ଜିଲ୍ଲା ପରିକ୍ରମା

ଭଙ୍ଗାଘରେ ଚାଲିଛି ପାଠପଢ଼ା

ଯାଜପୁର -୩/୮(ଓଡିଆ ପୁଅ/ଏ.ରାଉତ) ଯାଜପୁର ବ୍ଲକ୍ ଛତିଶଦେବିଲ ପଞ୍ଚାୟତ ମହାମ୍ମଦ ଜମାପୁରଠାରେ ଥିବା ଜମାପୁର ନୋଡ଼ାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଆବଶ୍ୟକ ଗୃହ ନଥିବାରୁ ଭଙ୍ଗାଘରେ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ବିପଦସଙ୍କୁଳ ଗୃହରେ ପିଲାମାନଙ୍କୁ ବସାଇ ଶିକ୍ଷକ ଶିକ୍ଷୟିତ୍ରୀ ପାଠ ପଢ଼ାଇବାକୁ ଅନିଚ୍ଛା ପ୍ରକାଶ କରୁଥିବା ଅଭିଯୋଗ ହେଉଛି। ବ୍ଲକ୍ ଶିକ୍ଷା ବିଭାଗ ଜାଣି ନୀରବଦ୍ରଷ୍ଟା ସାଜିଥିବା ଦେଖିବାକୁ ମିଳିଛି। ଏହି ଜମାପୁର ନୋଡ଼ାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୧ମ ରୁ ୭ମ ଶ୍ରେଣୀ ପର୍ଯ୍ୟନ୍ତ ୧୨୫ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନ ନିମନ୍ତେ ୭ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ନିଯୁକ୍ତି ପାଇଛନ୍ତି। ସର୍ବଶିକ୍ଷା ଅଭିଯାନ ପକ୍ଷରୁ ବିଦ୍ୟାଳୟ ୪ ବଖରା କୋଠାଘର ନିର୍ମାଣ କରାଯାଇଛି। ଏହି ବିଦ୍ୟାଳୟର ୪ଟି ଶ୍ରେଣୀ କୋଠାଘରେ ଚାଲିଥିବାବେଳେ ଅବଶିଷ୍ଟ ୩ ଗୋଟି ଶ୍ରେଣୀଗୃହ ଭଙ୍ଗା ଆଜବେଷ୍ଟସ୍ ଘରେ ପାଠପଢ଼ା ଚାଲିଛି। ଅଧିକାଂଶ ଆଜବେଷ୍ଟସ୍ ଭାଙ୍ଗିଯାଇଥିବାରୁ ବର୍ଷା ସମୟରେ ଶ୍ରେଣୀ ଗୃହରେ ବର୍ଷା ହେଉଛି। ବର୍ଷା ଯୋଗୁ ପାଠପଢ଼ା ବାଧାପ୍ରାପ୍ତ ହେଉଥିବା ଦେଖିବାକୁ ମିଳିଛି। ବିପଦ ଥିବାରୁ ଛୋଟ ଛୋଟ ପିଲାମାନଙ୍କୁ ନେଇ ବିପଦସଙ୍କୁଳ ଗୃହରେ ପାଠ ପଢ଼ାଇବାକୁ ଶିକ୍ଷକ ଶିକ୍ଷୟିତ୍ରୀ ଅନିଷ୍ଠା ପ୍ରକାଶ କରୁଥିବା ଜଣାପଡ଼ିଛି। ବିଦ୍ୟାଳୟ କର୍ତ୍ତୃପକ୍ଷ ଭଙ୍ଗାଘର ସମ୍ପର୍କରେ ବ୍ଲକ୍ ଶିକ୍ଷା ବିଭାଗକୁ ଅବଗତ କରିଥିବା ଜଣାପଡ଼ିଛି। ଏ ସମ୍ପର୍କରେ ବ୍ଲକ୍ ଅତିରିକ୍ତ ଶିକ୍ଷାଧିକାରୀ ଶରତ ଚନ୍ଦ୍ର ଦାସଙ୍କୁ ପଚାରିବାରେ ସର୍ବଶିକ୍ଷା ଅଭିଯାନ ପକ୍ଷରୁ ଗୃହ ନିର୍ମାଣ କରାଯିବା କଥା, କଣ ପାଇଁ ହୋଇନାହିଁ ଉକ୍ତ ବିଭାଗ ସୂଚନା ଦେଇପାରିବ ବୋଲି କହିଥିଲେ। ଏ ସମ୍ପର୍କରେ ସର୍ବଶିକ୍ଷା ଅଭିଯାନ ପ୍ରକଳ୍ପ ସଂଯୋଜକଙ୍କ ସହିତ ଯୋଗାଯୋଗ କରିବାପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇନଥିଲା। ତୁରନ୍ତ ଉକ୍ତ ଭଙ୍ଗା ଗୃହ ପ୍ରତି ଶିକ୍ଷା ବିଭାଗ ଦୃଷ୍ଟିଦେବାକୁ ଅଭିଭାବକ ଦାବି କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top