ବଡ଼ଚଣା ବିଜେଡ଼ି ପକ୍ଷରୁ ଷ୍ଟେଟ୍ ବ୍ୟାଙ୍କ ସମ୍ମୁଖରେ ପ୍ରତିବାଦ ସଭା

ଯାଜପୁର ୨୧-୪ (ଓଡିଆ ପୁଅ/ମାନସ ରାଉତ)-କୌଣସି ଏ.ଟି.ଏମ୍ ରୁ ଟଙ୍କା ଉଠାଯାଇପାରୁନଥିବା ଯୋଗୁ ଆଜି ବଡ଼ଚଣା ବିଜେଡ଼ି ପକ୍ଷରୁ ଚଣ୍ଡିଖୋଲ ଛକ ସ୍ଥିତ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ସମ୍ମୁଖରେ ଦୁଇ ଘଣ୍ଟା ଧରି ଧାରଣ ସହିତ ଏକ ପ୍ରତିବାଦ ସଭା ଜିଲ୍ଲା ଯୁବ ବିଜେଡ଼ି ସାଧାରଣ ସମ୍ପାଦକ ଗଣେଶ୍ୱର ବରାଳଙ୍କ ସଭାପତିତ୍ୱରେ ଅନୁଷ୍ଟିତ ହୋଇଯାଇଛି। ପ୍ରତିବାଦ ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲ ଶିକ୍ଷା, ସଂସ୍କୃତି ଓ କ୍ରୀଡ଼ା ଅଧ୍ୟକ୍ଷ ତଥା ଜିଲ୍ଲା ପରିଷଦ ସଭ୍ୟ ଅରବିନ୍ଦ ସାମଲ, ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ବିନୋଦିନୀ ସାହୁ, ବିଜେଡ଼ି ନେତା ନିରଞ୍ଜନ ସେନାପତି, ଛାତ୍ର ବିଜେଡ଼ି ସଭାପତି ଜିତେନ୍ଦ୍ର ନାୟକ, ମିଶନ ଶକ୍ତି ଅଧ୍ୟକ୍ଷା ଶ୍ରୀମତୀ କିଚିନା ମହାପାତ୍ର, ପ୍ରାକ୍ତନ ସରପଞ୍ଚ ମନ୍ଦାକିନୀ ଜେନା, ଯୁବ ନେତା ଜଗନ୍ନାଥ ମୁଦୁଲୀ, ନାଏବ ସରପଞ୍ଚ ମସିର ଆଲାମ୍, ପଲ୍ଳି ମଙ୍ଗଳ ସେବା ସମବାୟ ସମିତି ସଭାପତି ସଂଜୟ ସ୍ୱାଇଁ, ଆଇନଜୀବୀ ଦେବରାଜ ବେହେରା, ବିବି କଲେଜ୍ ଛାତ୍ର ସଂସଦ ସଭାନେତ୍ରୀ ସରିତା ସ୍ୱାଇଁ, ମନୋରଂଜନ ଜେନା, ଗୋବିନ୍ଦ ସାହାଣୀ, ବିନୟ ପୃଷ୍ଟି, ଦିଲ୍ଲିପ ଜେନା ପ୍ରମୁଖ ଯୋଗ ଦେଇଥିଲେ। କେନ୍ଦ୍ର ସରକାର ୨୦୧୬ରେ ଯେଉଁ ବିମୁଦ୍ରିକରଣ କାର୍ଯ୍ୟ କରିବା ଦ୍ୱାରା ସାଧାରଣ ନାଗରିକ ବ୍ୟାଙ୍କରୁ ଟଙ୍କା ଉଠାଇବା ଏବଂ ଏ.ଟିମ୍.ଏମ କାର୍ଡ଼ ଧରି ଅର୍ଥ ଉଠାଇବା କଷ୍ଟକର ହୋଇ ପଡ଼ିଥିଲା। ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କର ଅର୍ଥନୀତି ଆଜି ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି। କୌଣସି ଏ.ଟି.ଏମ୍ ରେ ଅର୍ଥ ନଥିବାରୁ କାର୍ଡ଼ଧାରୀ ଅର୍ଥ ଉଠାଇବାକୁ ବଞ୍ଚିତ ହେଉଛନ୍ତି। କେନ୍ଦ୍ରସରକାର ପ୍ରତେକ ଦିନ ପେଟ୍ରୋଲ, ଡ଼ିଜେଲ୍ଦର ବୃଦ୍ଧି ଘଟାଇବା ଦ୍ୱାରା ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଉଥିଲେ ହେଁ କେନ୍ଦ୍ର ସରକାର ଏଥି ପ୍ରତି ଦୃଷ୍ଟି ନଦେଇ ବାହାପ ମାରୁଛନ୍ତି। ବ୍ୟାଙ୍କରୁ ନିରବ ମୋଦୀ ଓ ବିଜୟ ମାଲ୍ୟା ହଜାର ହଜାର କୋଟି ଅର୍ଥ ରାଶି ଲୁଟ୍କରି ଆତ୍ମ ଗୋପନ କରି ଠକି ଚାଲିଛନ୍ତି କିନ୍ତୁ କେନ୍ଦ୍ର ସରକାର ନିରବ ଦ୍ରଷ୍ଟା ସାଜିଛନ୍ତି। ଆଜି ବ୍ୟାଙ୍କ ବ୍ୟବସ୍ଥା ଲୋକମାନଙ୍କର ବିସ୍ୱାସହୀନତା ହରାଇବାଲାଣି ବୋଲି ମୁଖ୍ୟ ଅତିଥି ଶ୍ରୀ ସାମଲ ମତବ୍ୟକ୍ତ କରିଥିଲେ। ପ୍ରତିବାଦ ସଭାରେ ବିଜେଡ଼ି କର୍ମୀ ଓ ଏ.ଟି.ଏମ୍ କାର୍ଡ଼ ଧାରି ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ସ୍ଳୋଗାନ୍ ଦେଇଥିଲେ।

Leave a Reply

Your email address will not be published. Required fields are marked *