ଓଡ଼ିଶା

ବଡ଼ବିଲ୍ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅବ୍ୟବସ୍ଥା : ପଦଯାତ୍ରାରେ ବାହାରିଲେ ବଡ଼ବିଲ ସିଭିଲ୍ ସୋସାଇଟି (ମେ ୩ରେ ଆମରଣ ଅନଶନ)

ଯୋଡା- ତା ୩/୦୫ : (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଜଙ୍ଗଲ, ଜମି, ଖଣି ସବୁ ଅଛି। ସବୁ ଥାଇ ମଧ୍ୟ ଏ ଅଞ୍ଚଳବାସୀଙ୍କ ପ୍ରତି ସରକାରଙ୍କ ସବୁବେଳେ ବୈମାତୃକ ମନୋଭାବ।ଦୀର୍ଘ ଦିନର ଦାବି ପରେ ମଧ୍ୟ ସରକାର ଏହି ଅଞ୍ଚଳର ଲୋକମାନଙ୍କ ଦାବି ପ୍ରତି କର୍ଣ୍ଣପାତ କରୁନାହାନ୍ତି। ଏପରି ଅଭିଯୋଗ ନେଇ ବଡ଼ବିଲ୍ ସିଭିଲ୍ ସୋସାଇଟି ପକ୍ଷରୁ ଏକ ଐତିହାସିକ ପଦକ୍ଷେପ ନିଆଯାଇଛି। ବଡ଼ବିଲ୍ ସିିଭିଲ ସୋସାଇଟି ପକ୍ଷରୁ ଏକ ୯ ଜଣିଆ ଟିମ୍ ବଡ଼ବିଲ୍ଠାରୁ କେନ୍ଦୁଝରକୁ ପଦଯାତ୍ରାରେ ବାହାରିଥିବା ବେଳେ ଆସନ୍ତା ମେ ୩ ତାରିଖରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିବେ ବୋଲି ଘୋଷଣା କରିଛନ୍ତି।

ପ୍ରକାଶଯୋଗ୍ୟ ଯେ, ବଡ଼ବିଲ୍ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଖାଲି ପଡ଼ିଥିବା ଡାକ୍ତର ପଦବୀ ପୂରଣ କରାଯିବା ସହିତ ଅନ୍ୟାନ୍ୟ ଅସୁବିଧା ଦୂରିକରଣ ନିମନ୍ତେ ସୋସାଇଟି ପକ୍ଷରୁ ଦୀର୍ଘ ଦିନ ହେଲା ଦାବି ହୋଇ ଆସୁଛି। ଏ ସମ୍ବନ୍ଧରେ ଗତ ଏପ୍ରିଲ୍ ୭ ତାରିଖରେ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟୃ ଅଧିକାରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇ ଥିଲା। ତେବେ ୧୫ ଦିନ ମଧ୍ୟରେ ଏହି ସମସ୍ୟାର ସମାଧାନ କରାଯିବା ସହିତ ଡାକ୍ତର ନିଯୁକ୍ତି ନିମନ୍ତେ ପ୍ରତିଶ୍ରୁତି ଦିଆଯାଇଥିଲା। ମାତ୍ର ଏପରି ଅନେକ ପ୍ରତିଶ୍ରୁତି କେବଳ ପାଣିର ଗାର ହୋଇ ରହିଯାଇଛି ବୋଲି ବଡ଼ବିଲ୍ ସିଭିଲ୍ ସୋସାଇଟି ପକ୍ଷରୁ ଅଭିଯୋଗ ହୋଇଛି। ତେଣୁ ଏହାର ପ୍ରତିବାଦରେ ବଡ଼ବିଲ୍ ସ୍ୱାସ୍ଥ୍ୟକେନ୍ଦ୍ରରୁ ମେ ୧ ତାରିଖ ପୂର୍ବାହ୍ନରେ ଏକ ପଦଯାତ୍ରା ବାହାରିଥିଲା। ବଡ଼ବିଲ୍ ବିକାଶ ମହଲଠାରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହ ବଡ଼ବିଲ୍ ଅଞ୍ଚଳର ବିଭିନ୍ନ ସଂଗଠନ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ପରେ ସେମାନେ କେନ୍ଦୁଝର ଅଭିମୁଖେ ବାହାରିବା ବେଳେ ଭଦ୍ରାସାହି ଗଣେଶ ପୂଜା କମିଟି ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହାପରେ ଯୋଡ଼ା ପ୍ରେସ୍ କ୍ଲବ୍ ପକ୍ଷରୁ ମଧ୍ୟ ତାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯିବା ସହ ତାଙ୍କର ସଫଳତା କାମନା କରାଯାଇଥିଲା। ପରେ ରିମୁଳିଠାରେ ତାଙ୍କୁ ଯାତ୍ରୀବାହି ବସ୍ ମାଲିକ ସଂଘର ସଦସ୍ୟ ବାପି ସେଠୀ, ପୂର୍ବତନ ସରପଞ୍ଚ ଆର୍ତ୍ତତ୍ରାଣ ସେଠୀ, ସୁବଳ ସାହୁ ସମେତ ରିମୁଳି ଅଂଚଳର ବିଭିନ୍ନ ସଂଗଠନ ପକ୍ଷରୁ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ରିମୁଳି ବସ୍ ମାଲିକ ସଂଘ କାର୍ଯ୍ୟାଳୟରେ ରତ୍ରି ଯାପନ ପରେ ୨ ତାରିଖ ପ୍ରାତଃରୁ ସେମାନେ କେନ୍ଦୁଝର ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ବଡ଼ବିଲ୍ ସିଭିଲ୍ ସୋସାଇଟିର ଏହି ପଦକ୍ଷେପକୁ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବି, ସମାଜ ସେବୀ ଓ ଜନସାଧାରଣ ବିପୁଳ ସମର୍ଥନ କରିଥିବା ଦେଖିବାକୁ ମିଳିଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top