ad
ଜିଲ୍ଲା ପରିକ୍ରମା

ଭଉଣୀର ଗରମ ତେଲରେ ଭାଇ, ଭାଉଜ ୨ପୁତୁରା ଆହତ : ଏତଲା ପରେ ମଧ୍ୟ କାର୍ଯ୍ୟନୁଷ୍ଠାନ ଶୂନ

ଭଦ୍ରକ, ୧୭ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ନିଜର ପାରିବାରିକ ଶତ୍ରୁତାକୁ ନେଇ ଭଉଣୀର ଗରମ ତେଲରେ ଭାଇ, ଭାଉଜ ଏବଂ ୨ ନାବାଳକ ପୁତୁରା ଆହତ ହୋଇଛନ୍ତି।ଏ ନେଇ କରଞମାଳ ଫାଣ୍ଡିରେ ଏତଲା ପରେ ମଧ୍ୟ ଆଜି ପର୍ଯ୍ୟନ୍ତ କାର୍ଯ୍ୟନୁଷ୍ଠାନ ଶୂନ ବୋଲି ସାଧାରଣରେ ଚର୍ଚା ଚାଲିଛି। ବାଂଶଡା ଥାନା ଅଧିନସ୍ଥ କରଣପଲ୍ଲୀ ଗ୍ରାମରେ ଝୁନୁଲତା ସେଠୀ କିଛି ଦିନ ହେବ ନିଜ ଶ୍ୱଶୁର ଘରୁ ପଳାଇ ଆସି ବାପ ଘରେ ରହୁଛନ୍ତି। ଏହି ଘଟଣାକୁ ନେଇ ଝୁନୁଲତା ଏବଂ ଭାଇ ଭାଗିରଥି ମଧ୍ୟରେ କଥା କଟାକଟି ହୋଇଥିଲା। ଗତ ୯ତାରିଖ ଦିନ କୌଣସି କଥାକୁ ନେଇ ଭାଇ ଏବଂ ଭଉଣୀ ମଧ୍ୟରେ ଉଚ୍ଚବାଚ୍ୟ ହୋଇଥିଲା। ପରେ ଏହି ପାଟିତୁଣ୍ଡକୁ ନେଇ ଭଉଣୀ ଝୁନୁଲତା ଗୁପୁଚୁପ କରିବା ସମୟରେ ନିଜର ଭାଇ ଭାଗିରଥି, ଭାଉଜ ଲକ୍ଷ୍ମୀପ୍ରିୟା ଏବଂ ୨ ନାବାଳକ ପୁତୁରା ଆର୍ଯ୍ୟ ଏବଂ ସୂର୍ଯ୍ୟ ସେହି ସ୍ଥାନ ଦେଇ ଯାଉଥିବା ବେଳେ ସେମାନଙ୍କ ଉପରକୁ ଗରମ ତେଲ ଫିଙ୍ଗିଥିଲା। ଏହି ଗରମତେଲରେ ଆକ୍ରାନ୍ତ ହୋଇ ଏହି ୪ଜଣ ଜୀବନ ବଂଚାଇବା ଉଦ୍ୱେଶରେ ଚିତ୍କାର କରିଥିଲେ। ସେମାନଙ୍କ ଚିତ୍କାର ଶୁଣି ପଡୋଶୀ ସେଠାରେ ରୁଣ୍ଡ ହେବା ସହ ସମସ୍ତଙ୍କୁ ନେଇ ବଇଂଚା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରିବା ପରେ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ପଠାଇଥିଲେ। ଚିକିତ୍ସା ହୋଇ ଆସିବା ପରେ ଭାଗିରଥି କରଞମାଳ ଫାଣ୍ଡିରେ ଭଉଣୀ ନାମରେ ଏତଲା ଦେଇଥିଲେ ମାତ୍ର ଭଉଣୀ, ଭାଇର ଏହି ଏତଲା ପୂର୍ବରୁ ଭାଇ ଏବଂ ଭାଉଜ ନାମରେ ଏତଲା ଦେଇଥିବା ଜଣା ଯାଇଛି। ପରେ ଭାଗିରଥି ଫାଣ୍ଡି ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କିଛି ସୁଫଳ ମିଳି ନଥିବାରୁ ବାଧ୍ୟ ହୋଇ ବାଂଶଡା ଥାନାରେ ପୁଣି ଏକ ଲିଖିତ ଅଭିଯୋଗ କରିଥିଲେ। ଏହି ଏତଲା ପରେ ବାଂଶଡା ଥାନାଧିକାରୀ ସେମାନଙ୍କୁ ନ୍ୟାୟ ଦେବେ ବୋଲି କହିବା ସହ ଏହି ଘଟଣାର ତଦନ୍ତ ଜାରୀ ରଖିଛନ୍ତି। ଏହି ଘଟଣାରେ ନ୍ୟାୟ ନ ପାଇଲେ ଏହି ଗରିବ ଭାଗିରଥି ଙ୍କ ପରିବାର ପୁଲିସ ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି। ବର୍ତମାନ ପରିସ୍ଥିତିରେ ଗରମ ତେଲରେ ପୋଡି ଯାଇଥିବା ୪ଜଣ ଙ୍କ ପାଖରେ ଅର୍ଥର ଅଭାବ ରହିଥିବା ବେଳେ ସେମାନଙ୍କୁ ନ୍ୟାୟ ମିଳିବା ଦରକାର ବୋଲି ସାଧାରଣରେ ଚର୍ଚା ଚାଲିଛି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top