ଭକ୍ତଚରଣ ସ୍ମାରକୀ ସମାରୋହ ଦ୍ୱିତୀୟ ସନ୍ଧ୍ୟା

ନୟାଗଡ଼ ୦2/୧୧(ଓଡ଼ିଆ ପୁଅ/ଜୟେନ୍ଦ୍ର ବେହେରା) ମଧ୍ୟଯୁଗୀୟ ସନ୍ଥ କବି ଭକ୍ତଚରଣଙ୍କ ଜନ୍ମ ବୋଲଗଡ ବ୍ଲକ ସାନପଦର ଗ୍ରାମରେ ୧୭୨୯ ଖୀଷ୍ଟାବ୍ଦରେ ଜନ୍ମ ଗ୍ରହଣ କରିଥିବା ବେଳେ ତାଙ୍କ ଜୀବନର କର୍ମଭୂମୀ ଭାବେ ରାଜସୁନାଖଳାକୁ ବାଛି ନେଇ ଗଡଜାତର ଆରାଧ୍ୟ ଦେବତା ବୃନ୍ଦାବନ ଚନ୍ଦ୍ରଙ୍କ ଆଶୀର୍ବାଦରେ କୃଷ୍ଣ ରୂପକୁ ଆଶ୍ରୟ କରି ମଥୁରା ମଙ୍ଗଳ, ଗୋପ ମଙ୍ଗଳ, କଳା କଳେବର ଓ ମନବୋଧ ଚଉତିଶା ଆଦି ରଚନା କରି ଓଡିଶାର ପୁରପଲ୍ଲୀରେ ଯୁଗେ ଯୁଗେ କାଳଜୟୀ ରହିବେ । ଦ୍ୱିତୀୟ ଦିନର ସ୍ମାରକୀ ସମାରୋହରେ ମୁଖ୍ୟ ବକ୍ତା ନାରାୟଣ ମହାପାତ୍ର କହିଥିଲେ । ୧୮୧୩ ଖୀଷ୍ଟାବ୍ଦରେ ଭକ୍ତ ଚରଣ ରାଜସୁନାଖଳା ମାଟିରେ ଇହଲୀଳା ସମ୍ବରଣ କରିଥିଲେ । ଦୀର୍ଘ ବର୍ଷ ପରେ ଭକ୍ତ ଚରଣଙ୍କ ସ୍ମୃତିକୁ ମନେ ରଖିବା ପାଇଁ ରାଜସୁନାଖଳାରେ ଭକ୍ତ ଚରଣ କ୍ଲବ ତରଫରୁ ୧୯୭୨ ମସିହା ଠାରୁ ଦୀର୍ଘ ୪୫ ବର୍ଷ ହେବ ଭକ୍ତ ଚରଣଙ୍କ ସ୍ମାରକୀ ସମାରୋହ ଧୂମଧାମରେ ପାଳନ କରାଯାଉଅଛି । ସବୁବର୍ଷ ପରି ଚଳିତ ବର୍ଷ ମଧ୍ୟ ଧୁମ୍ ଧାମରେ ପାଳିତ କରାଯାଉଅଛି । ଏହି ଅବସରରେ କ୍ଲବ ସଭା ମଣ୍ଡପରେ ଆଜି ପ୍ରାତଃ ୭ ଘଟିକାରେ ମଥୁରା ମଙ୍ଗଳ ପାରାୟଣ ମଧ୍ୟାହ୍ନରେ ମାଧ୍ୟମିକ ବିଦ୍ୟାଳୟ ସ୍ତରୀୟ କୁଇଜ୍ ପ୍ରତିଯୋଗୀତା । ପରେ ସନ୍ଥ ଭକ୍ତଚରଣଙ୍କ ରଚିତ କବିତା ପଠନ, ଅପରାହ୍ନରେ ପ୍ରବଚନ ଏବଂ ସନ୍ଧ୍ୟାରେ କ୍ଲବ ମଣ୍ଡପରେ ସ୍ମାରକୀ ସଭାର ଆୟୋଜନ କରାଯାଇଥିଲା । ଶ୍ରୀଯୁକ୍ତ ବନମାଳୀ ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଶ୍ରୀମତୀ ସୁରମା ପାଢୀ, ପୂର୍ବତନ ମନ୍ତ୍ରୀ ଓଡିଶା ସରକାର, ସମ୍ମାନୀତ ଅତିଥି ଭୁବନେଶ୍ୱରୀ ସାହୁ, ଜିଲ୍ଲାପରିଷଦ, ରାଜସୁନାଖଳା ପ୍ରମୁଖ ଯୋଗ ଦେଇଥିଲେ । ସଭାକାର୍ଯ୍ୟର ଆରମ୍ଭରୁ ଅତିଥି ପରିଚୟ ପ୍ରଦାନ କରିଥିଲେ ପୂର୍ଣ୍ଣଚନ୍ଦ୍ର ସାହୁ ଓ ସଂପାଦକ ଧାରା ବିବରଣୀ ପାଠ କରିଥିଲେ । ପରିଶେଷରେ କ୍ଲବର ସଭାପତି ସତ୍ୟନାରାୟଣ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *