ଭଉଁରୀରେ ରଥ ଚକଡ଼େରା

ପୁରୀ:୭/୫ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ପବିତ୍ର ଭଉଁରୀଯାତ୍ରା ଅବସରରେ ପାରମ୍ପାରିକ ରୀତିନୀତି ଅନୁଯାୟୀ ତିନିଥରର ଚକଡ଼େରା କାର୍ଯ୍ୟ ପୂର୍ବାହ୍ନରେ ସଂପନ ହୋଇଛି ପୂର୍ବାହ୍ନରେ ଏଥି ପାଇଁ ଶ୍ରୀ ମନ୍ଦିରରେ ସକାଳଧୂପ ପରେ ତିନିବାଡ଼ର ପୂଜାପଣ୍ଡା ତନୋଟି ଆଗାମାଳ ଧରି ଶୋଭାଯାତ୍ରାରେ ଶ୍ରୀ ନଅର ନିକଟକୁ ଆସିଥିଲେ। ଛତି, ତ୍ରାଶ ଓ ତେଳିଙ୍ଗି ବାଜା ବଦନ ମଧ୍ୟରେ ୧୧ଟା ୫ ମିନିଟରେ ବାହାରି ପଟୁଆର ସହକାରେ ଶ୍ରୀନଅର ନିକଟରେ ପହଂଚିବା ପରେ ପୂଜାପଣ୍ଡାମାନେ ସେଠାରେ ଅପେକ୍ଷା କରିଥିଲେ। ଏହି ସମୟରେ ଭୋଇ ସେବକ ମାନେ ଅକ୍ଷ ସହିତ ଚକକୁ ଡ଼େରି ଛିଡ଼ା କରାଇଥିଲେ। ତିନି ରଥର ଚକକୁ ଅକ୍ଷ ସହିତ ସଯୋଗ କରି ଭୋଇ ସେବକ ମାନେ ହରିବୋଲ ପକାଇଥିଲେ ଚକଡ଼େରା ଯିବାପରେ ରଥଖଳାରେ ପାଣି ପକାଯିବାପରେ କମାର ସେବକ ମାନେ ଅକ୍ଷରେ ପନ୍ଦରି ବାଡ଼େଇଥିଲେ। ଶ୍ରୀ ନଅର ନିକଟରୁ ପୂଜାପଣ୍ଡା ସାମନ୍ତମାନେ ଆଜ୍ଞାମାଳଧରି ରଥଖଳାକୁ ଆସିଥିଲେ। ମହାରଣାସେବକ ମାନେ ଚକରେ ଖଣ୍ଡୁଆ ଗୋଡ଼ାଇବାପରେ ପ୍ରଥମେ ତାଳଧ୍ୱଜ, ପରେ ନନ୍ଦିଘୋଷ ଓ ଶେଷରେ ଦେବୀଦଳନ ରଥରେ ଆଜ୍ଞାମାଳ ବିଜେ କରାଯାଇଥିଲା। ପରମ୍ପରା ଅନୁଯାଇ ଚକ ଡ଼େରା କାର୍ଯ୍ୟ ସମ୍ପନ କରାଯାଇଥିଲା। (ପ୍ରତିକାତ୍ମକ ଫଟୋ)

Leave a Reply

Your email address will not be published. Required fields are marked *