କୋରାପୁଟ

ବ୍ୟାଙ୍କ ଲୁଟ୍ ରୋକିବାକୁ ପୋଲିସର ମକ୍ ଡ୍ରିଲ୍

କୋରାପୁଟ ; ତା୧୮-୦୭-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) ରାଜ୍ୟର ବିଭିନ୍ନ ସହରରେ ବ୍ୟାଙ୍କ ଲୁଟ୍ ଓ ଡକାୟତି ବଢି ଚାଲିଥିବାବେଳେ କୋରାପୁଟରେ ଏଭଳି ଘଟଣାକୁ ରୋକିବାକୁ ଜିଲା ପୋଲିସ ପକ୍ଷରୁ ବୁଧବାର ମକ୍ ଡ୍ରିଲ କରା ଯାଇଥିଲା। ଯୋଜନା ମୂତାବକ ଏସପିଙ୍କ ପରାମର୍ଶରେ ତିନିଜଣ ପୋଲିସ କର୍ମଚାରୀ ବୁଧବାର ଅପାରହ୍ନ ଗୋଟାଏ ବେଳେ ସାଦା ପୋଷାକରେ ସ୍ଥାନୀୟ ଏହ୍ଲାବାଦ ବ୍ୟାଙ୍କରେ ପ୍ରବେଶ କରି କେସିଅରଙ୍କୁ ପିସ୍ତଲ ଦେଖାଇ ଟଙ୍କା ଲୁଟିବାକୁ ଉଦ୍ୟମ କରିଥିଲେ। ବ୍ୟାଙ୍କ କେସିଅର୍ ଉପସ୍ଥିତ ବୁଦ୍ଧି ଖଟାଇ ସାଇରନ୍ ବଜାଇବା ମାତ୍ରେ ଟାଉନ ଥାନା ପୋଲିସ ଘଟଣା ସ୍ଥଳରେ ପହଂଚି ଉକ୍ତ ତିନିଜଣକୁ କାବୁ କରି ଥାନାକୁ ନେଇ ଯାଇଥିଲେ। ତେବେ ଏହି ଘଟଣାକୁ ନେଇ କିଛି ସମୟ ସହରରେ ଚାଂଚଲ୍ୟ ଖେଳି ଯାଇଥିଲା। ତେବେ ଏହା ବ୍ୟାଙ୍କ ମାନଙ୍କ ସଚେତନତା ଓ ସତର୍କତା ସମ୍ପର୍କରେ ଜାଣିବାକୁ ପୋଲିସ ପକ୍ଷରୁ ମକ୍ ଡ୍ରିଲ କରା ଯାଇଥିଲା ବୋଲି ଏସପି ଡା.କନୱାର ବିଶାଲ ସିଂହ୍ ସୂଚନା ଦେଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top