ଜିଲ୍ଲା ପରିକ୍ରମା

ବ୍ୟାଟେରୀ ସର୍ଟସର୍କିଟ ଯୋଗୁ ନିଆଁ ଲାଗି ଚଳନ୍ତା ଗାଡିପୋଡିଲା,ଅଳ୍ପକେ ବର୍ତିଲେ ୪ଜଣ

ମାଲକାନଗିରି,୩ା୪ (ଓଡିଆ ପୁଅ )  ମାଲକାନଗିରି ଠାରୁ କାଲିମେଳା ଅଭିମୁଖେ ଯାଉଥିବା ଏକ ଚଳନ୍ତା ଗାଡିରେ ସର୍ଟସର୍କିଟ ଯୋଗୁଁ  ନିଆଁଲାଗି ପୋଡି ଯିବାସହିତ ସେହି ଗାଡିରେ ବସିଥିବା ୪ଜଣ ଅଳ୍ପକେ ବର୍ତି ଯାଇଛନ୍ତି । ଆଜି ମାଲକାନଗିରି ଠାରୁ ଓଡି୩୦-୧୮୦୩ ନମ୍ବର ଏକ ଟାଟାମ୍ୟାଜିକ ଭ୍ୟାନ କିଛି ଘରୋଇ ଉପକରଣ ସାମଗ୍ରୀ ଗାଡି ଉପରେ ଲଦି କାଲିମେଳା ଅଭିମୁଖେ ଯାଉଥିବାବେଳେ ନିଯନ୍ତ୍ରୀତ ବଜାର ଚେକ୍ ଗେଟ ନିକଟ ଜୟନଗର ଠାରେ ହଟାତ ଗାଡିର ବ୍ୟାଟେରୀ ସର୍ଟସର୍କିଟ ହୋଇ ଗାଡିରେ ନିଆଁଲାଗି ଯାଇଥିଲା । ଗାଡିରେ ନିଆଁଲାଗିଯିବା ଦେଖି ଡ୍ରାଇଭର ନରୋତମ ମଲ୍କିକ ଉପସ୍ଥିତ ବୁଦ୍ଧିଖଟାଇ ଗାଡିଟିକୁ ରଖି ଓହ୍ଲାଇପଡି ସଙ୍ଗେ ସଙ୍ଗେ ଗାଡିର ପଛ ଡୋର ଖୋଲି  ଗାଡିରେ ବସିଥିବା ୩ଜଣ ଯାତ୍ରୀଙ୍କୁ ତଳକୁ ଓହ୍ଲାଇ ଦେଇଥିଲେ । ଆଖିପିଛୁଳାକେ ଗାଡିଟିରେ ନିଆଁ ଲାଗି ପୋଡି ଯାଇଥିଲା । ଗାଡିପୋଡି ଯିବାସଂପର୍କରେ ଅଗ୍ନିଶମବିଭାଗକୁ ଫୋନକରିବାରୁ ଅଗ୍ନିଶମ ଅଧିକାରୀ ସିମାଚଂଳ ପାଢିଙ୍କ ନିର୍ଦ୍ଦେଶକ୍ରମେ ଲକ୍ଷ୍ମିନାରାୟଣ ପରଜା, ସ୍ୟାମସୁନ୍ଦର ପାନିଆ,ଗିରିଧର ଭତ୍ରା,ଧନସିଂ ଭତ୍ରା ରେଣୁଦିଶାରୀ ପ୍ରମୁଖ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଁଚି ନିଆଁକୁ ଆୟତକରି ଥିଲେ ।  ଦମକଳବାହିନୀ ପହଁଚିଲାବେଳକୁ ଗାଡିରେ ଥିବା ଉପକରଣ ସହିତ ଗାଡିଟିର ଚକ ଓ ବଡି ପୋଡିଯାଇଥିଲା । ଅଗ୍ନିଶମକର୍ମଚାରୀ ମାନେ ଗାଡିର ଇଜିଂନ ସହ  ଗାଡିର ଚେଚିସ କୁ ନିଆଁ ଦାଉରୁ ରକ୍ଷାକରିଥିଲେ ,

 

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top