ଜିଲ୍ଲା ପରିକ୍ରମା

ଭଡାରେ ଚାଳିଛି ନୁତନ ଗ୍ରାମପଚାଂୟତ ଦେଢ ବର୍ଷପରେ ମଧ୍ୟ ନିର୍ମାଣ ହୋଇ ପାରିନି ଗ୍ରାମପଚାଂୟତ କାର୍ଯ୍ୟାଳୟ

ଖଡିଆଳ/ନୂଆପଡା-୩୧.୦୭.୧୮(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)କେନ୍ଦ୍ର ସରକାର ଓ ରାଜ୍ୟ ସରକାର ପଚାଂୟତି ରାଜ ଶାସନକୁ ଲୋକାଭିମୁଖୀ କରିବା ସହିତ ସମସ୍ତ ଙ୍କ ପାଖକୁ ସୁବିଧା ସୁଯୋଗ ପହଚାଂଇବା ଉଦ୍ଦେଶ୍ୟରେ ବଡ ବଡ ଗ୍ରା.ପ ମାନଙ୍କୁ ଛୋଟ ଛୋଟ କରି ନୁତନ ଗ୍ରା.ପ ସୃଷ୍ଟି କରିଥିଲେ। ତଦନୁରୁପ ନୂଆପଡା ଜିଲ୍ଲାର ୫ ଗୋଟି ବ୍ଲକରେ ୧୦୮ ଗ୍ରା.ପ ବଦଳରେ ୨୬ ଗୋଟି ଗ୍ରା.ପ ବଢାଇ ୧୩୨ ଗୋଟି ଗ୍ରା.ପ ସୃଷ୍ଟି କଲେ। ବୋଡେନ ବ୍ଲକ ର ଡମଝର ଗ୍ରା.ପ ଏକ ବଡ ଗ୍ରା. ପ ଥିବାରୁ ତାକୁ ଦୁଇ ଗୋଟି ଗ୍ରା.ପ ରେ ବିଭକ୍ତ କରି ପଲସଦା ଗ୍ରାମ କୁ ଏକ ଗ୍ରା.ପ. କରାଯାଇଥିଲା। ନୂତନ ଗ୍ରା.ପ ସୃଷ୍ଟି ହେଲାପରେ ଗତ ୨୦୧୭ ଫେବୃଆରୀ ମାସରେ ପଚାଂୟତ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏହି ପଲସଦା ଗ୍ରା.ପ ରେ ନୁତନ ସରପଂଚ ଭାବରେ କୃଷ୍ଣଚନ୍ଦ୍ର ବେହେରା ନିର୍ବାଚନ ରେ ନିର୍ବାଚିତ ହୋଇଥିଲେ। କିନ୍ତୁ ନୂତନ ଗ୍ରା.ପ ସହିତ ନିର୍ବାଚନ କୁ ଦେଢ ବର୍ଷ ବିତି ଯାଇଥିଲେ ମଧ୍ୟ ନୁତନ ଗ୍ରା, ପ ଗୃହ ନିର୍ମାଣ ହୋଇପାରୁନାହିଁ। ଏହି ନୁତନ ଗ୍ରା.ପ ଗୃହ ନିର୍ମାଣ କୁ ଗ୍ରାମର କିଛି ଲୋକ ବିରୋଧ କରୁଥିବା ସରପଂଚ ଶ୍ରୀ ବେହେରା ପ୍ରକାଶ କରିଛନ୍ତି। ଗ୍ରା.ପ ଗୃହ ନିର୍ମାଣ ପାଇଁ ୩୫ ଲକ୍ଷ ଟଙ୍କା ଥିଲେ ମଧ୍ୟ ଜମି ଠିକ ହେଇନଥିବାରୁ ଏହି ଟଙ୍କା ପଡିରହିଥିବା ସରପଂଚ ପ୍ରକାଶ କରିଛନ୍ତି। ଯାହାଫଳରେ ଦେଢ ବର୍ଷ ହେଲା ଜଣେ ପ୍ରାଇଭେଟ ଲୋକଙ୍କ ଘରେ ଭଡାରେ ଗ୍ରା.ପ ଚଳାଉଥିବା ପ୍ରକାଶ କରିଛନ୍ତି। ତହସିଲଦାର ପଚାଂୟତ ଗୃହ ଜମି ପାଇଁ ସରପଂଚ ଙ୍କୁ ସହଯୋଗ କରୁନଥିବାରୁ ହାଇକୋର୍ଟରେ ଏକ ମାମଲା କରିଥିବା ସରପଂଚ ପ୍ରକାଶ କରିଛନ୍ତି। ନୂଆପଡା ଜିଲ୍ଲା ପ୍ରଶାସନ ପଚାଂୟତ ଗୃହ ନିର୍ମାଣ ପାଇଁ ତୁରନ୍ତ ଦୃଷ୍ଟି ଦେବା ପାଇଁ ପଲସଦା ଗ୍ରାମବାସୀ ଦାବି କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top