ଅନୁଗୁଳ

ବଡ଼ଯୋରଡାରେ ଶ୍ରୀରାମ ଚରିତ ମାନସ ପାରାୟଣ

ତାଳଚେର, ୧୨/୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ବ୍ଲକ ବଡ଼ଯୋରଡା ଗ୍ରାମରେ ୨୨ତମ ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସୀତାରାମ ସେବାସଂଘର ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଚଳିତ ମାସ ୩ ତାରିଖରୁ ଆରମ୍ଭ ହୋଇ ୯ଦିନ ଧରି ଅନୁଷ୍ଠିତ ହୋଇଥିଲା। ପ୍ରତି ଦିନ ନିତ୍ୟ ପୂଜା ବିଧି, ମଙ୍ଗଳ ଆରତୀ, ଗୀତ ଗୋବିନ୍ଦ ପାଠ, ନାମ ସଂକୀର୍ତନ, ଯଜ୍ଞ କର୍ମ, ହନୁମାନ ଚାଳିଶା ପାଠ, ଶ୍ରୀରାମ ଚରିତ ମାନସ ପାରାୟଣ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଧୀରେନ୍ଦ୍ର କୁମାର ପତି ବ୍ୟାସ ରୂପେ ଅଧିଷ୍ଠିତ ହୋଇଥିବା ବେଳେ ନବଘନ ସାମନ୍ତ ପୂଜା ପାଠ ଓ ଆଚାର୍ଯ୍ୟ କର୍ମ ତୁଲାଇଥିଲେ। କର୍ତା ଭାବରେ ମୀନକେତନ ପ୍ରଧାନ ଓ ସଂଯୁକ୍ତା ପ୍ରଧାନ ଯୋଗ ଦେଇଥିଲେ। ପ୍ରତ୍ୟହ ସନ୍ଧ୍ୟାରେ ପ୍ରବଚକ ଭାବରେ ସୁଦର୍ଶନ ଦାସ ମହାରାଜ ଓ ବିନୟ କୁମାର ଶତପଥୀ ଯୋଗ ଦେଇ ତୁଳସୀ ଦାସ କୃତ ରାମାୟଣ ସମ୍ପର୍କରେ ପ୍ରବଚନ ଦେଇଥିଲେ। ଏହି ପ୍ରବଚନ ଶୁଣିବା ପାଇଁ ଆଖପାଖ ଅଂଚଳରୁ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଗୁରୁବାର ଦିନ ପୂର୍ଣ୍ଣାହୂତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ଅଭୟ କୁମାର ପ୍ରଧାନ, ଶୁଶେନ୍ଦୁ, କୈଳାସ, ଶୁଭେନ୍ଦୁ, ରିକି, ଶାନ୍ତମୂର୍ତିଙ୍କ ସମେତ ସୀତାରାମ ସେବାସଂଘର ସମସ୍ତ ସଦସ୍ୟ ସଦସ୍ୟା ସହଯୋଗ କରିଥିଲେ।

 

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top