ଓଡ଼ିଶା

ସାବଧାନ! ବ୍ଲୁ ହ୍ୱେଲ୍ ପରେ ଏବେ ଆସିଲା ମୋମୋ ଚ୍ୟାଲେଞ୍ଜ: ରାଜସ୍ଥାନରେ ଜଣେ ଛାତ୍ରଙ୍କର ଗଲା ଜୀବନ

ହ୍ୱାଟ୍ସଆପ ଜରିଆରେ ପ୍ରସାରିତ ହେଉଛି ବ୍ଲୁ ହ୍ୱେଲ୍ ଗେମର ଏହି ନୂଆ ଭର୍ଜନ: ରାଜସ୍ଥାନରେ ଏହା ପ୍ରଥମ ମୃତ୍ୟୁ ଅଟେ।
ଜୟପୁର ୨୧-୮ (ଓଡ଼ିଆ ପୁଅ) ବିପଦପୂର୍ଣ୍ଣ ବ୍ଲୁ ହ୍ୱେଲ୍ ଗେମ ପରେ ଏବେ ଏହାର ନୂଆ ଭର୍ଜନ ମୋମୋ ଚ୍ୟାଲେଞ୍ଜ ରୂପରେ ସାମନାକୁ ଆସିଅଛି। ରାଜସ୍ଥାନର ଆଜମିର ଜିଲ୍ଲାର ବ୍ୟାବରରେ ଦଶମ ଶ୍ରେଣୀର ଏକ ଛାତ୍ର ଏହି ବିପଦପୂର୍ଣ୍ଣ ଗେମକୁ ଖେଳି ଫାସୀ ଲଗାଇ ମୃତ୍ୟୁବରଣ କରିଛି। ଘଟଣା ୩୧ ଜୁଲାଇର ଅଟେ। କିନ୍ତୁ ପରିଜନ ଲୋକଙ୍କୁ ଏହି ବିଷୟରେ ପରେ ଜଣାପଡ଼ିଲା। ସେ ପୁଲିସ ପାଖରେ ଅଭିଯୋଗ କରିଛନ୍ତି। ଯାହାଫଳରେ ଛାତ୍ର ସହିତ ଏହି ମାମଲାରେ ସମ୍ପୃକ୍ତ ଅନ୍ୟ ଛାତ୍ରମାନଙ୍କର ବିଷୟରେ ଜଣାପଡ଼ିପାରିବ।

ହ୍ୱାଟ୍ସଆପ ଜରିଆରେ ପ୍ରସାରିତ ହେଉଥିବା ବ୍ଲୁ ହ୍ୱେଲ୍ ଗେମର ଏହି ନୂଆ ଭର୍ଜନରେ ରାଜସ୍ଥାନରେ ଏହା ପ୍ରଥମ ମୃତ୍ୟୁ ଅଟେ। ୩୧ ଜୁଲାଇରେ ସ୍କୁଲରୁ ଆସିବାପରେ ପରେ ଛାତ୍ର ନିଜେ ଗଳାରେ ତିନୋଟି କଟ ଲଗାଇ ଫାସୀ ଲଗାଇଥିଲା। ସେହି ସମୟରେ କେବଳ ତା’ର ଜେଜେ ମା’ ଥିଲେ। ଛାତ୍ର ନିକଟରୁ ଏକ ସୁସାଇଡ ନୋଟ ମିଳିଥିଲା ଯାହା ଉପରେ ଏକ ସ୍ମାଇଲି ଚିତ୍ର ହୋଇଛି ଏବଂ ଆସିଥିବା ମିସ ୟୁ ଲ ଲେଖା ହୋଇଥିଲା।
ଛାତ୍ରର ପିତା କହିଛନ୍ତି କି ଘଟଣାର ତିନି ଚାରି ଦିନ ପୂର୍ବରୁ ସେ ବହୁତ ଚିନ୍ତିତ ଏବଂ ଚିଡ଼ଚିଡ଼ା ହୋଉଥିଲା। କିନ୍ତୁ ଆମେ କିଛି ବୁଝି ପାରିନଥିଲୁ। ମୃତ୍ୟୁ ପରେ ମଧ୍ୟ ଆମେ ଏହା ମାନୁନଥିଲୁ କି କୌଣସି ଚିନ୍ତାର କାରଣରୁ ସେ ଏମିତି କରିଛି ବୋଲି। ଚାର-ପାଞ୍ଚ ଦିନ ଆମେ ମୋବାଇଲ ଚେକ କଲୁ ପରେ ସେଥିରେ ଏହି ଗେମ ସମ୍ବନ୍ଧିତ କଥା କୋଡୱାର୍ଡରେ ଲେଖା ହୋଇଥିଲା।

ପୁଲିସ ସକ୍ରିୟତା ଦେଖାଉନାହିଁ

ଛାତ୍ରର ପରିଜନ ଏହି ବିଷୟରେ ସମସ୍ତ କଥା ପୁଲିସକୁ କହିବା ପରେ ଛାତ୍ରର ଫୋନ ହିଷ୍ଟ୍ରି ଏବଂ ତା’ ନମ୍ବର ଆଦି ମଧ୍ୟ ଦେଇଥିଲେ, କିନ୍ତୁ ପୁଲିସ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ମାମଲାରେ କିଛି ପଦକ୍ଷେପ ନେଇନାହିଁ। ପୁଲିସ ସାମାନ୍ୟ ଜାଞ୍ଚ ଏବଂ ଏଥିରେ ଅବସାଦର ମାମଲା ମାନିକରି କେସ ବନ୍ଦ କରିଦେଇଛି।

ପିତା କହିଛନ୍ତିଯେ, ଆମେ କେବଳ ଏତିକି ଚାହଁୁଛୁ କି ଯେଉଁ ନମ୍ବର ଆମର ସନ୍ତାନର ମୋବାଇଲରେ ଅଛି, ସେଗୁଡ଼ିକ କାହାର ? ଏହା ଜଣାପଡ଼ିଲେ ଅନ୍ୟ ଛାତ୍ରମାନଙ୍କର କିମ୍ବା ଲୋକଙ୍କର ଏହି କାରଣରୁ ଜୀବନ ବଞ୍ଚାଯାଇପାରିବ। ଏହି ମାମଲାରେ ବ୍ୟାବ ପୁଲିସର ଜାଞ୍ଚ ଅଧିକାରୀ ଓମ ପ୍ରକାଶ କହିଛନ୍ତିଯେ ଆମେ ମାମଲାର ଜାଞ୍ଚ କରୁଛୁ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top