ଜିଲ୍ଲା ପରିକ୍ରମା

ଭତ୍ତା ବଣ୍ଟନରେ ପାତରଅନ୍ତର, ଅଭିଯୋଗକଲେ ଭାଜପା

ଖଇରା, ୨୩/୮/୨୦୧୮(ଓଡିଆ ପୁଅ / ନରେନ୍ଦ୍ର ପ୍ରସାଦ ବେହେରା)-୨୦୧୯ ନିର୍ବାଚନକୁ ଆଖିଆଗରେ ରଖି ସିମୁଳିଆ-ଖଇରା ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଭତ୍ତା ବଣ୍ଟନକରିବାରେ ଟାଳଟୁଳ ନିତି ଅବଲମ୍ବନ କରିଥିବାର ଖଇରା ଭାଜପା ତରଫରୁ ଅଭିଯୋଗ ହୋଇଛି। ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ପରିସର ମଧ୍ୟରେ ବିଧାୟକଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ କୌଣସି ଗନମାଧ୍ୟମକୁ ନ ଜଣାଇ ନିଜେ ତରବରିଆ ଭାବରେ ଭତ୍ତା ବଣ୍ଟନ କରିଥିଲେ। ପ୍ରକାଶ ଥାଉକି ଖଇରା ବ୍ଲକର ୩୭ ଗୋଟି ପଞ୍ଚାୟତର ଯେଉଁ ବୃଦ୍ଧ ବୃଦ୍ଧାଙ୍କର ୭୦ ବର୍ଷ ବୟସରୁ ଅଧିକ ହୋଇଛି ସେମାନଙ୍କୁ ଭତ୍ତା ଦେବାରୁ ବଞ୍ଚିତ କରାଯାଉଥିବାବେଳେ ସେହି ପରିପ୍ରେକ୍ଷିରେ ୬୦ବର୍ଷ ବୟସରୁ କମ୍ ବୃଦ୍ଧବୃଦ୍ଧାଙ୍କୁ ଭତ୍ତା ବଣ୍ଟନ କରିବାରେ ନଜିର ଦେଖାଯାଇଛି। ରାଜନୈତିକ ଅଭିସନ୍ଧିରଖି ଏ ପ୍ରକାର କାର୍ଯ୍ୟକରୁଥିବାରୁ ଏହା ସର୍ବସାଧାରଣରେ ନିରପେକ୍ଷତାର ପ୍ରଶ୍ନବାଚୀ ସୃଷ୍ଟି କରିଛି। ବର୍ତ୍ତମାନ ସରକାର ଯଦି ୩୭ଗୋଟି ପଞ୍ଚାୟତକୁ ବୁଲି ବୁଲି ସର୍ବେକ୍ଷଣ କରନ୍ତେ ତାହାହେଲେ ଜାଣିପାରନ୍ତେ ଯେ ଗ୍ରାମାଞ୍ଚଳରେ ଶତକଡା କେତେଭାଗ ବିକଳାଙ୍ଗ ରହିଛନ୍ତି। ନବୀନ ସରକାର ସ୍ୱଚ୍ଛ ନିର୍ମଳର ଦ୍ୱାହି ଦେଉଥିବାବେଳେ ବ୍ଲକ ତଥା ପଞ୍ଚାୟତ ସ୍ତରରେ ନେତୃତ୍ୱ ନେଉଥିବା ରାଜନୈତିକ ନେତାମାନେ ହିତାଧିକାରୀ ମାନଙ୍କଠାରୁ ଭତ୍ତା କରାଇଦେବା ନାମରେ ବେଶ ଦୁଇପଇସା ହାତ ପୈଠିକରୁଛନ୍ତି। ବର୍ତ୍ତମାନ ଯାହା ଜଣାଯାଇଛି ଖଇରା ବ୍ଲକର ଯେଉଁ ହିତାଧିକାରୀଙ୍କର ବୟସ ୮୦ବର୍ଷରୁ ଅଧିକ ହୋଇଛି କେନ୍ଦ୍ର ସରକାର ସେମାନଙ୍କ ପାଇଁ ୫୦୦ଟଙ୍କା ଭତ୍ତା ପ୍ରଦାନ କରିଛନ୍ତି। କିନ୍ତୁ ଏହି ବ୍ଲକର ମାତ୍ର ଶତକଡା ୫ଭାଗଲୋକ ୮୦ବର୍ଷ ବୟସର କମ ହିତାଧିକାରୀ ୫୦୦ପାଉଥିଲାବେଳେ ୯୫ଭାଗ ଲୋକ ସେଥିରୁ ବଞ୍ଚିତ ହେଉଛନ୍ତି। ହିତାଧକାରୀଙ୍କୁ ଅବଶିଷ୍ଟ ଟଙ୍କା ନ ଦେଇ ଅଫିସର ଓ ରାଜନେତା ହରିଲୁଟ କରୁଥିବାର ଅଭିଯୋଗ ହୋଇଛି। ଆଜିର ଭତ୍ତା ବଣ୍ଟନ ଅବସରରେ ପ୍ରକୃତ ହିତାଧିକାରୀଙ୍କୁ ଚିହ୍ନଟ ନ କରିବା ଏକ ଦୁର୍ଭାଗ୍ୟର ବିଷୟ। ମୋଟ ୧୨୩୨ଜଣ ହିତାଧିକାରୀଙ୍କ ମଧ୍ୟରୁ ବିକଳାଙ୍ଗ ୫୭ଜଣ, ବିଧବା ୮୭୫ଜଣ, ଅବଶିଷ୍ଟ ୩୦୦ଜଣଙ୍କୁ ଭତ୍ତା ବଣ୍ଟନ କରାଯାଇଥିଲା। ଏବିଷୟରେ ବ୍ଲକ ସୋସିଆଲ ସିକ୍ୟୁରିଟ ଅଫିସର(ବିଏସଏସଓ) ଚନ୍ଦ୍ରକାନ୍ତ ଭଲ୍ଲୁକଙ୍କୁ ଆମ୍ଭେ ପଚାରିବାରେ ସେ ପ୍ରକାଶ କରିଛନ୍ତି। ଆଜିର ଏହି ବେଆଇନ ଭାବେ ଭତ୍ତାବଣ୍ଟନ କାର୍ଯ୍ୟକ୍ରମକୁ ବାଲେଶ୍ୱର ଜିଲ୍ଲା କୃଷକ ମୋର୍ଚ୍ଚାର ସଂପାଦକ ଶ୍ରୀଧର ତ୍ରୀପାଠୀ ଓ ଭାଜପାର ଖଇରା ମଣ୍ଡଳର ସଭାପତି ଶୁକଦେବ ପଣ୍ଡା ଦୃଢଭାବରେ ବିରୋଧ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top