ବ୍ଲକ ସ୍ତରୀୟ ଭିମଭୋଇ ସାମର୍ଥ୍ୟ ଶିବିରରେ ୬୬୦ଭିନ୍ନକ୍ଷମ ଚିହ୍ନଟ

କେନ୍ଦ୍ରାପଡା୧୬/୩(ଓଡିଆପୁଅ/ଚିତ୍ତରଞ୍ଜନ ଦାସ ) – କେନ୍ଦ୍ରାପଡା ବ୍ଲକ ପକ୍ଷରୁ ଗୁରୁବାର ସ୍ଥାନୀୟ ବଳଦେବ ହାଇସ୍କୁଲ ପରିସରରେ ବ୍ଲକ ସ୍ତରୀୟ ଭୀମଭୋଇ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା । କେନ୍ଦ୍ରାପଡା ବିଧାୟକ କିଶୋର ଚନ୍ଦ୍ର ତରାଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଶିବିରକୁ ଉଦଘାଟନ କରିଥିବା ବେଳେ ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ,ଉପାଧ୍ୟକ୍ଷା ସ୍ନେହଲତା ପ୍ରଧାନ,ବିଡିଓ କିଶୋର ଚନ୍ଦ୍ର ସ୍ୱାଇଁ,ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ମନୋଜ କୁମାର ରଥଙ୍କ ସମେତ ବିଭିନ୍ନ ପଞ୍ଚାୟତର ସରପଞ୍ଚ,ସମିତି ସଭ୍ୟ/ସଭ୍ୟା ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ଶିବିରରେ ୬୬୦ଜଣ ବିଭିନ୍ନ ବର୍ଗର ଭିନ୍ନକ୍ଷମ ନିଜର ନାମ ପଞ୍ଜିକୃତ କରିବା ସହିତ ଉପସ୍ଥିତ ଥିବା ବିଶେଷଜ୍ଞ ମାନଙ୍କ ଦ୍ୱାରା ସେମାନଙ୍କୁ ପରୀକ୍ଷା ନିରିକ୍ଷା କରାଯାଇ ଭିନ୍ନକ୍ଷମ ପ୍ରମାଣପତ୍ର ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିଲେ ।ପଞ୍ଜିକୃତ ଭିନ୍ନକ୍ଷମ ମାନଙ୍କ ମଧ୍ୟରୁ ଶାରୀରିକ ଭିନ୍ନକ୍ଷମ ୩୫୦,ଶ୍ରବଣ ବାଧିତ ଭିନ୍ନକ୍ଷମ ୭୯,ଦୃଷ୍ଟି ବାଧିତ ଭିନ୍ନକ୍ଷମ ୧୧୦ ଓ ମାନସିକ ଭିନ୍ନକ୍ଷମ ୧୨୧ଜଣ ଥିଲେ ବୋଲି ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *