ଗଜପତି

ଭକ୍ତି ସଂଗିତ ସଂସଦ ପକ୍ଷରୁ କବିତା ସଂକଳନ ଉନ୍ମୋଚିତ

ପାରଳାଖେମୁଣ୍ଡି, ୨୯ା୧(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଭାଗିରଥି ପାଢୀ ସ୍ମୃତି କଳା ନିକେତନ ପରିସର ଠାରେ ଏକ କବିତା ପାଠ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କବିତା ପାଠ ଉତ୍ସବର ବାର୍ଷିକ ପୁର୍ତ୍ତି ଅବସରରେ ଏକ ପୁସ୍ତକ “ପୁସ୍କଳ” ଉନ୍ମୋଚିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ବେତାର ସଂଗିତ ନିର୍ଦ୍ଦେଶକ କାଳି କିଙ୍କର ମିଶ୍ର ଯୋଗ ଦେଇ କାର୍ଯ୍ୟକ୍ରମର ଭୁୟସି ପ୍ରଶଂସା କରିଥିଲେ। କାର୍ଯ୍ୟକ୍ରମକୁ ମହନ୍ତ ରାମାନନ୍ଦଜୀ ଦାସ ଉଦ୍ଘାଟନ କରିଥିଲେ। ଏହିପରି କବିତା ପାଠ କାର୍ଯ୍ୟକ୍ରମର ତାତ୍ପର୍ଯ୍ୟ ଓ ଭକ୍ତି ସଂଗିତର ମହତ୍ୱ ବିଷୟରେ ଏଠାରେ ଆଲୋଚନା ହୋଇଥିଲା। ଏଠାରେ ବରିଷ୍ଠ ଶିକ୍ଷାବିତ୍ ଜଗନ୍ନାଥ ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ କାର୍ଯ୍ୟକାରୀ ସମ୍ପାଦକ ରାଜେନ୍ଦ୍ର କୁମାର ରଥ, ବିଜୟ ପ୍ରଧାନ, ସଂଗିତ ନିର୍ଦ୍ଦେଶକ ଗୁରୁ ରଘୁନାଥ ପାତ୍ର ପ୍ରମୁଖ ଉପସ୍ଥିତ ରହି ଏହିପରି ପାରମ୍ପରିକ କାର୍ଯ୍ୟକ୍ରମର ପ୍ରଶଂସା କରିଥିଲେ। ଭାଗିରଥି ପାଢୀଙ୍କ ସ୍ମୃତି ନିମନ୍ତେ ତାଙ୍କ ସୁପୁତ୍ର ମନ୍ମଥ ପାଢୀ ଓ ବୋହୁ ସର୍ଣ୍ଣ ପ୍ରଭା ପାଢୀ ସଂଗିତ ବିଦ୍ୟାଳୟ ନିମନ୍ତେ ଗୁହ ଯୋଗାଇ ସହଯୋଗ କରିଥିବାରୁ ଭକ୍ତି ସଂଗିତ ପକ୍ଷରୁ ତାଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା। ଶେଷରେ ସଂଗିତ ବିଦ୍ୟାଳୟ ସମ୍ପାଦକ କୁଞ୍ଜବିହାରୀ ବଡକୁମର ଧନ୍ୟବାଦ ଅର୍ପଣ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top