ବ୍ୟାଙ୍କ ଡକାୟତି ଉଦ୍ୟମ ପଣ୍ଡ

କୋରାପୁଟ ; ତା୦୨-୦୮-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) ବୁଧବାର ମଧ୍ୟରାତ୍ରୀରେ କେତେକ ଦୁର୍ବୃତ୍ତ ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି ଉଦ୍ୟମ କରି ବିଫଳ ହୋଇଥିବା ଜଣାପଡିଛି। ଡକାୟତ ଦଳ ବ୍ୟାଙ୍କର ବାହାର ସିସି କ୍ୟାମେରା ଭାଙ୍ଗି ଦେଇ ସମ୍ମୁଖ କବାଟ ତାଡି ଭିତରକୁ ପ୍ରବେଶ କରିଥିଲେ। ସେମାନେ ଭିତରକୁ ଯିବା ମାତ୍ରେ ସାଇରନ ବାଜିବା ସହ ଶାଖା ପରିଚାଳକଙ୍କ ମୋବାଇଲକୁ ମେସେଜ୍ ଯାଇଥିଲା। ଫଳରେ ଶାଖା ପରିଚାଳକ ଥାନାକୁ ଫୋନ୍ କରି ଜଣାଇଥିଲେ। ପାଟ୍ରୋଲିଂରେ ଥିବା ପୁଲିସ ତୁରନ୍ତ ଘଟଣା ସ୍ଥଳରେ ପହଂଚି ଯିବାରୁ ଡକାୟତମାନେ ଫେରାର ହୋଇ ଯାଇଥିବା ଜଣା ପଡିଛି। ଖବର ପାଇ ଜୟପୁରରୁ ଆଂଚଳିକ ପରିଚାଳକ ଶୁଭେନ୍ଦୁ କୁମାର ରାଜଗୁରୁ କୋରାପୁଟ ଆସି ସ୍ଥିତିର ଅନୁଧ୍ୟାନ କରିଥିଲେ। ଶାଖା ପରିଚାଳକ ଟି.ଏନ୍. ଆଚାରୀ ଟାଉନ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ସିସି ଟିଭି ଫୁଟେଜକୁ ନେଇ ତଦନ୍ତ ଆରମ୍ଭ କରିଛି।ଆଜି ସକାଳ ୧୦ ଘ. ସମୟରେ ସ୍ୱଭାବିକ ଭାବେ ବ୍ୟାଙ୍କ ଖୋଲାଯାଇଥିଲା ବୋଲି ଜଣାପଡିଛି।

Leave a Reply

Your email address will not be published. Required fields are marked *