୍ର ମହାନ୍ତି, ଆଶିଶ ରାଉତ୍, କୁଟିଆ ନାୟକ, ଟୁଟୁ ମହାପାତ୍ର, କାମେଶ ପରିଡ଼ା, ଚଗିଲି ସାହୁ, ମୁନା ପରିଡ଼ା, ପ୍ରକାଶ ଜେନା, ସୁଶାନ୍ତ ଘଡ଼େଇ, ଚିଦାନନ୍ଦ ବାରିକ, ରବି ଘୋଷ, ଅବଦୁଲ ସତ୍ତାର, ଜୁଲଫିକର ଅଲ୍ଲୀ, ଆଇନଜୀବୀ ଶିବପ୍ରସାଦ ମହାନ୍ତି, ଗୋପବନ୍ଧୁ ଦାସ, ମିଲୁ ମହାନ୍ତି, ନଶିିକାନ୍ତ ନାୟକ, ରବି ରାୟ, ସେକ୍ ଜଫିରୁଦ୍ଦିନ, ଜୋନ ସଭାପତି ଧବଳେଶ୍ୱର ପଣ୍ଡା, ଦେବବ୍ରତ ମହାନ୍ତି, ଅନନ୍ତ ପଣ୍ଡା, ମକରା ସାହୁ, ରମାକାନ୍ତ ବିନ୍ଧାଣୀ, ରାଜ୍ୟ ଛାତ୍ର ସଂଯୋଜକ ଅଭିଳାଷ ଜେନା, ଜିଲ୍ଲା ସଭାପତି ବଳାରାମ ରାଉତ, ହେମନ୍ତ ମହାପାତ୍ର, ଲଲାଟକେଶରୀ ନନ୍ଦ, ଆପ୍ପା ରାଓ, ସେବାଦଳ ମୁଖ୍ୟ ସେକ୍ ନୟିମ ଓ ଫୁକୁ ଚୌଧୁରୀ, ଟୁକୁ ସାହୁ, ମନୋଜ ପଣ୍ଡା, ବାପୁଜି ପରିଡ଼ା, ସେକ ଅବଦୁଲ, ଖଗେଶ୍ୱର ବାରିକ, ଗୁଲୁ ସାହୁ, ବିକି ଦାସ, ସୌମ୍ୟରଂଜନ ଦାସ, ମଙ୍ଗୁଳି ମହାପାତ୍ର, ବିଜୟ ନାୟକ ପ୍ରମୁଖ ପରିଚାଳନା କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top