କେନ୍ଦୁଝର

ବ୍ଲକ ସ୍ତରୀୟ ସାମାଜିକ ସମୀକ୍ଷା ଜନ ଶୁଣାଣୀ

ଘଟଗାଁ, ୨୫/୦୯(ଓଡିଆ ପୁଅ/ଭବାନୀ ପ୍ରସାଦ)- ଘଟଗାଁ ବ୍ଲକ ସମ୍ମିଳନୀ କକ୍ଷ ଠାରେ ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଉପରେ ଏକ ବ୍ଲକ ସ୍ତରୀୟ ସାମାଜିକ ସମିକ୍ଷା ଓ ଜନଶୁଣାଣୀ କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ କେନ୍ଦୁଝର ଏପିଡି, କେନ୍ଦୁଝର ଡିଏସଓ, ଘଟଗାଁ ବିଡିଓ ଓ ବ୍ଲକ ଅଧ୍ୟକ୍ଷାଙ୍କ ସମେତ ବ୍ଲକର ସମସ୍ତ ପଂଚାୟତ ପ୍ରତିନୀଧି, କାର୍ଯ୍ୟ ନିର୍ବାହି ଅଧିକାରୀ ଓ ଗ୍ରାମରୋଜଗାର ସେବକ ମାନେ ଯୋଦେଇ ଘଟଗାଁ ବ୍ଲକରେ ବିଗତ ଦିନରେ ହୋଇଥିବା ମନରେଗା କାର୍ଯ୍ୟ ଗୁଡିକର ସମିକ୍ଷା କରିଥିଲେ। ଆଗାମୀ ୬ ମାସ ପାଇଁ ହେବାକୁ ଥିବା ବ୍ଲକର ବିଭିନ୍ନ ପଂଚାୟତର ମନରେଗା କାର୍ଯ୍ୟକ୍ରମର ରୁପରେଖ ପ୍ରସ୍ତୁତି କରିବା ସହ ଏଥିରେ ଉପୁଜୁଥିବା ସମସ୍ୟା ଓ ଏହାର ନିରାକରଣ ସମ୍ବନେ୍ଧ ଆଲୋଚନା କରାଯାଇଥିଲା। ଏଥିରେ ବ୍ଲକର ବହୁ ହିତାଧିକାରୀ ଓ ଗାଁ ସାଥି ଯୋଗ ଦେଇ କାର୍ଯ୍ୟକ୍ରମ ବାବଦରେ ଅବଗତ ହୋଇଥିଲେ। ଶେଷରେ ବ୍ଲକ ବିଡିଓ ଶ୍ରୀଯୁକ୍ତ ତ୍ରୀଲୋଚନ ମହାନ୍ତି ଧନ୍ୟବାଦ ସହ ଜନଶୁଣାଣୀ ଶେଷ ହୋଇଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top