ଜିଲ୍ଲା ପରିକ୍ରମା

ଭକ୍ତ ମହାସଂଘର ପ୍ରସ୍ତୁତି ବୈଠକ

ଭଦ୍ରକ, ୫ା୨ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଆଖଣ୍ଡଳେଶ୍ୱର ମହାଦେବ ଭକ୍ତ ମହାସଂଘର ଜାଗର ପ୍ରସ୍ତୁତି ବୈଠକ ଭଦ୍ରକରେ ସଦାବର୍ତ୍ତ ମଠ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଆଗାମୀ ଜାଗର ମହୋତ୍ସବରେ ଭକ୍ତ ମହାସଂଘର କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଯାଇଛି ଯଥା – ଜାଗର ପର୍ବ ପୂର୍ବଦିନ ୧୩ତାରିଖ ମଙ୍ଗଳବାର ଠାରୁ ଭକ୍ତମହାସଂଘ ପକ୍ଷରୁ ଭୋଗ ମଣ୍ଡପରେ ଅଭ୍ୟର୍ଥନା ପାଇଁ ଜଣେ ଭକ୍ତ ନିୟୋଜିତ ରହିବେ, ବାବା ଆଖଣ୍ଡଳମଣିଙ୍କର ସେବାପାଇଁ ନିୟୋଜିତ ହେଉଥିବା ଭକ୍ତମାନଙ୍କ ପାଇଁ ଖାଦ୍ୟ ପେୟର ବ୍ୟବସ୍ଥା ମହାସଂଘ ତରଫରୁ କରାଯାଉଛି। ସେବାକାରୀ ଭକ୍ତ ନିଜର ନାମ ରେଜିଷ୍ଟ୍ରି କରାଇ ମାଗଣାରେ ଖାଇବା କୁପନ ୧୩ା୧୪ ୨ଦିନ ପାଇଁ ପାଇପାରିବେ, ୧୩ ତାରିଖ ମଙ୍ଗଳବାର ସଂଧ୍ୟାରୁ ଶ୍ରୀ ଜୀଉଙ୍କ ଉଦ୍ଦେଶ୍ୟରେ ନିଶିପ୍ରହର ନାମଯଜ୍ଞ ତତ୍ ସହିତ ଜାଗରଦିନ ପ୍ରାତଃରୁ ଗୀତା ମହାଯଜ୍ଞ, ମହାମୃତ୍ୟୁଞ୍ଜୟ ମହାଯଜ୍ଞ, ଚଣ୍ଡି ମହାଯଜ୍ଞ ତତ୍ ସହିତ ସଂଧ୍ୟା ୫ଘଟିକା ଠାରୁ ପ୍ରାତଃ ୫ଘଟିକା ରୁଦ୍ର ମହାଯଜ୍ଞ ମହାଦୀପ ଉଠିବା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ମହାଯଜ୍ଞ ସାର୍ବଜନୀନ। ଜାତି ବର୍ଣ୍ଣ ର୍ନିବିଶେଷରେ ସମସ୍ତ ଭକ୍ତ ଅଂଶ ଗ୍ରହଣ କରିପାରିବେ। ଭକ୍ତ ମାନଙ୍କୁ ସାହାଯ୍ୟ କରିବା ପାଇଁ ଆଗାମୀ ଜାଗର ଠାରୁ ଭକ୍ତ ମହାସଂଘର କାର୍ଯ୍ୟାଳୟ ଆରଡି ଧାମରେ ଖୋଲାଯିବ। ସର୍ବୋପରି ବାବା ଶ୍ରୀଶ୍ରୀ ଆଖଣ୍ଡଳମଣୀଙ୍କ ଭକ୍ତମାନଙ୍କ ପାଇଁ ହେଲପ୍ଲାଇନ୍ ନଂ.୭୫୪୦୯୮୬୨୩୨ ସାହାଯ୍ୟକାରୀ ମୋବାଇଲ ନମ୍ବର ନିୟୋଜିତ କରାଯାଇଛି। ଏହା ସବୁଦିନ ୨୪ଘଣ୍ଟା ପାଇଁ ଉପଲବ୍ଧ। ଏହି ବୈଠକରେ ପଣ୍ଡିତ ଶ୍ରୀ ଭାଗୀରଥି ନନ୍ଦଶର୍ମା ସଭାପତିତ୍ୱ କରିଥିବାବେଳେ ସଂପାଦକ ମହାପାତ୍ର ପ୍ରଫୁଲ୍ଲ କୁମାର ସାହୁ ଭକ୍ତମାନଙ୍କୁ ସଂଘର କାର୍ଯ୍ୟକ୍ରମ ବିଷୟରେ ଅବଗତ କରାଇଥିଲେ। ଏହି ବୈଠକରେ ବାବାମଣିଙ୍କର ଆଧ୍ୟାତ୍ମିକ ପରିଷଦର ସଭାପତି ଦେବେନ୍ଦ୍ର ଚୌଧୁରୀ ପାଢ଼ୀ ଯୋଗଦେଇଥିଲେ। ତଥା ଭକ୍ତ ମହାସଂଘର ବିଭିନ୍ନ ଅଞ୍ଚଳରୁ ଆସିଥିବା ଅନେକ ଭକ୍ତ ଯୋଗଦାନ କରିଥିଲେ। ସର୍ବଶେଷରେ ପଣ୍ଡିତ ରାଧାକାନ୍ତ ଦିକ୍ଷୀତ ଧନ୍ୟବାଦ ଅର୍ପଣ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top