ଜିଲ୍ଲା ପରିକ୍ରମା

ବ୍ୟକ୍ତିର ବିଚାରଧାରାର ପରିବର୍ତ୍ତନ ପାଇଁ ପ୍ରତିଦିନ ଯୋଗାଭ୍ୟାସ ଆବଶ୍ୟକ – ସ୍ୱାମୀ ଓମ୍ ଦେବଜୀ

ବୌଦ୍ଧ, ୧୯ା୦୭: (ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) : ପତଞ୍ଜଳି ଯୋଗପୀଠ ହରିଦ୍ୱାରରୁ ପରମପୁଜ୍ୟ ସ୍ୱାମୀ ଓମ୍ ଦେବଜୀ ମହାରାଜ ବୈାଦ୍ଧଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ। ମହିଳା ମହାବିଦ୍ୟାଳୟରେ ଅନୁଷ୍ଠିତ ଯୋଗବିଜ୍ଞାନ ଶିବିରରେ ଯୋଗଦେଇ ଛାତ୍ରୀମାନେ ଶିକ୍ଷାଗ୍ରହଣ କରିବା ସମୟରେ ଅନ୍ୟାନ୍ୟ ବିଷୟରୁ ନିଜର ବିଚାର ଦୁରୀଭୁତ କରିପାରିଲେ ଭବିଷ୍ୟତ ଜୀବନ ଉଜ୍ଜ୍ୱଳମୟ ହୋଇପାରିବ ବୋଲି ଛାତ୍ରୀମାନଙ୍କୁ ବୁଝାଇଥିଲେ। ରାଜ୍ୟ ଯୁବ ପ୍ରଭାରୀ ପିତାମ୍ବର ସାହୁ ଓ ମହିଳା ପ୍ରଭାରୀ ଅନିମା ପଟ୍ଟନାୟକ ଯୋଗାଭ୍ୟାସ ମାଧ୍ୟମରେ ଆମ ଜିବନକୁ କିପରି ଠିକ୍ ମାର୍ଗରେ ନେଇପାରିବା ତା ଉପରେ ଆଲୋକପାତ କରିଥିଲେ। ଶେଷରେ ମହାବିଦ୍ୟାଳୟର ଅଧ୍ୟକ୍ଷ ରବିନ୍ଦ୍ରନାଥ ଗୁରୁ ଧନ୍ୟବାଦ ପ୍ରଦାନ କରିବା ସହିତ ଛାତ୍ରୀମାନଙ୍କୁ ମୁଲ୍ୟବୋଧ ଶିକ୍ଷାଦେବା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ। ଏଥିରେ ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀମାନେ ଯୋଗ ଦେଇଥିଲେ। ଭାରତ ସ୍ୱାଭିମାନ କାର୍ଯ୍ୟାଳୟରେ ଅନୁଷ୍ଠିତ ଯୁବ ସ୍ୱାବଲମ୍ବନ ଶିବିରରେ ବୈାଦ୍ଧଜିଲ୍ଲାର ତାଲିମପ୍ରାପ୍ତ ୨୬ଜଣ ଯୁବକ ଅର୍ଥ ଉପାର୍ଜନ କରିବା ସହିତ ରାଷ୍ଟ୍ରକାର୍ଯ୍ୟରେ ନିଜକୁ ସାମିଲ କରିବା ପାଇଁ ସଂକଳ୍ପ ନେଇଥିଲେ। ଆସନ୍ତା ଅଗଷ୍ଟ ମାସରେ ସ୍ୱାମୀ ରାମଦେବଜୀଙ୍କ ଓଡିଶା ଗସ୍ତ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଭାରତ ସ୍ୱାଭିମାନ ଜିଲ୍ଲା ପ୍ରଭାରୀ ଦେବାଶିଷ ପୁରୋହିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକରେ ରାଜ୍ୟ କିଷାନ ପ୍ରଭାରୀ ସ୍ୱୟଂପ୍ରକାଶଜୀ, ରାଜ୍ୟ ଯୁବ ସହ ପ୍ରଭାରୀ ସୁବ୍ରତ ଭାଇ ଓ ମଣ୍ଡଳ ପ୍ରଭାରୀ ଅଶୋକ ଅଗ୍ରଓ୍ୟାଲା ସ୍ୱାମୀ ରାମଦେବଜୀଙ୍କ ସଂକଳ୍ପ ସହିତ ନିଜକୁ କିପରି ସାମିଲ କରିପାରିବା ଆଲୋଚନା କରିଥିଲେ।ଏହି କାର୍ଯ୍ୟକ୍ରମରେ ପତଞ୍ଜଳି ଯୋଗ ସମିତି ପ୍ରଭାରୀ ହୃଷିକେଶ ପ୍ରଧାନ, ଯୁବ ପ୍ରଭାରୀ ଦେବ ନାରାୟଣ ପ୍ରଧାନ, ଯୋଗ ଶିକ୍ଷକ ସତ୍ୟାନନ୍ଦ ପାଣ୍ଡେ ପ୍ରମୁଖ ଯୋଗଦାନ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top