ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ଗ୍ରାହକ ସଚେତନତା ବୈଠକ

ଭୁବନେଶ୍ୱର ୨୬ ମଇ (ଓଡ଼ିଆ ପୁଅ) : ବ୍ୟାଙ୍କ ଅଫ୍ ଇଣ୍ଡିଆ, ଭୁବନେଶ୍ୱର ଜୋନ୍ ତରଫରୁ ଏକ ଗ୍ରାହକ ସଚେତନତା ବୈଠକ ଆୟୋଜିତ ହୋଇଯାଇଛି। ବ୍ୟାଙ୍କିଙ୍ଗ କୋଡ୍ସ ଆଣ୍ଡ ଷ୍ଟାଣ୍ଡାର୍ଡ୍ସ ବୋର୍ଡ ଇଣ୍ଡିଆ ପ୍ରୋଗ୍ରାମ ଅଧିନରେ ଏହି ବୈଠକ ଆହୂତ ହୋଇଥିଲା। ଏହି ବୈଠକରେ ଶ୍ରୀଧର ବେହେରା, ବ୍ୟାଙ୍କିଙ୍ଗ ଓମ୍ବୁଡ୍ସମ୍ୟାନ, ଭୁବନେଶ୍ୱର ମୁଖ୍ୟ ଅତିଥି ଥିଲା ବେଳେ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଭୁବନେଶ୍ୱର ଜୋନ୍ର ଜୋନାଲ ମ୍ୟାନେଜର ୱାଇ.ଏନ୍. ଦ୍ୱିବେଦୀ ବୈଠକରେ ଅଧ୍ୟକ୍ଷତା କରିଥିଲେ। ବିଭିନ୍ନ ଶାଖାରୁ ପ୍ରାୟ ୧୫୦ ଜଣ ଗ୍ରାହକ ଏବଂ ବ୍ୟାଙ୍କ କର୍ମଚାରୀ ଏହି ବୈଠକରେ ଯୋଗ ଦେଇଥିଲେ। ଏହି ଅବସରରେ ଶ୍ରୀ ବେହେରା ବ୍ୟାଙ୍କର-ଗ୍ରାହକ ବିବାଦ ଏବଂ ସେସବୁର ତ୍ୱରୀତ ଫଏସଲା ତାଙ୍କ ଅଫିସ ମାଧ୍ୟମରେ କରାଯାଉଛି ଏବଂ ଗ୍ରାହକମାନେ ଏସବୁର ସୁଯୋଗ ନେବା ଉଚିତ ବୋଲି କହିଥିଲେ। ବ୍ୟାଙ୍କର ସହାୟକ ମହାପ୍ରବନ୍ଧକ ଶ୍ରୀ ତ୍ରିପାଠୀ ଓମ୍ବୁଡ୍ସମ୍ୟାନ ଏବଂ ଉପସ୍ଥିତ ଗ୍ରାହକମାନଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *