ଓଡ଼ିଶା

ବ୍ଲକ ସ୍ତରୀୟ ଶିଶୁ ଅଧିକାର ସୁରକ୍ଷା ସମିତି ଗଠନ ଉଦ୍ଦେଶ୍ୟରେ ବୈଠକ

ହରିଚନ୍ଦନପୁର, ତା ୧୧ ସେପ୍ଟେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆସ୍ପାୟାର ଦ୍ୱାରା ଏକ ବୈଠକ ସମନ୍ୱତ ଶିଶୁ ବିକାଶ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକ ଅବସରରେ ରଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ କଳାକର ବଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏବଂ ସମ୍ମନୀତ ଅତିଥି ଭାବେ ଅବସର ପ୍ରାପ୍ତ ବିଆରସିସି ଧୃବଚରଣ ସାହ, ମୁଖ୍ୟ ବକ୍ତା ଭାବେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ କିଶୋର ଚନ୍ଦ୍ର ମିଶ୍ର ଯୋଗ ଦେଇଥିଲେ। ହରିଚନ୍ଦନପୁର ବ୍ଲକର ସମସ୍ତ ଗ୍ରାମ ପଞ୍ଚାୟତର ସରପଞ୍ଚ ଓ ସଭ୍ୟମାନଙ୍କୁ ନେଇ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ଶିଶୁଶ୍ରମିକ, ବାଲ୍ୟ ବିବାହ ପ୍ରଥାକୁ ରୋକାଯିବା ସହିତ ଶିଶୁମାନଙ୍କର ସୁରକ୍ଷା ନିମନ୍ତେ ଆଲୋଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ହରିଚନ୍ଦନପୁର ବ୍ଲକ ଆସ୍ପାୟାର ସଂଯୋଜକ ରବି କୁମାର, ଦେବାଙ୍ଗ ବିଭାର, ବିଜୟ କୁମାର ସାହୁ, ଗଦାଧର ମହାନ୍ତଙ୍କ ସମେତ ଆସ୍ପାୟାର ସମସ୍ତ କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top