ଅନୁଗୁଳ

ଭଙ୍ଗା ଚାଳ ପାଇଁ ପଲିଥିନ ମିଳିଲାନି; ଅସହାୟ ଅବସ୍ଥାରେ ଗରିବ ପରିବାର

ତାଳଚେର, ୯/୮(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ପୈାରଂଚଳର ୧୬ ନମ୍ବର ୱାର୍ଡ଼ ଅନ୍ତର୍ଗତ ଗୋପିନାଥପୁର ହରିଜନ ସାହିର ବାସିନ୍ଦାଙ୍କୁ ଭଙ୍ଗା ଚାଳ ଢାଙ୍କିବା ପାଇଁ ମିଳୁନି ପଲିଥିନ। ଗତ ୩ ସପ୍ତାହ ହେବ ଏହି ସାହିର ୧୬ଟି ଗରିବ ପରିବାର ନିଜର ଭାଙ୍ଗିରୁଜି ଯାଇଥିବା ଘର ନିମନ୍ତେ ସ୍ଥାନୀୟ ପ୍ରଶାସନକୁ ପଲିଥିନ ଯୋଗାଇ ଦେବାକୁ ଲିଖିତ ଭାବେ ନିବେଦନ କରିଥିଲେ। ଅଭିଯୋଗ ପାଇବାପରେ ତାଳଚେର ପୈାର ପରିଷଦ ଘଟଣାସ୍ଥଳକୁ ଯାଇ ଉକ୍ତ ପରିବାର ସହ ଆଲୋଚନା କରିବାସହ ପଲିଥିନ ଶୀଘ୍ର ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଦୀର୍ଘ ଦିନ ବିତି ଯାଇଥିଲେ ମଧ୍ୟ ପୈାର ଏବଂ ତହସିଲ କର୍ତ୍ତୃପକ୍ଷ ଖାମଖିଆଲି ମନୋଭାବ ପୋଷଣ କରିବାସହ ପଲିଥିନ ଏବେ ଗଚ୍ଛିତ ନଥିବାର ରୋକଠୋକ୍ ଭାବେ କହିଥିଲେ। ତେବେ ବର୍ଷା ଦିନରେ ଏହି ଗରିବ ଦିନ ମଜୁରିଆ ପରିବାରଗୁଡ଼ିକ ଏପରି ପାଣି ଗଳୁଥିବା ଓଦା ଚାଳ ତଳେ ଦୟନୀୟ ଭାବେ ବାସ କରୁଥିଲେ ହେଁ ସେମାନଙ୍କୁ ସାମାନ୍ୟତମ ପଲିଥିନ ଯୋଗାଇ ନପାରିବାକୁ ନେଇ ସ୍ଥାନୀୟ ଲୋକେ ଗଭୀର ଅସନ୍ତୋଷ ପ୍ରକଟ କରିଛନ୍ତି। ଅପରପକ୍ଷେ ଏନେଇ ତାଳଚେର ଉପଜିଲ୍ଲାପାଳଙ୍କୁ ପଚରାଯିବାରୁ ସେ ନିଜ ପ୍ରତିକ୍ରିୟାରେ, ପଲିଥିନର ବନ୍ଦୋବସ୍ତ କରାଯାଇଛି ଏବଂ ଏଥିପାଇଁ ଆବେଦନ କରିଥିବା ପରିବାରଗୁଡ଼ିକୁ ନିଶ୍ଚିତ ଭାବେ ଏହା ଯୋଗାଇ ଦିଆଯିବ ବୋଲି କହିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top