ଓଡ଼ିଶା

“ବ୍ୟାପକ ପିସି କାରବାର”: ଆଗାମୀ ଦିନରେ ଆଳୁ ଦର ବଢିବାର ପ୍ରମୁଖ କାରଣ: ବିଜେପି କୃଷକ ମୋର୍ଚ୍ଚା

– ଆଗକୁ ଆଳୁ ଦର କେଜି ପ୍ରତି ୪୦ ଟଙ୍କା ହେବ ବୋଲି କହି ବର୍ତମାନ ପଶ୍ଚିମବଙ୍ଗରୁ ୩୦ କୋଟିର ଆଳୁ କିଣି ଗଚ୍ଛିତ ରଖିବା ପଛରେ ଏକ ବଡ ଅସାଧୁ ବୁଝାମଣା ରହିଛି
– ଖାଉଟି ବଜାରରେ ଅସ୍ଥିରତା ସୃଷ୍ଟି କରି ଏହାର ଫାଇଦା ନେଇ ନିର୍ବାଚନ ଚାନ୍ଦା ଆଦାୟ କରିବାର ମସୁଧା କରିଛନ୍ତି ନିଜେ ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର, ତା.୨୬/୦୩ (ଓଡ଼ିଆ ପୁଅ) : ଆଗକୁ ଆଳୁ ଦର ବଢି ୪୦ ଟଙ୍କା ଛୁଇଁବ ବୋଲି କହି ପଶ୍ଚିମବଙ୍ଗରୁ ଆଗୁଆ ୩୦ କୋଟିର ଆଳୁ କିଣି ରଖିବା ପାଇଁ ସରକାର ଯୋଜନା ପଛରେ ଏକ ବଡ ଅସାଧୁ ବୁଝାମଣା ରହିଛି ବୋଲି ଅଭିଯୋଗ କରିଛି ବିଜେପି କୃଷକ ମୋର୍ଚ୍ଚା। ମୋର୍ଚ୍ଚାର ସାଧାରଣ ସମ୍ପାଦକ ସୁରଥ ବିଶ୍ୱାଳ କହିଛନ୍ତି ଯେ, ରାଜ୍ୟ ଯୋଗାଣ ମନ୍ତ୍ରୀଙ୍କର ଏହି ଭବିଷ୍ୟତବାଣୀ ଆଳୁ ବେପାରୀଙ୍କୁ ସୁହାଇବ। ଖାଉଟି ବଜାରରେ ଅସ୍ଥିରତା ସୃଷ୍ଟି କରି ଏହାର ଫାଇଦା ନେଇ ନିର୍ବାଚନ ଚାନ୍ଦା ଆଦାୟ କରିବାର ମସୁଧା କରିଛନ୍ତି ନିଜେ ସମବାୟ ମନ୍ତ୍ରୀ।

ଶ୍ରୀ ବିଶ୍ୱାଳ କହିଛନ୍ତି ଯେ, ଆଳୁର ଦାମ ବଢିନଥିବାବେଳେ ନିଜେ ଯୋଗାଣ ମନ୍ତ୍ରୀ ଏହାର ଦାମ ବଢାଇ ଏବେ ରାଜ୍ୟର ଖାଉଟି ମାନଙ୍କୁ କ୍ଷତିକୁ ଠେଲି ଦେଇଛନ୍ତି। ଯଦି ବି ଓଡିଶା ସରକାର ଆଳୁ କିଣିବେ ତାହେଲେ ଏହାକୁ ରଖିବେ କେଉଁଠି ? ଗଚ୍ଛିତ ରଖିବା ପାଇଁ ଶୀତଳ ଭଣ୍ଡାରଟିଏବି ରାଜ୍ୟ ସରକାର କ୍ଷମତାର ଦୀର୍ଘ ୧୮ ବର୍ଷ ସତ୍ୱେ ପ୍ରତିଷ୍ଠା କରିପାରିଲେ ନାହିଁ। ଏବେ ପଶ୍ଚିମବଙ୍ଗର ଆଳୁ ବେପାରୀଙ୍କ ଠାରୁ ବଜାର ଦରଠାରୁ ଅଧିକ ଦରରେ କିଣିବା ସହ ସେମାନଙ୍କର ଶୀତଳ ଭଣ୍ଡାର ମାଲିକମାନଙ୍କୁ ମଧ୍ୟ ରାଜ୍ୟ ସରକାର ଅତ୍ୟଧିକ ଦରରେ ଭଡା ଦେଇ ସେଠାରେ ଆଳୁ ରଖିବେ। ଏହା ପଛରେ ନିଶ୍ଚିନ୍ତ ଭାବେ ବ୍ୟାପକ ପିସି କାରବାର ଅଛି ଏବଂ କେତେ ମାତ୍ରାର ପିସି ଅଛି, ତାହା ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ ବୋଲି ଦାବି କରିଛି କୃଷକ ମୋର୍ଚ୍ଚା।

ସରକାରଙ୍କର ମାର୍କେଟ ଇଂଟେଲଜେନ୍ସର ତଥ୍ୟ ଅନୁସାରେ ସରକାର ପଦକ୍ଷେପ ନେବା କଥା। ଆଗରୁ କେବେ ଦେଖାଯାଇନଥିଲା ମାର୍କେଟ ଇଂଟେଲଜେନ୍ସର ତଥ୍ୟକୁ ଏପରି ପଦାରେ ମନ୍ତ୍ରୀ ନିଜେ କହିବା। ହେଲେ ମାର୍କେଟ ଇଂଟେଲିଜେନ୍ସର ତଥ୍ୟକୁ ସାଧାରଣରେ କହି ପ୍ରକାରନ୍ତରେ ସମବାୟ ମନ୍ତ୍ରୀ ଅସାଧୁ ବେପାରୀ ମାନେ ଆଳୁ ଦର ବଢାଇବା ପୁର୍ବରୁ ସେହି ଦରକୁ ନିଜେ ବଢାଇଦେଇଛନ୍ତି ଯାହାର ଦେୟ ରାଜ୍ୟର ଗରିବ ଖାଉଟିମାନେ ଆଗାମୀ ଦିନରେ ନିଜ ପକେଟରୁ ଭରିବେ। ସରକାର ଏହି କଳା କାରନାମାର ଅସଲ ଗୁମର ଏବେ ପଦାକୁ ଆସିଛି ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି।

ରାଜ୍ୟରେ ବାର୍ଷିକ ୧୩ ଲକ୍ଷ ମେଟ୍ରିକ ଟନ ଆଳୁର ଆବଶ୍ୟକତା ଥିବାବେଳେ ଉପ୍ତାଦନ ହେଉଛି ମାତ୍ର ୮୦ ହଜାର ମେଟ୍ରିକ ଟନ। ନିକଟରେ ପ୍ରକାଶିତ ଇକୋନୋମିକ ସର୍ଭେର ରିପୋର୍ଟ ଅନୁସାରେ ଆଳୁ ଉପ୍ତାଦନ ଚାହିଦାର ୧୦% କୁ ମଧ୍ୟ ରାଜ୍ୟ ସରକାର ପୁରଣ କରିବାରେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି। ଆଳୁ ମିଶନରେ ୨୦୧୫-୧୬ରେ ୫୦ କୋଟି ଟଙ୍କା, ୨୦୧୬-୧୭ରେ ୬୦ କୋଟି ଟଙ୍କା, ୨୦୧୭-୧୮ରେ ୨୦ କୋଟି ଟଙ୍କା ଖର୍ଚ୍ଚ କଲେ। ହେଲେ ଆଳୁ ଉପ୍ତାଦନ ବଢିଲାନି କାହିଁକି ତାର ଜବାବ ରାଜ୍ୟ ସରକାର ଦିଅନ୍ତୁ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି।

ରାଜ୍ୟରେ ୨୦୦୦ ମସିହା ବେଳକୁ ସମବାୟ ବିଭାଗର ପାଂଚ ଗୋଟି ସଚଳ ଓ ୧୨ ଗୋଟି ଅଚଳ ଶୀତଳ ଭଣ୍ଡାର ଥିଲା ଓ ଏବେବି ସେଇ ପାଂଚ ଗୋଟି ସଚଳ ଓ ୧୩ ଗୋଟି ଅଚଳ ଶୀତଳ ଭଣ୍ଡାର ଅଛି ବୋଲି ରାଜ୍ୟ ସରକାର ବିଧାନସଭାରେ ମାନିଛନ୍ତି। ଦୀର୍ଘ ୧୮ ବର୍ଷ ଶାସନ ପରେ ମଧ୍ୟ କୃଷି ଉତ୍ପାଦନର ସଂରକ୍ଷଣ ବ୍ୟବସ୍ଥା ନ ହୋଇପାରିବାକୁ ଏବଂ ଶୀତଳ ଭଣ୍ଡାର ଅଭାବ କାରଣରୁ ଚାଷୀ ମାନେ ଅଭାବୀ ବିକ୍ରୀର ଶୀକାର ହେଉଛନ୍ତି। ସରକାରଙ୍କ ବିଫଳତା କାରଣରୁ ଆଳୁ ମିଶନ ବିଫଳ ହୋଇଛି ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top