କେନ୍ଦ୍ରାପଡ଼ା

ଭଗବାନ ଜେନା ସ୍ମାରକୀ ବକ୍ତୃତାମାଳା

କେନ୍ଦ୍ରାପଡା ୨୩/୧(ଓଡିଆପୁଅ/ଚିତ୍ତରଞ୍ଜନ ଦାସ ) – ଭାରତ ବର୍ଷ କ୍ରମଶଃ ଫାଶିବାଦ ଶାସନର ଆତଙ୍କ ଜନକ ସ୍ଥିତି ମଧ୍ୟକୁ ଠେଲି ହୋଇ ଯାଉଛି । ଦେଶର ସର୍ବୋଚ ନ୍ୟ୍ୟାୟାଳୟ ଗଣତନ୍ତ୍ର ଓ ସମ୍ବିଧାନର ସୁରକ୍ଷା ପାଇଁ ଏକମାତ୍ର ଭରସା ପାଲଟିଥିବା ବେଳେ ସାହିତି୍ୟକ ଓ ବୁଦ୍ଧିଜିବୀମାନେ ଏଦିଗରେ ଜନଚେତନା ସୃଷ୍ଟି କରିବାର ଗୁରୁ ଦାୟିତ୍ୱ ବହନ କରିବାକୁ ଆଗେଇ ଆସିବା ଦରକାର ବୋଲି ବିଶିଷ୍ଟ ଶିକ୍ଷକ ନେତା,ସାମ୍ୟବାଦୀ ଚିନ୍ତାନାୟକ,ସ୍ତମ୍ବକାର, ପ୍ରୟାତ ଭଗବାନ ଜେନାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ଉପଲକ୍ଷେ ଆୟୋଜିତ “ଭଗବାନ ଜେନାଙ୍କ ସାହିତ୍ୟରେ ନୂତନ ସ୍ୱର”ଶୀର୍ଷକ ସ୍ମାରକୀ ବକ୍ତୃତାମାଳାରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ବରିଷ୍ଠ ସାହିତ୍ୟ ସମାଲୋଚକ ବା‚ାନିଧି ଦାସ ବକ୍ତବ୍ୟ ରଖିଥିଲେ । ଡଃ ବାସୁଦେବ ଦାସଙ୍କ ପରିଚାଳନାରେ ଆୟୋଜିତ ସ୍ମାରକୀ ବକ୍ତୃତାମାଲାରେ ଅଧ୍ୟାପକ ମନୀନ୍ଦ୍ର ସାମଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭଗବାନ ଜେନାଙ୍କ ଓଡିଶାରେ ଶିକ୍ଷକ ଆନେ୍ଦାଳନ ପ୍ରତି ଥିବା ମହତ୍ୱପୂର୍ଣ୍ଣ ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ । ମଧ୍ୟମପୁତ୍ର ବୈଜ୍ଞାନିକ ବିକ୍ଲେନ୍ଦୁ ଜେନା “ବିକଳ୍ପ ବିଚାର” ବକ୍ତୃତାମାଳା ଉପରେ ସୂଚନା ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ଅଜୟ ରାଉତ,ଉମେଶ ସିଂ,ସି.ପି.ଆଇ.ଜିଲ୍ଲା ସାଧାରଣ ସମ୍ପାଦକ ରମଣୀରଞ୍ଜନ ରାଉତରାୟ,ଅଧ୍ୟାପକ ମୋହନ ଚରଣ ଜେନା,ବାବାଜି ଧଳ.ଈଶ୍ୱର ଚନ୍ଦ୍ର ସାହୁ,ଗୟାଧର ଧଳ ବେସରକାରୀ କଲେଜ ଶିକ୍ଷକ ସଂଘର ସାଧାରଣ ସଂପାଦକ ଡଃ. ଦୁଷ୍ମନ୍ତ ନାୟକ, ନବଘନ ମହାରଣା, ଡଃ. ଗୋପାଳ କୃଷ୍ଣ ନନ୍ଦ, ବିଜୟ କୁମାର ନାୟକ, ଡଃ. ପ୍ରଭାକର ମଲ୍ଲିକ, ଅଧ୍ୟାପକ ରଂଜିତ ଦାସ, ଗୋଲଖ ଚନ୍ଦ୍ର ମହାଭୋଇ, ନାରାୟଣ ପ୍ରସାଦ ଜେନା, ଶରତ କୁମାର ଜେନା, ନିରଞ୍ଜନ ଜେନା, ଭାଗିରଥୀ ଜେନା, ଅମୀୟ ନାୟକ, ବୈଷ୍ଣବ ସ୍ୱାଇଁ, ଅଧିକାରୀ ପ୍ରଭାତ ଦାଶ, ମୁକ୍ତାର ଖାଁ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସ୍ମାରକୀ କମିଟିର ସମ୍ପାଦକ ଅଧ୍ୟାପକ ଅଜୟ ସାମଲ ସ୍ୱାଗତ ଭାଷଣ ଓ ଆଦିକନ୍ଦ ରାଉଳ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଲଲାଟେନ୍ଦୁ ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଚଳିତ ବର୍ଷର ଭଗବାନ ଜେନା ସ୍ମୃତି ସମ୍ମାନ କବି ବା‚ାନିଧି ଦାସଙ୍କୁ ପ୍ରଦାନ କରାଯାଇଥିଲା ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top