ଜିଲ୍ଲା ପରିକ୍ରମା

ବ୍ୟାସନଗର ପୌର ପରିଷଦର ସ୍ୱାୟତ୍ତ ଶାସନ ଦିବସ ଓ ପ୍ରତିଭା ପୂଜା

ଯାଜପୁର-୧/୯(ଓଡିଆ ପୁଅ/ଏ.ରାଉତ) ବ୍ୟାସନଗର ପୌର ପରିଷଦ ପକ୍ଷରୁ ଆଜି ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ଓ ପ୍ରତିଭା ପୂଜା କାର୍ଯ୍ୟକ୍ରମ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି । ସକାଳେ ସହରର ପୌର ପରିଷଦ ପକ୍ଷରୁ ସମସ୍ତ ମହାପୁରୁଷଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ, ବିଦ୍ୟାଳୟର ଛାତ୍ର ଛାତ୍ରୀମାନଙ୍କ ଦ୍ୱାରା ପ୍ରଭାତଫେରୀ କରାଯାଇଥିଲା । ପୌର କାର୍ଯ୍ୟାଳୟରେ ପୌରାଧ୍ୟକ୍ଷା ସବିତା ରାଉତ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ବ୍ୟାସନଗର ତହସିଲ ପରିସରରେ ଏକ ସାଧାରଣ ସଭା ପୌରାଧ୍ୟକ୍ଷାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ବ୍ୟାସନଗର ସହରକୁ ପଲିଥିନ୍ ମୁକ୍ତ କରିବାକୁ ଶିକ୍ଷାନୁଷ୍ଠାନ ଛାତ୍ର ଛାତ୍ରୀମାନଙ୍କ ଦ୍ୱାରା ସଚେତନତା ଶୋଭାଯାତ୍ରା କରାଯାଇଥିଲା । ସନ୍ଧ୍ୟାରେ ପୌର ପରିଷଦ ଆନୁକୂଲ୍ୟରେ ପ୍ରତିଭା ପୂଜା ପରିଷଦର ବାର୍ଷିକ ଉସôବ ଅନୁଷ୍ଠିତ ହୋଇଥିଲା । ଧବଳଗିରି ଉନ୍ନୀତ ମଧ୍ୟ ଇଂରାଜୀ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ଦ୍ୱାରା ଆବାହନୀ ସଂଗୀତ ଗାନ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ପୌରାଧ୍ୟକ୍ଷା ସବିତା ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ସଭାରେ କୋରେଇ ବିଧାୟକ ଆକାଶ ଦାସ ନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇ ଆମେ ଛୋଟ ଗଛକୁ ପାଣି, ଖତ, ସାର ପ୍ରଦାନ କଲାପରେ ସେ ଗଛରେ ଭଲ ଫଳ ହୁଏ, ସେହିଭଳି ବିକଶିତ ପ୍ରତିଭାମାନଙ୍କୁ ଉପଯୁକ୍ତ ପୂଜା ଓ ସମ୍ବର୍ଦ୍ଧନା ଜ୍ଞାପନ ଦ୍ୱାରା ସେମାନେ ଅଧିକ ବିକଶିତ ହୁଅନ୍ତି ଯାହାର ଉଦାହରଣ ଦୂତି ଚାନ୍ଦବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନୀତ ଅତିଥିଭାବେ ଯାଜପୁର ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମୀନା ଯୋଗଦେଇ ସହରର ବିକାଶ ଓ ଆଇନ ଶୃଙ୍ଖଳା ଦିଗରେ ପୋଲିସ ତରଫରୁ ସବୁପ୍ରକାର ସହଯୋଗ ଜାରି ରହିବବୋଲି କହିଥିଲେ । ଅନ୍ୟତମ ଅତିଥିଭାବେ ଉପନଗରପାଳ ସୁବାଷ ବଳ,କୋରେଇ ମଣ୍ଡଳ ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଶତପଥି, ଜିଲା ପ୍ରକଳ୍ପ ସଂଯୋଜକ ବିଷ୍ଣୁ ଚରଣ ସୂତାର ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକାରୀ ସଭାପତି ଶାନ୍ତନୁ କୁମାର ଧଳ ଅତିଥି ପରିଚୟ ପ୍ରଦାନ କରିବାପରେ ସାରସ୍ୱତ ମୁଖପତ୍ର ପୌର ପ୍ରତିଭାକୁ ଅତିଥିମାନେ ଉନ୍ମୋଚନ କରିଥିଲେ । ସଂପାଦକ ରଞ୍ଜିତ କୁମାର ମହାପାତ୍ର ସଂପାଦକୀୟ ବିବରଣୀ ପାଠ କରିଥିଲେ । ଏହି ଅବସରରେ ଅବସରପ୍ରାପ୍ତ ଶିକ୍ଷୟତ୍ରୀ ତଥା ବଉଳଫୁଲର ସଂପାଦିକା ବ୍ରଜେଶ୍ୱରୀ ସିଂ, ଉଷାଲତା ତ୍ରିପାଠୀ, ବନଲତା ଖୁଂଟିଆଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସ୍ୱତନ୍ତ୍ର ସମ୍ମାନଭାବେ ଧବଳଗିରି ୟୁଜିଏମଇ ବିଦ୍ୟାଳୟ ଓ କୋରେଇ ଓଡିଶା ଆଦର୍ଶ ବିଦ୍ୟାଳୟକୁ ପ୍ରଦାନ କରାଯାଇଥିଲା । ଗତକାଲି ସେଂଟ ଜାଭିୟର୍ସ ବିଦ୍ୟାଳୟର ଛାତ୍ର ଛାତ୍ରୀ ମନିଷ ରଞ୍ଜନ ମଲ୍ଲିକ, ଶାନ୍ତନୁ ବେହେରା, କରନ ମିର୍ଜା, ଆୟୁଷ ପଣ୍ଡା, ପ୍ରିୟଙ୍କା ପଣ୍ଡା ପ୍ରମୁଖ ଗ୍ରୁପକୁ ପୁରସ୍କୃତ କରାଯାଇଥିବାବେଳେ ଆଜି ବିଭିନ୍ନ ସ୍କୁଲର କୃତୀ ଛାତ୍ର ଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ପୌର ପରିଷଦ ପକ୍ଷରୁ କିଶୋର କୁମାର ରାଉତ, କାହ୍ନୁଚରଣ ବାରିକ, ରତ୍ନାକର ବାରିକ, ବୃନ୍ଦବନ ପଲେଇ, ଗୌରାଙ୍ଗ ମହାଳିକ, ଶାନ୍ତନୁ କୁମାର ବଳ, ଅର୍ଜ୍ଜୁନ ସିଂ, ମମତା ମୁଖୀ, ବିଶ୍ୱମ୍ବର ରାଉତ, ବଟକୃଷ୍ଣ ବଳଙ୍କୁ ସ୍ୱତନ୍ତ୍ର ସମ୍ମାନ ପ୍ରଦାନ କରାଯାଇ ସମ୍ବର୍ଦ୍ଧନା ଦିଆଯାଇଥିଲାା ପୌର ନିର୍ବାହୀ ଅଧିକାରୀ ମୋହନ ଚରଣ ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଶିକ୍ଷୟତ୍ରୀ ପ୍ରତିମା ମଞ୍ଜରୀ ସାହୁ ସଭା ପରିଚାଳନାରେ ସହଯୋଗ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top