ଗଜପତି

ବ୍ୟବସାୟୀ ଭିତ୍ତିକ ଜିବିକା ବିକାଶ ସମ୍ବଦ୍ଧୀୟ ତାଲିମ ଶିବିର

ପାରଳାଖେମୁଣ୍ଡି, ୧ା୭(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା କାଶିନଗର ବ୍ଳକ ଅନ୍ତର୍ଗତ ପୋଲରୁ ଗ୍ରାମ ରାଜିବଗାନ୍ଧି ସେବା କେନ୍ଦ୍ର ଠାରେ ରବିକିରଣ ସେବା ସମିତି ସ୍ୱେସ୍ଥ୍ୟାସେବୀ ଅନୁଷ୍ଠାନ ପକ୍ଷରୁ ନାବାର୍ଡ ସହାୟତାରେ ଏକ ବ୍ୟବସାୟ ଭିତିକ ଜିବିକା ବିକାଶ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ୪ଗୋଟି ଗ୍ରାମର ୧୦ଟି ମହିଳା ସ୍ୱୟଂ ସହାୟିକା ଗୋଷ୍ଠିର ସଦସ୍ୟାମାନେ ଯୋଗଦେଇ ତାଲିମ ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ପ୍ରଥମେ ଏହି ଶିବିରର ଲକ୍ଷ ଓ ଉଦେଶ୍ୟ ସମ୍ପର୍କରେ କୁହାଯାଇଥିଲା। ଜିଲା ନାବାର୍ଡର ଜିଲା ବିକାଶ ପରିଚାଳକ ଏସ.ପାଲ ଯୋଗଦେଇ ମହିଳାମାନଙ୍କ ବିକାଶ ପାଇଁ ନାବାର୍ଡର ସହାୟତାରେ ପଶୁପାଳନ ଓ ଜୈବିକ ପଦ୍ଧତିରେ ପନିପରିବା ଚାଷ ଏବଂ କେନ୍ଦ୍ରିୟ ଯୋଜନା ବିଷୟରେ ବିସ୍ତୃତ ଭାବେ ବୁଝାଇଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ରବି କିରଣ ସେବାକେନ୍ଦ୍ରର ସମ୍ପାଦକ ଲକ୍ଷ୍ମିକୁମାର ପଣ୍ଡା ଏହି ଶିବିର ଦ୍ୱାରା କିପରି ମହିଳାମାନଙ୍କର ଜିବିିକା ବିକାଶ ହୋଇପାରିବ ସେବିଷୟରେ ବିସ୍ତୃତ ଭାବେ ବୁଝାଇଥିଲେ। ଏହି ଶିବିରର ଉଦ୍ଘାଟିନି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଲିଡ ବ୍ୟାଙ୍କ ପରିଚାଳକ ଦାମୋଦର ଉଗରସଣ୍ଡି, ପଶୁ ଚିକିତ୍ସକ ଡା.ଅଭିଜିତ ମିଶ୍ର, କାଳିପ୍ରସାଦ ପଟ୍ଟନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top