ଗଜପତି

ବ୍ଳକ ସ୍ତରୀୟ କୃଷକ ସମ୍ପର୍କ ମେଳା ଅନୁଷ୍ଠିତ

ପାରଳାଖେମୁଣ୍ଡି, ୧୫ା୬(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ଗୋଷାଣୀ ବ୍ଳକ ଅନ୍ତର୍ଗତ ସୋବରା ପଞ୍ଚାୟତ ସୋବରା ଗ୍ରାମ ଠାରେ ଏକ ବ୍ଳକ ସ୍ତରୀୟ କୃଷକ ସମ୍ପର୍କ ମେଳା ଅନୁଷ୍ଠିତ ହୋଇଯାଇଛି। ଗୋଷାଣୀ ବ୍ଳକ କୃଷି ବିଭାଗ ଆନୁକୁଲ୍ୟରେ ଅନୁଷ୍ଠିତ ଏହି କୃଷକ ସମ୍ପର୍କ ମେଳାରେ ମୁଖ୍ୟତଃ କୃଷକମାନେ ସରକାରଙ୍କ ଦ୍ୱାରା ହୋଇଥିବା ବିଭିନ୍ନ କୃଷି ବିକାଶ ମୁଳକ ଯୋଜନାରେ ଯୋଡି ହୋଇ ନିଜକୁ ସାମିଲ କରିବେ ତାହାକୁ ନେଇ ଆଲୋଚନା ହୋଇଥିଲା। ଏଥିରେ କୃଷି ଅଧିକାରୀ କେ.ମାଧବ ରାଓ ଯୋଗଦେଇ କୃଷକମାନଙ୍କ ପାଇଁ ସରକାରଙ୍କ ପକ୍ଷରୁ କିପରି ଯୋଜନା ମାନ ପ୍ରସ୍ତୁତ ହୋଇଛି ସେବିଷୟରେ କହିଥିଲେ। ନୁତନ ଜ୍ଞାନ କୌଶଳ ବଳରେ ଏବଂଜୈବିକ ପଦ୍ଧତିରେ ଚାଷ କରାଯାଇପାରିଲେ କିପରି ଅଧିକ ଅମଳକ୍ଷମ ଫସଲ ମିଳିପାରିବ ଏବଂ ଯାହାଦ୍ୱାରା କୃଷକମାନେ ଅଧିକ ଲାଭାନ୍ୱିତ ହେବା ସହ ସେମାନଙ୍କର ଆର୍ଥିକ ମାନଦଣ୍ଡରେ ପରିବର୍ତ୍ତନ ଆସିପାରିବ ସେବିଷୟରେ ଆଲୋଚନା ହୋଇଥିଲା। ସେହିପରି କୃଷକମାନେ କେବଳ ଜମିରେ ଫସଲକୁ ନିର୍ଭର ନକରି ମାଛ ଚାଷ, କୁକୁଡା ପାଳନ ଇତ୍ୟାଦି ଅନ୍ୟାନ୍ୟ ଚାଷ କରି କିପରି ଲାଭ ପାଇପାରିବେ ସେବିଷୟରେ ଆଲୋଚନା ହୋଇଥିଲା। ଜିଲା କୃଷକ ସଂଘ ସଭାପତି ସୁର୍ଯ୍ୟନାରାୟଣ ପଟ୍ଟନାୟକ ଯୋଗଦେଇ ଜିଲାରେ କୃଷକମାନେ କେଉଁ କାରଣରୁ ସରାକାରୀ ଯୋଜନାରୁ ବଞ୍ଚିତ ହେଉଛନ୍ତି ଏବଂ ଏହାର ସମାଧାନ ପାଇଁ ବିଭାଗ ପକ୍ଷରୁ କିପରି ପଦକ୍ଷେପ ଆବଶ୍ୟକ ସେବିଷୟରେ ବିସ୍ତୃତ ଭାବେ କହିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲା ପରିଷଦ ସଭ୍ୟ ଜି.ଶ୍ରୀଧର, କୃଷି ବିଭାଗର ଏ.ରାମପ୍ରସାଦ ପାତ୍ର, ସୁରଜ ପାତ୍ର ଏବଂ ପ୍ରାଣୀଧନ ବିଭାଗର ଗଣେଶ ମହାନ୍ତି ପ୍ରମୁଖଙ୍କ ସହ ବହୁ ସଂଖ୍ୟାରେ କୃଷକ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top