ଜିଲ୍ଲା ପରିକ୍ରମା

ଭଦ୍ରକଠାରେ ୬୯ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ

ଭଦ୍ରକ, ୨୭ା୧ (ଓଡ଼ିଆପୁଅ / ପ୍ରମୋଦ ରାୟ) :  ଭଦ୍ରକ ଜିଲ୍ଳାସ୍ତରୀୟ ସାଧାରଣତନ୍ତ୍ର ଦିବସ – ୨୦୧୮ ଆନନ୍ଦ ଉଲ୍ଳାସ ଓ ଉଦ୍ଦୀପନାର ସହିତ ପାଳିତ ହୋଇଯାଇଛି  । ଦିବସର ପ୍ରଭାତରେ ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ସହରରେ ରାମଧୁନ୍ ପରିବେଷଣ,ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରଭାତଫେରୀ, ସକାଳ ୮ଘ.୩୦ମି. ସମୟରେ ନେହେରୁ ଷ୍ଟାଡିୟମ୍ ଭଦ୍ରକ ଠାରେ ଓଡ଼ିଶାର ମାନ୍ୟବର ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ଅନନ୍ତ ଦାସ ଜାତୀୟ ପତାକା ଉତ୍ତୋଳନ କରି ସ୍ୱାଧୀନତା ସଂଗ୍ରାମର ସ୍ମୃତିଚାରଣ କରି ଭଦ୍ରକ ମାଟିକୁ ବୀର ମାଟି ଭାବେ ବକ୍ତବ୍ୟ ରଖି ଏହି ମାଟିର ବୀର ସଂଗ୍ରାମୀ ଓ ସହୀଦ ମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ  । ଭଦ୍ରକ ମାଟିର ସଂସ୍କୃତି ଅତ୍ୟନ୍ତ ଗୌରବମୟ  । ବହୁ ଘାତ ପ୍ରତିଘାତ, ସଂଗ୍ରାମ ଓ ସଂଘର୍ଷ ଅତିକ୍ରମ କରି ଐତିହାସିକ ପୂଣ୍ୟଭୂମି, ତ୍ୟାଗଭୂମୀ, ସଂଗ୍ରାମଭୂମି ଭଦ୍ରକର ସଂସ୍କୃତି ଅକ୍ଷୂର୍ଣ୍ୟଓ ଜାଜୁଲ୍ୟମାନ ହୋଇ ରହିଆସିଛି  । ଭଦ୍ରକର ଜୀବନଯାତ୍ରା ପଥରେ ଏହି ପୂଣ୍ୟ ମାଟିର ତ୍ୟାଗୀ, ସଂଯମୀ. ସଂଗ୍ରାମୀ, ସନ୍ଥ, କବି, ଲେଖକ, କଳାକାର, ରାଜନେତା ଓ ସେବକମାନଙ୍କର ତ୍ୟାଗପୂତ ଅବଦାନ ଅତୁଳନୀୟ  ।ଏହି ଅବସରରେ ମନ୍ତ୍ରୀ ଶ୍ରୀଯୁକ୍ତ ଅନନ୍ତ ଦାସ ସମ୍ମିଳତ ପାରେଡ଼ର ଅଭିବାଦନ ଗ୍ରହଣ କରିଥିଲେ  । ଏହି ପରେଡ଼ରେ ସଶସ୍ତ ପୋଲିସ ବାହିନୀ, ସମର ଶିକ୍ଷାର୍ଥୀ ବାହିନୀ, ସ୍କାଉଟ୍, ଗାଇଡ଼, ରେଡକ୍ରସ୍ ଓ ସିଭିଲିଆନ ଏହିପରି ୪୫ଟି ଦଳ ଜାତୀୟ ପତକାକୁ ସଲାମୀ ପ୍ରଦାନ କରିଥିଲେ  । ପରେଡ୍ ପରେ  ବିଭିନ୍ନ ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା  । ଏହି ପରେଡ଼ରେ ଭଦ୍ରକ ଜିଲ୍ଲା ସ୍କୁଳର ଆଫିଆନାଜ୍ ଓ ପ୍ରଭୁଦତ୍ତ ବେହେରା ଭାରତୀୟ ନିର୍ବାଚନ କମିଶନଙ୍କ ଦ୍ୱାରା କୁଇଜ ପ୍ରତିଯୋଗିତା ରାଜ୍ୟ ସ୍ତରର ପ୍ରଥମ ସ୍ଥାନ ଅଧିକାର କରି ଜାତୀୟ ସ୍ତରରେ ଭାଗ ନେଇଥିବାରୁ ଜିଲ୍ଳାସ୍ତରୀୟ ସାଧାରଣତନ୍ତ୍ର ଦିବସରେ ସମ୍ବର୍ଦ୍ଧିତ କରାଯାଇଥିଲା  । ପରେଡ଼ରେ ସିନିୟର ଡ଼ିଭିଜନ ଭଦ୍ରକ କଲେଜ ଏନସିସି (ନେଭି)କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଦତ୍ତ ସିଲଡ୍ ପ୍ରଦାନ କରାଯାଇଥିଲା  । ଶ୍ରେଷ୍ଠ କମାଣ୍ଡର ଓ ବେଷ୍ଟ ଫ୍ଲାଗ୍ ବିଅରର୍ ସିନିୟର ଓ ଜୁନିୟର ସ୍ତରରେ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ  । ସାଧାରଣତନ୍ତଦିବସ ଉପଲକ୍ଷେ ବିଭିନ୍ନ ଶିକ୍ଷାନୁଷ୍ଠାନ ମାନଙ୍କ ମଧ୍ୟରେ ଅନୁଷ୍ଠିତ ବକ୍ତୃତା, ପ୍ରବନ୍ଧ, ଚିତ୍ରାଙ୍କନ ଓ ଦେଶାତ୍ମବୋଧ ସଙ୍ଗୀତ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ  । ଏହାଛଡ଼ା ସୁସ୍ଥଗାଁ ଓ ସୁସ୍ଥପଞ୍ଚାୟତ ପୁରସ୍କାର ସ୍ୱରୂପ ପ୍ରମାଣପତ୍ର ଓ ଟ୧୦ହଜାରଟଙ୍କା ପ୍ରତ୍ୟେକଙ୍କୁ ମୁଖ୍ୟ ଅତିଥି ପ୍ରଦାନ କରିଥିଲେ  । ଭଦ୍ରକ ଟାଉନହଲ ପରିସରରେ ଚିତ୍ରକଳା ପ୍ରଦର୍ଶନୀକୁ ଉଦ୍ଘାଟନ ଓ ଜିଲ୍ଲା ଚିକିସôାଳୟ ଭଦ୍ରକ ଠାରେ ରକ୍ତଦାନ ଶିବିର ଓ କ୍ୟାନ୍ସର କେମୋଥେରାପି ୟୁନିଟ୍ର ଉଦ୍ଘାଟନ ସହ ମୁଖ୍ୟ ଚିକିସôାଳୟରେ ରୋଗୀମାନଙ୍କୁ ଫଳ ବଣ୍ଟନ, ଜିଲ୍ଲାପ୍ରଶାସନ ଓ ରୋଟାରୀକ୍ଲବ ମିଡ୍ଟାଉନ୍ ଭଦ୍ରକ ମିଳିତ ଆନୁକୂଲ୍ୟରେ ଜିଲ୍ଳାପାଳଙ୍କ ନୂତନ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଜିଲ୍ଲାସ୍ତରୀୟ ପୁଷ୍ପ ପ୍ରଦର୍ଶନୀ ଉଦ୍ଘାଟନ କରିଥିଲେ ଏବଂ ନୁ୍ୟଜଲେଟର ‘’ଭଦ୍ରଜା’ ଉନ୍ମୋଚନ କରିଥିଲେ  । ଏହି ଅବସରରେ ସନ୍ଧ୍ୟାରେ ଟାଉନହଲ୍ ଠାରେ ମନମୋହନ ସଙ୍ଗୀତ ପରିଷଦ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା  । ଏହି ସମସ୍ତ କାର୍ଯ୍ୟକ୍ରମରେ ଭଦ୍ରକର ମାନ୍ୟବର ବିଧାୟକ ଶ୍ରୀ ଯୁଗଳ କିଶୋର ପଟ୍ନାୟକ, ମାନ୍ୟବର ବିଧାୟକ ଧାମନଗର, ଶ୍ରୀ ମୁକ୍ତିକାନ୍ତ ମଣ୍ଡଳ, ଜିଲ୍ଳାପାଳ ଜ୍ଞାନ ଦାସ, ଜିଲ୍ଲାପରିଷଦର ଅଧ୍ୟକ୍ଷ ଦ୍ୱିଜବର ରାଉତ, ଆରକ୍ଷୀ ଅଧିକ୍ଷକ ଅନୁପ କୁମାର ସାହ,ୁ ଅତିରିକ୍ତ ଜିଲ୍ଳାପାଳ ଶ୍ୟାମଭକ୍ତ ମିଶ୍ର, ପ୍ରକଳ୍ପ ନିଦେ୍ର୍ଦଶକ ଦିଲ୍ଳୀପ କୁମାର ସାହୁ, ଉପଜିଲ୍ଳାପାଳ ନରୋତ୍ତମ ବେହେରା ସମେତ ସହରର ବୁଦ୍ଧିଜିବୀ, ବିଭିନ୍ନ ପଦାଧିକାରୀ, ସାମ୍ବାଦିକ ଓ ଛାତ୍ରଛାତ୍ରୀ ତଥା ଜନସାଧାରଣ ଯୋଗ ଦେଇଥିଲେ  । ଏହି ସମସ୍ତ କାର୍ଯ୍ୟକ୍ରମ ଜିଲ୍ଳା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଗୋଲଖଚନ୍ଦ୍ର ବେହେରାଙ୍କ ତତ୍ତ୍ୱାବଧାନରେ କରାଯାଇଥିଲା  । ରିଜର୍ଭ ଇନ୍ସସପେକ୍ଟର ମନୋରଂଜନ ତରାଇ ପରେଡ଼ରେ ଭାଗ ନେଇଥିବା୪୫ଟି ଟ୍ରୁପର ପରେଡ଼ ପରିଚାଳନା କରିଥିଲେ ଓ ତାଙ୍କୁ ସର୍ଜେଣ୍ଟ ବିଜୟ କୁମାର ମୁଦୁଲି ସହଯୋଗ କରିଥିଲେ  ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top