ବ୍ଲକ ସ୍ତରୀୟ ଶିଶୁ ମହୋସôବ ସମାରୋହ ଅନୁଷ୍ଠିତ

ଭଦ୍ରକ,୧୪ା୧୧ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଭଦ୍ରକ ଜିଲ୍ଲାସ୍କୁଲ ପରସରରେ ବ୍ଲକ ସ୍ତରୀୟ ଶିଶୁମହୋସôବ ମହାସମାରୋହରେ ପାଳନ କରାଯାଇଛି । ଏହି ଉସôବରେ ଭଦ୍ରକର ବିଧାୟକ ଯୁଗଳ କିଶୋର ପଟ୍ଟନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇ ଉସôବକୁ ଉଦ୍ଘାଟନ କରିଥିଲେ । ସମ୍ମାନୀତ ଅତିଥିଭାବେ ପୌରପାଳ ମାନସକୁମାର ମହାନ୍ତି , ଉପାଧ୍ୟକ୍ଷା କୌସରା ବେଗମ୍, ଭଦ୍ରକ ବ୍ଲକର ଅଧ୍ୟକ୍ଷ ରଘୁନାଥ ଧଳ, ଭଦୟକ ବ୍ଲକର ବିଡ଼ିଓ ହରିଶ୍ଚନ୍ଦ୍ର ଜେନା , ବ୍ଲକ ଶିକ୍ଷାଧିକାରୀ ଶମ୍ଭୁନାଥ ପାଣିଗ୍ରାହୀ, ଜିଲ୍ଳା ସ୍କୁଲର ପ୍ରଧାନ ଶିକ୍ଷକ ଜଗବନ୍ଧୁ ସାହୁଙ୍କ ସମେତ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ , ଶିକ୍ଷକ ଶିକ୍ଷୟତ୍ରୀ ଓ ଅଭିଭାବକମାନେ ଯୋଗ ଦେଇଥିଲେ । ଏହି ବ୍ଲକସ୍ତରୀୟ ଶିଶୁଉସôବକୁ ସରୋଜ ପ୍ରଧାନ , କରୁଣା କର ନାୟକ, ଚାରୁଲତା ମହାପାତ୍ର, ପ୍ରଭାକର ଖଟୁଆ, କାଶିନାଥ ମହାପାତ୍ର, ନରେନ୍ଦ୍ର ପସାଦ ସାହୁ, ଶରତ ଚନ୍ଦ୍ର ନାୟକ, ରତିକାନ୍ତ ବେହେରା, ବସନ୍ତ କୁମାର ଦିକ୍ଷିତ୍, ଜୟନ୍ତି କରଶର୍ମା  ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଉସôବରେ ପୌରପାଳିକାର ସମସ୍ତ ସିଆରସିସି ଗାଇଡ଼୍ ଶିକ୍ଷକ ଜିଲ୍ଲା ସ୍କୁଲର ଏନ୍ସିସି ଶିକ୍ଷକ ଅକ୍ଷୟ କୁମାର ସେଠୀ , କ୍ରୀଡ଼ା ଶିକ୍ଷକ ରାଜେନ୍ଦ୍ର ପ୍ରସାଦ ନାୟକ ସମେତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀମାନେ ପୂର୍ଣ୍ଣ ସହଯୋଗ କରିଥିଲେ । ବିଭିନ୍ନ ବିଦ୍ୟାଳୟର ପ୍ରାୟ ତିନିହଜାରରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀ ଶିଶୁମହୋସôବରେ ଭାଗ ନେଇଥିଲେ । ଶେଷରେ ଜିଲ୍ଳା ସ୍କୁଲର ଶିକ୍ଷକ ରତିକାନ୍ତ ବେହେରା ଛାତ୍ରଛାତ୍ରୀମାନଙ୍କ ସହିତ ଏକ ପ୍ରଶ୍ନୋଉତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Leave a Reply

Your email address will not be published. Required fields are marked *