ବଡ଼ ଦିନରେ ଓଡ଼ିଶାର ବିଭିନ୍ନ ଚର୍ଚ୍ଚରେ ଶ୍ରଦ୍ଧାଳୁଙ୍କ ଭିଡ଼: ଆନନ୍ଦ ଉଲ୍ଲାସରେ ପାଳୁଛନ୍ତି ଯୀଶୁଙ୍କ ଜନ୍ମ ଦିନ

ଭୁବନେଶ୍ୱର ୨୫-୧୨ (ଓଡ଼ିଆ ପୁଅ) ବଡ଼ଦିନ ପାଇଁ ଓଡ଼ିଶାର ବିଭିନ୍ନ ଚର୍ଚ୍ଚରେ ଚାଲିଛି ପ୍ରାର୍ଥନା ଏବଂ ବିଭିନ୍ନ କାର୍ଯ୍ୟକ୍ରମ। ଆନନ୍ଦ ଉଲ୍ଲାସରେ ମନାଉଛନ୍ତି ଏବଂ “ମେରୀ ଖ୍ରୀଷ୍ଟମାସ” କହି ଶୁଭକାମନା ଜଣାଉଛନ୍ତି ପରସ୍ପରକୁ ଖ୍ରୀଷ୍ଟଧର୍ମାବଲମ୍ୱୀ। ଯୀଶୁଙ୍କ ଜନ୍ମ ଦିନ ପାଳନ କରିବାକୁ ଲାଗିଛି ପ୍ରବଳ ଭିଡ଼। ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଚର୍ଚ୍ଚରେ କ୍ୟାଣ୍ଡେଲ୍ ଜାଳି ପ୍ରାର୍ଥନା କରୁଥିବା ଦେଖିବାକୁ ମିଳିଛି। ଯୀଶୁଙ୍କ ଆଗମନକୁ ନେଇ ସମସ୍ତଙ୍କ ମଧ୍ୟରେ ନାହିଁନଥିବା ଉତ୍ସାହ ଦେଖିବାକୁ ମିଳିଥିଲା।

Leave a Reply

Your email address will not be published. Required fields are marked *