ଅପରାଧ

ବ୍ୟାଙ୍କ ସାମ୍ନାରୁ ୧୦ ଲକ୍ଷ ଟଙ୍କା ଲୁଟ!

ଭଦ୍ରକ, ୨୦ା୧ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକ ସହରରେ ଗତକାଲି ମଧ୍ୟାହ୍ନରେ ଜଣେ ଯୁବକଙ୍କ ଠାରୁ ୧୦ ଲକ୍ଷ ଟଙ୍କା ଲୁଟ ହୋଇଥିବା ଖବର ଚର୍ଚ୍ଚାରେ ରହିଛି। ଖବରର ସତ୍ୟତା ସଂପର୍କରେ ଠୋସ ପ୍ରମାଣ ମିଳିନାହିଁ। ତେବେ ଗେଲପୁର ଅଞ୍ଚଳର ଅନୀଲ ନାୟକ ନାମକ ଜଣେ ଯୁବକ ଏକ ବ୍ୟାଗରେ ୧୦ ଲକ୍ଷ ଟଙ୍କା ଭର୍ତ୍ତି କରି ନୂଆବଜାର ଷ୍ଟେଟବ୍ୟାଙ୍କକୁ ଯାଉଥିବା ବେଳେ ବ୍ୟାଙ୍କ ସାମ୍ନାରୁ ହିଁ ଲୁଟ ହୋଇଥିବା କୁହାଯାଉଛି। ପୂର୍ବରୁ ଏକ କଳା ପଲସର ଗାଡିରେ ଥିବା ଦୁର୍ବୃତ୍ତ ପଛପଟୁ ଅନୀଲଙ୍କ ହାତରୁ ବ୍ୟାଗ ଛଡାଇ ନେଇ ନିମିଷକ ମଧ୍ୟରେ ଫେରାର ହୋଇଗଲେ ବୋଲି ଅନୀଲ କହୁଛନ୍ତି। ଅପରପକ୍ଷେ ପୁଲିସ ଏହି ଲୁଟର ସତ୍ୟତାକୁ ନେଇ ସନ୍ଦେହରେ ଅଛି। ସନ୍ଧ୍ୟାଯାଏ ଥାନାରେ ଏଥିନେଇ ମାମଲା ଋଜୁ ହୋଇ ନ ଥିବା ବେଳେ ପୁଲିସ ଅନୀଲଙ୍କ ସମେତ ଅନ୍ୟଜଣଙ୍କୁ ପଚରା ଉଚୁରା ଜାରି ରଖିଛି। ଏ ସଂପର୍କରେ ଅଧିକ ଯାଞ୍ଚ ପରେ ସତ୍ୟତା ଜଣାପଡିବ ବୋଲି ଟାଉନ ଆଇଆଇସି ମନୋଜ ରାଉତ କହିଛନ୍ତି। (ପ୍ରତିକାତ୍ମକ ଫଟୋ)

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top