ବ୍ୟବସାୟୀଙ୍କ ଭୁଜାଲିରେ ହାଣି ଟଙ୍କା ଲୁଟ୍ ଅଭିଯୋଗ

ଭଦ୍ରକ, ୧୨ା୯ (ଓଡ଼ିଆ ପୁଅ / ପ୍ରମୋଦ ରାୟ) –  ଗତକାଲି ବିଳମ୍ବିତ ରାତିରେ ଜଣେ ବ୍ୟବସାୟୀଙ୍କୁ ଭୁଜାଲିରେ ହାଣି  ଟଙ୍କା ଲୁଟ ହେବା ନେଇ ଭଦ୍ରକ ଟାଉନ ଥାନାରେ ଅଭିଯୋଗ ହୋଇଛି । ଭଦ୍ରକ ବାଗୁରାଇ ଅଞ୍ଚଳର ଦୀନବନ୍ଧୁ ନାୟକ ଦୋକାନ ବନ୍ଦ କରି ଘରକୁ ବାଇକ୍ ଯୋଗେ ଫେରୁଥିଲେ ।  ରାତି ପ୍ରାୟ ୧୧ଟା ସମୟରେ ଭଦ୍ରକ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମୁଖ ରାସ୍ତାରେ  ଏକ ପଲସର ମୋଟର ସାଇକେଲ୍ରେ ୩ ଜଣ ଯୁବକ ମୁହଁରେ କଳାକନା ବାନ୍ଧି ତାଙ୍କୁ ଅଟକାଇଥିଲେ । ଏବଂ ତାଙ୍କୁ ଭୁଜାଲି ଦ୍ୱାରା ମରଣାନ୍ତକ ଆକ୍ରମଣ କରି  ଲକ୍ଷାଧିକ ଟଙ୍କା ନେଇଯିବାର ଅଭିଯୋଗ ହୋଇଛି । ଏବେ ସେ ଗୁରୁତର ଭାବେ ଭଦ୍ରକ ଜିଲା ମୁଖ୍ୟ ଚିକିସôାଳୟରେ ଚିକିସôିତ ହେଉଛନ୍ତି । ତେବେ ପୁଲିସ୍ ପକ୍ଷରୁ ଏହା ଡକାୟତି ଜନିତ ଟଙ୍କା ଲୁଟ୍ କିମ୍ବା ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏଭଳି କାଣ୍ଡ ଘଟିଛି, ତାହା ତଦନ୍ତ ପରେ ଜଣାପଡିବ ବୋଲି କୁହାଯାଇଛି ।

Leave a Reply

Your email address will not be published. Required fields are marked *