ad
ଜିଲ୍ଲା ପରିକ୍ରମା

“ବ୍ୟଙ୍ଗ ସାହିତ୍ୟ ଜୀବନକୁ ଆମୋଦିତ କରିବା ସହ ସମାଜ ଓ ବ୍ୟକ୍ତିକୁ ମାର୍ଗପ୍ରଦର୍ଶନ କରେ” ଭଦ୍ରକରେ ରାଜ୍ୟସ୍ତରୀୟ ବ୍ୟଙ୍ଗକବି ସମ୍ମିଳନୀ

ଭଦ୍ରକ, ୧୫ା୪ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ବ୍ୟଙ୍ଗ ସାହିତ୍ୟ ଓ କବିତା ମନୋରଂଜନଧର୍ମୀ ହୋଇ ପାଠକ ଓ ଶ୍ରୋତାମାନଙ୍କୁ ଯେମିତି ଆମୋଦିତ କରେ ସେମିତି ବ୍ୟକ୍ତି ତଥା ସମାଜକୁ ଉଚିତ ମାର୍ଗ ପ୍ରଦର୍ଶନ କରି ସୁଧାର ଆଣିବାକୁ ଚେଷ୍ଟା କରିଥାଏ ବୋଲି ଭଦ୍ରକର ଶହୀଦ ସ୍ମୁତି ଭବନ ଠାରେ ଆନ୍ତଃରାଷ୍ଟ୍ରୀୟ ଓଡିଆ ସାହିତ୍ୟ ଓ ସୁରକ୍ଷା ମହାମଞ୍ଚ ଆନୁକୂଲ୍ୟରେ ଆୟୋଜିତ ରାଜ୍ୟସ୍ତରୀୟ ବ୍ୟଙ୍ଗକବି ସମ୍ମିଳନୀ ଓ କବିତା ପାଠ ଉତ୍ସବରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ଓଡିଶା ବିଜ୍ଞାନ ଏକାଡେମୀ ସଦସ୍ୟ ତଥା ସ୍ତମ୍ଭକାର ଇଂ ଅଭୟ ସୂତାର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବ୍ୟଙ୍ଗକବି ଆସରକୁ ଭଦ୍ରକ ପୌରପାଳ ମାନସ କୁମାର ମହାନ୍ତି ଉଦଘାଟନ କରିଥିଲେ। ବିଶିଷ୍ଟ ବ୍ୟଙ୍ଗ କବି ତଥା ଦୂରଦର୍ଶନ କଳାକାର ଶ୍ରୀଯୁକ୍ତ ସତ୍ୟାନାଶ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ଓଡିଆ ଭାଷା ତଥା ଓଡିଶାର ସଂସ୍କୃତି, ଐତିହ୍ୟ ଓ ପରମ୍ପରା ଯେଉଁ ଅବକ୍ଷୟୀ ମୁଖୀ ହେଉଛି ଆନ୍ତଃରାଷ୍ଟ୍ରୀୟ ଓଡିଆ ସାହିତ୍ୟ ଓ ସଂସ୍କୃତି ସୁରକ୍ଷା ମହାମଞ୍ଚ ବ୍ୟଙ୍ଗ ସାହିତ୍ୟ ମାଧ୍ୟମରେ ସୁରକ୍ଷା ଦେବା ପାଇଁ ଅଙ୍ଗୀକାର ବଦ୍ଧ। ଏହି ଉତ୍ସବରେ ଶିଳ୍ପୀ କେଶୁ ଦାସ ମୁଖ୍ୟବକ୍ତା, ଇଂ ଅବନ୍ତୀ ମଲ୍ଲିକ, ପଣ୍ଡିତ ଦୈତ୍ୟାରି ମହାପାତ୍ର, ଡ. କୁଳାଙ୍ଗାର ପ୍ରମୁଖ ବରେଣ୍ୟ ଅତିଥିଭାବେ ଯୋଗଦେଇଥିଲେ। ଏହି ଆସରରେ ଭଦ୍ରକ ଜିଲ୍ଲା ଲେଖକ ସାମ୍ମୁଖ୍ୟର ସାଧାରଣ ସଂପାଦକ ଅଧ୍ୟାପକ ନୀହାର ରଂଜନ କର ସ୍ୱାଗତ ଭାଷଣ, ଉତ୍କଳ ସାମ୍ବାଦିକ ସଂଘର ଭଦ୍ରକ ଜିଲ୍ଲା ସଭାପତି ରବିନାରାୟଣ ଅତିଥିପରିଚୟ ପ୍ରଦାନ କରିଥିବାବେଳେ ବ୍ୟଙ୍ଗକବି ରସରସିଆ ଭାଇ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଦ୍ୱିତୀୟ ଅଧିବେଶନରେ ନାଟ୍ୟଶ୍ରୀ ନିର୍ମଳ ରାଉତଙ୍କ ପୌରୋହିତ୍ୟରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବରେ ଅଧ୍ୟାପକ ବାଇଡଙ୍କ ବାବା ମୁଖ୍ୟଅତିଥି, କବି ଅବାଗିଆ ମୁଖ୍ୟବକ୍ତା, ଅଧ୍ୟାପକ ଶ୍ରୀରାମ ଦାଶ ସମ୍ମାନନୀୟ ଅତିଥିଭାବେ ଯୋଗଦେଇଥିଲେ। ଏହି ଅବସରରେ ୨୦୧୭ ମସିହା ପାଇଁ ଫେସବୁକ୍ ରେ କବିତା ଲେଖି ଶ୍ରେଷ୍ଠ କବି ଓ କବୟିତ୍ରୀ ଭାବେ ସ୍ୱୀକୃତି ପାଇଥିବା ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବ୍ୟଙ୍ଗ କବି ବିଜୟ କୁମାର ବହଳି ଓ ବ୍ୟଙ୍ଗକବି ଗଗନ ବିହାରୀ ସେଠୀ କବିତାଗୁଡିକୁ ସଂଯୋଜନା କରିଥିଲେ ଏବଂ ବ୍ୟଙ୍ଗକବି ବିଜୟଶ୍ରୀ ଗୋକୁଳାନନ୍ଦ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଉତ୍ସବରେ ବିଭିନ୍ନ ଜିଲ୍ଲାର ବହୁ କବି ଦିବସର ବିଳମ୍ବିତ ପ୍ରହରୀ ପର୍ଯ୍ୟନ୍ତ ଉପସ୍ଥିତ ରହି କବିତା ପାଠ କରିବାସହ ଶୋ୍ରତାମାନଙ୍କୁ ହାସ୍ୟରସରେ ବୁଡାଇ ରଖିଥିଲେ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top