ବ୍ଲକ ସ୍ତରୀୟ ରଜମହୋତ୍ସବ ଉଦ୍ ଯାପିତ

ଖଇରା, ୧୭/୬/୨୦୧୮(ଓଡିଆ ପୁଅ/ନରେନ୍ଦ୍ର ପ୍ରସାଦ ବେହେରା)-ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ନୟାଖଣ୍ଡି ପଞ୍ଚାୟତ ସୁନ୍ଦରପୁର ଠାରେ ଥିବା ନୀଳସୁନ୍ଦର ଜୀଉ ହାଇସ୍କୁଲ ପଡିଆରେ ଦୀର୍ଘ ୩ ଦିନ ଧରି ଅନୁଷ୍ଠିତ ହୋଇଥିବା ବ୍ଲକ ସ୍ତରୀୟ ରଜ ମହୋତ୍ସବ ୨୦୧୮ର ଗତକାଲି ଥିଲା ଉଦ୍ ଯାପିତ ଦିବସ। ଏହି ଉଦ୍ ଯାପିତ ଦିବସ ଉପଲକ୍ଷେ ଅନୁଷ୍ଠିତ ଉଦ୍ ଯାପିତ ସଭାରେ ଖଇରା କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ଉମେଶ ଚନ୍ଦ୍ର ନାୟକ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଯୋଗ ଦେଇ ଥିଲେ। ପଡୋଶୀ ଭଦ୍ରକ ଜିଲ୍ଲାର ଭଗବତ ସେନାର ଆବାହକ ତଥା ସମାଜସେବୀ ସିତାଂଶୁ ଶେଖର ମହାପାତ୍ର ମୁଖ୍ୟ ବକ୍ତା, କଟକ ହାଇକୋର୍ଟର ଯୁବା ଆଇନଜୀବି ତଥା ଆଗରପଡା ନବ ନିର୍ମାଣ ମଞ୍ଚର ସଭାପତି ମନୋଜ କୁମାର ରାୟ ସମ୍ମାନୀତ ବକ୍ତା ଭାବେ ଯୋଗ ଦେଇଥିଲେ। ବାଲ୍ମିକି ନାୟକ ଅତିଥି ଆମନ୍ତ୍ରଣ କରିଥିଲା ବେଳେ ବେଦ ପାଠ କରିଥିଲେ କରୁଣାକର ପାଣି, ବୁଧିରାମ ପାଣିଗ୍ରାହୀ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ କୁପାରୀ ହାଇସ୍କୁଲର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଦେବେନ୍ଦ୍ର କୁମାର ରାଉତ, ବରିଷ୍ଠ ନାଗରୀକ ତଥା ସମାଜସେବୀ ସୁରେନ୍ଦ୍ର ପ୍ରସାଦ ସାହୁ ଏବଂ ମହୋତ୍ସବ କମିଟିର ସଂପାଦକ ବିଷ୍ଣୁ ପ୍ରସାଦ ମିଶ୍ର ମଞ୍ଚାସୀନ ଥିଲେ। ସୁନ୍ଦରପୁର ଅଂଚଳ ଏକ ବଣ ପାହାଡ ଘେରା ଗରିବ ଖଟିଖିଆ ପାହାଡିଆ ଆଦିବାସୀ ଅଂଚଳ ହୋଇଥିଲେ ମଧ୍ୟ ଏ ଅଂଚଳର ଅଧିବାସୀମାନେ ଏବେବି ବିଭିନ୍ନ ପରମ୍ପରାକୁ ଧରିରଖି ଥିବାବେଳେ ସେଥିମଧ୍ୟରୁ ଆଜିର ଏହି ରଜପର୍ବ ବା ରଜ ମହୋତ୍ସବ ଅନ୍ୟତମ। ପ୍ରକୃତି ଆମକୁ ସବୁକିଛି ଦେଇଛି, ଆମେ ପ୍ରକୃତିକୁ କ’ଣ ତେଣୁ ପ୍ରକୃତି ଆମର ମା’। ଏହି ମା’ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ପର୍ବପର୍ବାଣି ଠାରୁ ଆରମ୍ଭ କରି ସବୁକିଛି ସାଇତି ରଖିଛି ଆମ ପାଇଁ। ଅତୀତର ପରମ୍ପରାଗୁଦିକ ବର୍ତ୍ତମାନର ସମାଜରୁ ଲୋପ ପାଇଯାଉଥିବା ବେଳେ ସେହି ପରମ୍ପରାକୁ ଭାଇଚାରା ମଧ୍ୟମରେ ଉଦ୍ ଜୀବ କରିବା ତଥା ବଞ୍ଚାଇରଖିବା ନିହାତି ଦରକାର। କୃଷିର ଆଗମନରେ ଧରଣୀ ମାତାକୁ ବିଶ୍ରାମ ଦେବାର ପର୍ବ ହେଉଛି ଏହି ରଜପର୍ବ। ଓଡିଶାର କୋଣଅନୁକୋଣରେ ଖୁବ୍ ଧୁମ୍ ଧାମରେ ଘରେ ଘରେ ମହାଆଡମ୍ବରେ ଓଡିଆ ମାନେ ୩ ଦିନ ଧରି ପାଳନ କରିଥାଆନ୍ତି। ତେଣୁ ହଜି ହଜି ଯାଉଥିବା ଓଡିଆ ମାନଙ୍କର ପରମ୍ପରାକୁ ଏ ଅଂଚଳର ଅଧିବାସୀମାନେ ଏହି ରଜ ମହୋତ୍ସବ ୨୦୧୮ଦ୍ୱାରା ଭାଇଚାରା ସୃଷ୍ଟି କରି ପରସ୍ପରକୁ ବାନ୍ଧିରଖିବା ସହିତ ବଞ୍ଚାଇରଖିଲେ ମହୋତ୍ସବର ଲକ୍ଷ ସଫଳ ହେବ ବୋଲି ଭଦ୍ରକ ଜିଲ୍ଲାରୁ ଛୁଟି ଆସିଥିବା ଭଗବତ ସେନାର ଆବାହକ ତଥା ସମାଜସେବୀ ସିତାଂଶୁ ସେଖର ମହାପାତ୍ର ବକ୍ତବ୍ୟ ପ୍ରକାଶ କରିଥିଲେ। ମହୋତ୍ସବ ପାଇଁ ଦୀର୍ଘ ୩ ମାସର ଉଦ୍ୟମ ଓ ସମସ୍ତ ପ୍ରକାର ବାଧାବିଘ୍ନକୁ ନ ମାନି ଅକ୍ଳାନ୍ତ ପରିଶ୍ରମ କରି ମହୋତ୍ସବକୁ ସଫଳ କରିଆସିଥିବା କମିଟିର ସଂପାଦକ ବିଷ୍ଣ ପ୍ରସାଦ ମିଶ୍ର ନିଜକୁ ଧନ୍ୟ ମନେକରିବା ସହିତ ମହୋତ୍ସବ କମିଟିର ସଭାପତି/ସମସ୍ତ ସଦସ୍ୟ/କର୍ମକର୍ତ୍ତା/ସହଯୋଗି ଓ ସୁନ୍ଦରପୁର ଗ୍ରାମବାସୀ ସମେତ ଅଂଚଳବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଶଶି କୁମାର ଦାସ ରଜ କୁଇନ ପରିଚାଳନା କରିଥିଲା ବେଳେ ଲିଟିଲ ଜୁନିଅର ବିଭାଗର ବର୍ଷାପ୍ରିୟଦର୍ଶନୀ ଜେନା ଏବଂ ଜୁନିଅର ବିଭାଗର ଗାୟତ୍ରୀ କଳାପାହାଡ ରଜ କୁଇନ ପ୍ରତିଯୋଗିତାରେ ମନୋନୀତ ହୋଇଥିବାରୁ ଉଭୟଙ୍କୁ ମୁକୁଟ ସହିତ ୫ ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯାଇଥିଲା।ଏଥିରେ ଅଂଚଳବାସୀଙ୍କ ସହିତ ବିମନ ବାରିକ, ସୁକାନ୍ତ ଜେନା, ନୃସିଂହ ପାଣି, ଶଶିକାନ୍ତ ଦାସ, ବିରଞ୍ଚିନାରାୟଣ ପଣ୍ଡା, ଜୟନ୍ତ ବେହେରା, ବଳରାମ ଲେଙ୍କା, ନରହରି ନାୟକ, ପ୍ରଭାତ ଜେନା ପ୍ରମୁଖ ସହଯୋଗ କରିଥିଲେ। ଶେଷରେ କମିଟିର ସଂପାଦକ ବିଷ୍ଣୁ ପ୍ରସାଦ ମିଶ୍ର ଧନ୍ୟବାଦ ଦେବା ପରେ ସଭାସାଙ୍ଗ ହୋଇଥିଲା।

Leave a Reply

Your email address will not be published. Required fields are marked *