ବ୍ୟାଙ୍କ ଓ ଏଟିଏମ୍ ଡକାୟତର ୧୬ ଜଣ ଗିରଫ ରାୟଗଡା ପୋଲିସର ସଫଳତା

ରାୟଗଡା ତା -୦୩/୦୮/୨୦୧୮(ଓଡିଆ ପୁଅ/ରବିନ୍ଦ୍ର ପାଟଖଣ୍ତାଳ) ରାୟଗଡା ଜିଲ୍ଲା ପୋଲିସକୁ ମିଳିଛି ବଡ଼ ସଫଳତା। ଜିଲ୍ଲାରେ ଦୁଇ ଦୁଇଟି ବ୍ୟାଙ୍କ ଲୁଟ ଉଦ୍ୟମ କରିଥିବା ୧୬ ଜଣ ଡକାୟତ ସମେତ ଜଣେ ସହଯୋଗୀକୁ ଗିରଫ କରିବାରେ ପୋଲିସ ସଫଳ ହୋଇଛି। ରାୟଗଡା ଏସପି ରାହୁଲ ପି ଆର ରାୟଗଡା ଥାନା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହା ପ୍ରକାଶ କରିଛନ୍ତି।ସେମାନଙ୍କ ଠାରୁ ଗୋଟିଏ ବୋଲେରୋ ଗାଡି, ୭ଟି ମୋଟର ସାଇକେଲ, ୧୬ଗୋଟି ମୋବାଇଲ, ଗୋଟିଏ ଦେଶୀ ପିସ୍ତଲ, ୪ଟି ଛୁରି ଓ ଅନ୍ୟାନ୍ୟ ମାରଣାସ୍ତ୍ର ସହ ୨୦ ଗ୍ରାମ ସୁନା ପୋଲିସ ଜବତ କରିଛି। ଜୁଲାଇ ମାସ୧୪ ଓ ୧୫ ତାରିଖ ଦିନ ଏହି ଦଳ ରାୟଗଡା ଜିଲ୍ଲାର ଗାଡିଶେଷଖାଲ ଓ ସୁଙ୍ଗେର ଠାରେ ବ୍ୟାଙ୍କ ଡକାୟତି ଉଦ୍ୟମ କରି ବିଫଳ ହୋଇଥିଲେ। ଗତକାଲି ସେମାନେ ଟିକିରି ଥାନା ଅନ୍ତର୍ଗତ ମୁସୁରୀପଦର ଠାରେ ଏକତ୍ରିତ ହୋଇ ଜଣେ ବ୍ୟବସାୟୀଙ୍କ ଘରୁ ଡକାୟତି ଉଦ୍ୟମ କରୁଥିବା ବେଳେ ସୁରାକ ପାଇ ପୋଲିସ ସେମାନଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ରାୟଗଡା ସାଇପ୍ରିୟା ନଗରର ପିଲା ଲୋକେଶ (୨୪), ଚାନ୍ଦିଲି ଥାନା ନିକଟର ଶରତ ଗରଡିଆ (୨୫), ମୁନିଗୁଡା ଥାନା ନିକଟ ହୁକୁମତୋଳାର ଦିନେଶ କେଡିଆ (୩୫), କୋରାପୁଟ ବନ୍ଧୁଗାଁର ଲକ୍ଷ୍ମୀକାନ୍ତ କନ୍ଧ (୨୦), ରାୟଗଡା ଦୁନ୍ଦୁଲି ଗ୍ରାମର ମୁର୍ତ୍ତି ମିନିକା (୩୪), ରାୟଗଡା ରେବତିଗୁଡାର ସୁଶାନ୍ତ କନ୍ଧପାଣି (୨୫), ରାୟଗଡା ନିମାଝୋଳର ଲୋକନାଥ କାରକାରିଆ (୨୪), ରାୟଗଡାର ବାବୁରାଓ କନ୍ଧପାଣି (୨୪), ଦୁଦୁଳାବହାଳର ସନ୍ତୋଷ ରାୟ (୨୪), ଚାନ୍ଦିଲି ଥାନା ଅନ୍ତର୍ଗତ ଭଟିପଦାର ରାଜ କୁମାର ବାଗ (୩୨), ହଳଦିପଡାର ସଞ୍ଜିତ ହିଅଲ (୨୦), କୋରାପୁଟ ଦୁମେରୁମୁଡାର ଶ୍ରୀପତି ରାଣା (୨୮), ଆମ୍ବୋଳ ବଡସାହିର ପ୍ରେମାନନ୍ଦ ଖରଖରିଆ (୩୦), ଖରଯୋଡାର ଅଙ୍ଗଦ ମହାନନ୍ଦିଆ (୩୨), ଟିକିରି ଥାନା ଅନ୍ତର୍ଗତ ଟୋଟାଗୁଡାର ସିମାଞ୍ଚଳ ମାଝି (୩୫)ସେମାନଙ୍କ ନାମରେ ବିଭିନ୍ନ ଥାନାରେ ଏକାଧିକ ମାମଲା ଥିବା ପୋଲିସ ପ୍ରକାଶକରିଛି।

ଏହି ସାମ୍ବାଦିକ ସମ୍ମିଳନୀରେ ଏସପିଙ୍କ ସମେତ ଅତିରିକ୍ତ ଏସପି ୱାଇ. ଜଗନ୍ନାଥ ରାଓ ଆଇଆଇସି ରାୟଗଡା ଓ ଟିକିରି ଉପସ୍ଥିତ ଥିବା ସହ ବରିଷ୍ଠ ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *