ବୟସ ୯୦ ଟପିଲାଣି ହେଲେ ବି ଜାରି ରଖିଛନ୍ତି ରୋଗୀ ସେବା ଖଗେଶ୍ୱର ରଣା ବିନା ମୂଲ୍ୟରେ କରୁଛନ୍ତି ରୋଗୀ ସେବା

ତୁରୁମୁଙ୍ଗା ୧୧-୧୧ (ଓଡ଼ିଆ ପୁଅ/ସନ୍ତୋଷ ପତି) ସେବା କରିବାର ପ୍ରବଳ ଇଛା ଶକ୍ତି ଆଗରେ ହାର ମାନିଛି ବାର୍ଦ୍ଧକ୍ୟ। କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ରାଜନଗର ଗ୍ରାମର ଖଗେଶ୍ୱର ରଣା ବୟସ ପାଖାପାଖି ୯୦ ଟପିଲାଣି ଠିକ ସେ ଅଣ୍ଟା ସଳଖେଇ ଭଲ ଭାବେ ଚାଲି ପାରୁନଥିବା ଖଗେଶ୍ୱର ଏବେ ବିନା ମୁଲ୍ୟରେ ବୋହୁ ଅସାଧ୍ୟ ରୋଗକୁ ଭଲ କରୁଛନ୍ତି ଚେରମୁଳି ସାହାଯ୍ୟରେ। କର୍କଟ ରୋଗର ପ୍ରଥମ ପର୍ଯ୍ୟାୟରେ ଓ ଷ୍ଟୋନ ଆଦି ବହୁ ଅସାଧ୍ୟ ରୋଗକୁ ଭଲ କରୁଛନ୍ତି ସେ ସକାଳ ହେଲେ ଆଖ ପାଖ ଅଞ୍ଚଳ ତଥା ଦୂରଦୂରାନ୍ତରୁ ରୋଗୀଙ୍କର ତାଙ୍କ ଘରକୁ ସୁଅ ଛୁଟେ। ପ୍ରଥମେ ଶିକ୍ଷକତା ଏବଂ ପରେ ସ୍ଥଳ ସେନା ପରେ ପୁଣି ଶିକ୍ଷ୍ୟକତାରୁ ଅବସର ନେବା ପରେ ୩୦ବର୍ଷ ଧରି ଚେରମୁଳି ପଦ୍ଧତିରେ ଔଷଧ ତିଆରି କରି ବିଭିନ୍ନ ପ୍ରକାରର ରୋଗକୁ ଭଲ କରୁଛନ୍ତି ସେ। ଏ ସମ୍ପର୍କରେ ତାଙ୍କୁ ପଚାରିବାରୁ କୁହନ୍ତି ପଞ୍ଚମ ଶ୍ରେଣୀ ପଢୁଥିବା ବେଳେ ବାପା ଛାଡ଼ି ସବୁଦିନ ପାଇଁ ଚାଲିଗଲେ। ଆଉ ବହୁ କଷ୍ଟରେ ସେ ପାଠ ପଢି ଶିକ୍ଷକ ହୋଇ ଶିକ୍ଷା ଦାନ କରିବା ସହିତ ଦେଶ ପାଇଁ ମଧ୍ୟ ସେବା କରିଛନ୍ତି। ତା ପରେ ବିଭିନ୍ନ ଔଷଧୀୟ ବହି ପଢି ଏବେ ଲୋକଙ୍କୁ ସେବା କରୁଛନ୍ତି। ମାନବ ସେବା ହିଁ ମାଧବ ସେବା କହି ସେବା କରୁଛନ୍ତି। ଏପରିକି ଛୋଟ ବେଳୁ ସେହି ଗ୍ରାମର ସାଗର ମିଶ୍ରଙ୍କ ଫୁସପୁସ୍ ରେ ପାଣି ଜମି ବୋହୁ ଖର୍ଚ୍ଚାନ୍ତ ହୋଇ ଥିଲେ ଏବଂ ତାଙ୍କ ଔଷଧ ଖାଇ ସେ ଏବେ ସମ୍ପୂର୍ଣ୍ଣ ଭଲ ହୋଇ ରାଜ୍ୟ ବାହାରେ ଜଳ ସେନା ରେ କାର୍ଯ୍ୟରତ। ଚାକିରୀ ଜାଗାରୁ ସେ ଭଲ ହୋଇ ଏକ ଚିଠି ତାଙ୍କ ପାଖକୁ ପଠାଇଥିଲେ ଆଉ ସେ ଚିଠି ପଢି ଆଖିରୁ ଦୁଇ ଟୋପାଲୁହ ଆସି ସେବାର ସାର୍ଥକ ହେଲା ଭାବି ଆଜି ପର୍ଯ୍ୟନ୍ତ ଲୋକଙ୍କୁ ବିନା ମୂଲ୍ୟରେ ଆୟୁର୍ବେଦିକ ସେବା ଯୋଗେଇ ଦେଉଛନ୍ତି। ବୟସର ଅପରାହ୍ଣ ରେ ମଧ୍ୟ ଜାରି ରଖି ଛନ୍ତି ସେ ଜନସେବା।

Leave a Reply

Your email address will not be published. Required fields are marked *