ଭତ୍ତା ଟଙ୍କା ଏକ ହଜାରକୁ ବୃଦ୍ଧି ଦାବି ନେଇ ରେଲି ଓ ଦାବିପତ୍ର

ଟିଟିଲାଗଡ଼ ୮ ଜୁନ୍ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମଦର ଟେରେସା ତରଫରୁ ଆଜି ଏକ ରେଲି ସହର ପରିକ୍ରମା କରି ଟିଟିଲାଗଡ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରି ୩ ଶହ ଟଙ୍କା ମାସିକ ଭତ୍ତାରୁ ଏକ ହଜାରକୁ ବୃଦ୍ଧି କରିବା ନେଇ ଏକ ଦାବିପତ୍ର ଉପଜିଲ୍ଲାପାଳଙ୍କ ଜରିଆରେ ପ୍ରେରଣ କରିବାକୁ ପ୍ରଦାନ କରିଛନ୍ତି। ସରକାର ବିଧବା, ବୃଦ୍ଧ,ବୃଦ୍ଧ।, ଅସହାୟ ଓ ବିକଳାଙ୍ଗ ହିତାଧିକାରୀଙ୍କୁ ମାସିକ ୩ ସହ ଟଙ୍କାକୁ ବୃଦ୍ଧି କରି ଏକ ହଜାର ଟଙ୍କା ପ୍ରଦାନ କରିବା ନେଇ ମଦର ଟେରେସା ସଂଘର ରନୟୁ ରାୟମନଙ୍କ ନେତୃତ୍ୱରେ ଶତାଧିକ ହିତାଧିକାରୀଙ୍କୁ ନେଇ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରି ଟିଟିଲାଗଡ ଉପଜିଲ୍ଲାପାଳଙ୍କ ଜରିଆରେ ଦାବି ପତ୍ର ପ୍ରଦାନ କରାଯାଇଛି। ପ୍ରକାଶଯେ ଦରଦାମ ବୃଦ୍ଧି ସହ ମାତ୍ର ତିନି ସହ ଟଙ୍କାରେ ଚଳିବା କଷ୍ଟକର ହୋଇପଡିଥିବା ବେଳେ ଏ ଦିଗରେ ସରକାର ଉପଯୁକ୍ତ ପଦକ୍ଷେପ ନେବାକୁ ଦାବି ହୋଇଛି।

Leave a Reply

Your email address will not be published. Required fields are marked *