ଜିଲ୍ଲା ପରିକ୍ରମା

ଭଦ୍ରକରେ ଇଦ୍ ଶାନ୍ତି ଶୃଙ୍ଖଳାରେ ପାଳିତ

ଭଦ୍ରକ, ୨୨ା୮ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଭଦ୍ରକ ସହରରେ ଆଜି ମୁସଲମାନ ଭାଇମାନେ ପିବତ୍ର ପର୍ବ ଇଦ୍-ଉଲ-ଜୁହାକୁ ଶାନ୍ତି ଶୃଙ୍ଖଳାର ସହ ପାଳନ କରିଛନ୍ତି। ଆଜି ସକାଳେ ଇଦ୍ ନିମନ୍ତେ ପୁଲିସ ଛାଉଣୀରେ ପୁରୁଣା ବଜାର ଅଞ୍ଚଳ ସଜାଗ ହୋଇ ଯାଇଥିଲା। ବିଭିନ୍ନ ଛକ, ସାହି ବସ୍ତିରେ ବ୍ୟାପକ ପୁଲିସ ମୃତୟନ କରାଯାଇଥିଲା। ଅନ୍ୟ ପକ୍ଷରେ ସକାଳ ଠାରୁ ବିଭିନ୍ନ ମସ୍ଜିଦ ଓ ଇଦ୍ଗା ପଡିଆରେ ଭିଡ ଲାଗି ଯାଇଥିଲା। ସକାଳ ୮ଟା ଠାରୁ ବିଭିନ୍ନ ମସ୍ଜିଦ୍ରେ ସମୂହ ନମାଜ ପାଠ କରାଯାଇଥିଲା। ପରେ କୁଆଁସ କଦମବେଢା ଠାରେ ଥିବା ଇଦ୍ଗା ମଇଦାନରେ ସକାଳ ୯ଟା ୧୫ରେ ସମୂହ ନମାଜ ପାଠ ହୋଇଥିଲା। ପରେ ମୁସଲମାନ ଭାଇମାନେ ନିଜ ନିଜ ମଧ୍ୟରେ ଇଦ୍ ମୁବାରକ ଶୁଭେଚ୍ଛା ଜ୍ଞାପନ କରିଥିଲେ। ଏହି ଅବସରରେ ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ନଳିନୀ ମହାନ୍ତି, କାଉନସିଲର ଅତୁଲ୍ୟ ନାୟକ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ମଳୟ ଜେନା, ଡାକ୍ତର ରବି ନାରାୟଣ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ଏସପି ରାଜେଶ ପଣ୍ଡିତ, ଅତିରିକ୍ତ ଏସପି କୈଳାସ ପରିଡା ପ୍ରମୁ୍ଖ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ। ଇଦ୍କୁ ନେଇ ଆଜି ସହରର ବହୁ ମୁସଲମାନ ଭାଇଙ୍କ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top