ଗଜପତି

ଭକ୍ତି ସଂଗିତ ସଂସଦ ପକ୍ଷରୁ ବାର୍ଷିକ ଉତ୍ସବ

ପାରଳାଖେମୁଣ୍ଡି,୮ା୪(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ରାଜପ୍ରସାଦ ନିକଟରେ ସହରର ଅଗ୍ରଣୀ ଅନୁଷ୍ଠାନ ଭକ୍ତି ସଂଗିତ ସଂସଦ ପକ୍ଷରୁ ଅନୁଷ୍ଠାନର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମହନ୍ତ ମହାରାଜ ରାଧାଚରଣ ଦାସ, ମହନ୍ତ ମଦନ ଗୋପାଳ ଦାସଜୀ ମହାରାଜ ପ୍ରମୁଖ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ପ୍ରଥମେ କାର୍ଯ୍ୟକ୍ରମରେ ସ୍ୱାଗତ ସଂଗିତ ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲାପାଳ ଅନୁପମ ସାହା ଯୋଗଦେଇ ଅନୁଷ୍ଠାନର ସଫଳ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ପରେ ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ଅନୁଷ୍ଠାନର ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଗୁରୁ ରଘୁନାଥ ପାତ୍ରଙ୍କ ସଂଯୋଜନାରେ ଭକ୍ତି ସଂଗିତ ପରିବେଶଷ କରାଯାଇଥିଲା । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଆରକ୍ଷୀ ଅଧ୍ୟିକ୍ଷକ ଅମୁଲ୍ୟ କୁମାର ଦାସ, ରାସ ବିହାରୀ ମହାନ୍ତି, ପ୍ରଦୀପ ନାୟକ ପ୍ରମୁଖ ଉପସ୍ଥିତ ଥିବା ବେଳେ କାର୍ଯ୍ୟକ୍ରମକୁ କୁଞ୍ଜବିହାରୀ ବଡକୁମର ପ୍ରମୁଖ ସଂଯୋଜନା କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top