ଜିଲ୍ଲା ପରିକ୍ରମା

ବୟସ ୮୦, ଭତ୍ତା ମିଳିବ କେବେ! ଜିଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଗାଁର ୪୬ ଭତ୍ତା ଆଶାୟୀ

ଭଦ୍ରକ, ୭ା୮ (ଓଡ଼ିଆ ପୁଅ / ପ୍ରମୋଦ ରାୟ) –  ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା ଭଳି ସାମାଜିକ ସୁରକ୍ଷା ଯୋଜନା ଉପରେ ରାଜ୍ୟ ସରକାର ବିଶେଷ ଗୁରୁତ୍ୱ ଦେଉଛନ୍ତି । ଏଥିପାଇଁ ସରକାର ବିଜ୍ଞାପନ ମାଧ୍ୟମରେ ବାହାଦୂରୀ ବି ମାରୁଛନ୍ତି । କିନ୍ତୁ ଅଶୀ ପର ବୟସରେ ବି ଭତ୍ତା ପାଇଁ ଆବେଦନ କରି ଥକି ପଡିବା ପରେ ଆଶାୟୀ ବୃଦ୍ଧବୃଦ୍ଧାଙ୍କୁ ଜିଲାପାଳଙ୍କ ଦ୍ୱାରସ୍ଥ ହେବାକୁ ପଡିଛି । ଏମିତି ଖବର କେଉଁ ଆଦିବାସୀ ଅଧୁ୍ୟଷିତ ଇଲାକାରୁ ନୁହେଁ ବରଂ ଭଦ୍ରକ ଜିଲା ତିହିଡି ବ୍ଲକରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ।  ଗୋଟିଏ ଗାଁ ତଳଦୁମୁକାରୁ ୪୬ ଜଣ ଆଶାୟୀ ବୃଦ୍ଧବୃଦ୍ଧା ୩୫ କିମି ଦୂର ଜିଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ପହଞ୍ଚି ନିଜର ଦୁଃଖ ବଖାଣିଛନ୍ତି । ସମସ୍ତଙ୍କର ବୟସ ୬୫ ଟପିଛି । ସେମାନଙ୍କ ମଧ୍ୟରେ ଗୋଲକ ନାୟକଙ୍କ ବୟସ ୮୦ ଟପି ସାରିଛି । ଭତ୍ତା ପାଇବାକୁ ଏହି ଆଶାୟୀମାନେ ବହୁବାର ବ୍ଲକ କାର୍ଯ୍ୟାଳୟକୁ ଦୋ÷ଡିବା ପରେ ତାଙ୍କ ଆବେଦନପତ୍ର କାର୍ଯ୍ୟାଳୟରେ ଅଳିଆ ଯୋଗାଡ କରୁଛି । ମଦନ ଖିଲାର, ପୂର୍ଣ୍ଣିମା ନାୟକ, ଆଶାଲତା ବିଶ୍ୱାଳ, ବିଷ୍ଣୁମୋହନ ଖିଲାର, ଦିବାକର ବାରିକ, ଘନଶ୍ୟାମ ଖିଲାର ପ୍ରମୁଖ କହିବାନୁଯାୟୀ ଭତ୍ତା ପାଇଁ ଆମେ ଗୁହାରି କରି କରି ଥକି ପଡିଲୁଣି । ହେଲେ ସୁଫଳ ମିଳୁନାହିଁ । ଜୀବନର ସାୟାହ୍ନରେ ଆମକୁ କେବଳ ପ୍ରତିଶ୍ରୁତି ମିଳୁଛି । ତେବେ ଅଭିଯୋଗ ପ୍ରକୋଷ୍ଠରେ ପହଞ୍ଚିଥିବା ଆଶାୟୀଙ୍କ ଦୁଃଖ ବୁଝିବା ପାଇଁ ଜିଲାପାଳଙ୍କ ନିଦେ୍ର୍ଦଶରେ ଜିଲା ସାମଜିକ ସୁରକ୍ଷା ଅଧିକାରୀ ପହଞ୍ଚି ଆଶାୟୀଙ୍କ ସହ ଆଲୋଚନା କରିଥିଲେ । ପର୍ଯ୍ୟୟକ୍ରମେ ସମସ୍ତ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରାଯିବ ପ୍ରତିଶ୍ରୁତି ଦେଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top