ଭକ୍ତ ଓ ଭଗବାନଙ୍କ ମଧ୍ୟରେ ବର୍ଷା ପ୍ରତିବନ୍ଧକ ହୋଇପାରି ନାହିଁ

ପୁରୀ:୨୧/୭(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଆଜି ମହାପ୍ରଭୁଙ୍କ ପବିତ୍ର ନବମୀ ଦର୍ଶନ ବା ସନ୍ଧ୍ୟା ଦର୍ଶନ ପାଇଁ ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ପ୍ରବଳ ଭିଡ ଲାଗିଥିଲା। ବର୍ଷାରେ ଭିଜି ଶ୍ରଦ୍ଧାଳୁ ଭକ୍ତମାନେ ବ୍ୟାରିକେଡ ମଧ୍ୟରେ ଗୁଣ୍ଡିଚା ମନ୍ଦିରକୁ ପ୍ରବେଶ କରି ଶ୍ରୀଜିଉମାନଙ୍କୁ ଦର୍ଶନ କରିଥିଲେ। ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ଭକ୍ତମାନେ ସିଂହଦ୍ୱାର ଭିତରେ ପ୍ରବେଶ କରି ଦର୍ଶନ ସାରି ନାକଚଣା ଦ୍ୱାର ପଟେ ବାହାରକୁ ବାହରିଥିଲେ। ନବମୀ ଦର୍ଶନ ପାଇଁ ଆନନ୍ଦ ବଜାରରେ ମହାପ୍ରସାଦ ପାଇଁ ଶ୍ରଦ୍ଧାଳୁମାନଙ୍କର ଭିଡ ଲାଗିଛି। ମହାପ୍ରସାଦର ଅହେତୁକ ଦରବୃଦ୍ଧି ଯୋଗୁ ସାଧାରଣ ଭକ୍ତମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ନବମୀ ତିଥିରେ ମହାପ୍ରସାଦ ବ୍ରାହ୍ମଣଙ୍କୁ ଦେବା ନିମନ୍ତେ ବିଧି ଥିବା ଯୋଗୁ ଭକ୍ତମାନେ ଆନନ୍ଦ ବଜାରରୁ ମହାପ୍ରସାଦ ପାଇଁ ବ୍ରାହ୍ମଣ ଭୋଜନ କରାଇଥିଲେ। ସକାଳୁ ପ୍ରବଳ ବର୍ଷା ସତ୍ତ୍ୱେ ଶ୍ରଦ୍ଧାଳୁ ଭକ୍ତମାନଙ୍କର ଶ୍ରୀଜିଉଙ୍କୁ ଦର୍ଶନ ପାଇଁ ବର୍ଷା କୌଣସି ବାଧକ ସାଜି ପାରିନଥିଲା। ଆସନ୍ତାକାଲି ବାହୁଡା ଯାତ୍ରା ପାଇଁ ୩ଟି ଯାକ ରଥ ନାକଚଣା ଦ୍ୱାରରେ ରଖାଯାଇଛି। ବର୍ଷା ପାଣିରେ ତିନୋଟି ଯାକ ରଥର ଚକ ବୁଡିଥିବା ଦେଖାଯାଇଥିଲା।

Leave a Reply

Your email address will not be published. Required fields are marked *