ଜିଲ୍ଲା ପରିକ୍ରମା

ବ୍ଲାଷ୍ଟିଂ ଯୋଗୁଁ ପକ୍କାଘର ଫାଟିଲା

ଖଇରା/ବାଲେଶ୍ୱର, ୪/୨/୨୦୧୮(ଓଡିଆ ପୁଅ/ନରେନ୍ଦ୍ର ପ୍ରସାଦ ବେହେରା)-ବାଲେଶ୍ୱର ଜିଲ୍ଲା ଖଇରା ଥାନା ସାରୁଗାଁ ପଞ୍ଚାୟତର ନୁଆଗାଁବଡ ଗ୍ରାମରେ ବେଆଇନ ବ୍ଲାଷ୍ଟିଂ ଯୋଗୁଁ ପକ୍କାଘର ଫାଟିଯିବା ନେଇ ଖଇରା ଥାନାରେ ଅଭିଯୋଗ ହୋଇଛି। ଅଏଲ ନେଚୁରାଲ ଗ୍ୟାସ ର୍ପୋରେସନ ଅଫ ଇଣ୍ଡିଆ ପକ୍ଷରୁ ଗ୍ରାମ ପାର୍ଶଦେଇ ହାଇଡୋ୍ରନିକ ଖଣିଜ ପଦାର୍ଥ ଟେଷ୍ଟିଂ ପାଇଁ ବିଭିନ୍ନ ସ୍ଥାନରେ ଗର୍ତ୍ତମାନ କରାଯାଇ ଶକ୍ତିଶାଳି ଡିନାମାଇଟି ଦ୍ୱାରା ବ୍ଲାଷ୍ଟିଂ କରାଯାଉଛି। ଗତ କାଲି ମଧ୍ୟାନ୍ନରେ ଗ୍ରାମ ପାର୍ଶରେ ବାରମ୍ବାର ଶକ୍ତିଶାଳି ବ୍ଲାଷ୍ଟିଂ କରାଯିବା ଦ୍ୱାରା ପ୍ରଚଣ୍ଡ ଶବ୍ଦରେ ନୁଆଗାଆଁ ଗ୍ରାମର କେତେଗୁଡିଏ ପକ୍କାଘର ଦୋହଲି ଯାଇ ଘରର କାନ୍ଥ ଫାଟିଯାଇଛି। ଯାହା ଦ୍ୱାରା ଘରର ସ୍ଥାୟିତ୍ୱ ଉପରେ ସନ୍ଦେହ ସୃଷ୍ଟି ହୋଇଛି। ଗ୍ରାମର ଅଧିକାଂଶ ଗରିବ ଚାଷୀ ପରିବାର ହୋଇଥିବାବେଳେ ଋଣ ଓ ହାତ ଉଧାରି କରି ତିଆରି କରିଥିଲେ। ଘରଗୁଡିକୁ ଓନଜିସି ପକ୍ଷରୁ ଉଚ୍ଚ ଶକ୍ତି ସଂପନ ବ୍ଲାଷ୍ଟିଂ ଦ୍ୱାରା ନଷ୍ଟ କରାଯାଉଥିବାର ଗା୍ରମବାସୀଙ୍କ ତରଫରୁ ଖଇରା ଥାନାରେ ଅଭିଯୋଗ କରିଛନ୍ତି। ଏଭଳି ସମ୍ବେଦନଶୀଳ ଘଟଣାର ନିରପେକ୍ଷ ତଦନ୍ତକରି କ୍ଷତିଗ୍ରସ୍ତ ପରିବାରକୁ କ୍ଷତିପୂରଣ ପ୍ରଦାନ ସହିତ ନ୍ୟାୟ ପ୍ରଦାନ ପାଇଁ ଖଇରା ଥାନାର ଆଇଆଇସି ଲୋପାମୁଦ୍ରା ନାୟକଙ୍କ ଠାରେ ଦାବି ଜଣାଇଛନ୍ତି। ଖବର ପାଇ ଓନଜିସି ସଂସ୍ଥାର ପବ୍ଲିକ ରିଲେସନ ଅଫିସର(ପିଆରଓ) ଦିଲିପ କୁମାର ସ୍ୱାଇଁ ଘଟଣା ସ୍ଥଳ ଅନୁଧ୍ୟାନକରିଯାଇଛନ୍ତି। ଏବିଷୟରେ ଶ୍ରୀ ସ୍ୱାଇଁଙ୍କୁ ପଚାରିବାରୁ କ୍ଷତିଗ୍ରସ୍ତ ଘର ଗୁଡିକର ମାଲିକମାନଙ୍କ ସହିତ ଆଲୋଚନା କରିବେ ବୋଲି ପ୍ରକାଶ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top