ଓଡ଼ିଶା

ବ୍ଲକ ସ୍ତରୀୟ ପାରମ୍ପରିକ ବିହନ ଓ ସଂସ୍କୃତି ମେଳା

ହରିଚନ୍ଦନପୁର, ତା ୧୯/୦୩ (ଓଡିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ ଭଅଁରପୁର ପଞ୍ଚାୟତର ଚଷାଟାଙ୍ଗିରୀ ଗ୍ରାମର ଯାତ୍ରାପଡିଆରେ ଠାରେ ମା ଚର୍ଚ୍ଚିକା ଚାଷୀ ସଂଙ୍ଗଠନ ଭଅଁରପୁର ତରଫରୁ ଆୟୋଜନ କରାଯାଇଥିଲା।ହରିଚନ୍ଦନପୁର ଚାଷୀ ଅଧିକାର ସମିତି ଓ କିର୍ତି ସହଯୋଗରେ ବ୍ଲକ ସ୍ତରୀୟ ପାରମ୍ପରିକ ବିହନ ଓ ସଂସ୍କୃତି ମେଳା ଅନୁଷ୍ଠିତ ହେଇଯାଇଥିଲା। ସୂଚନା ମୁତାବକ ଗତ ରବିବାର ଦିନ ଠାରୁ ଏହି ମେଳା ଆରମ୍ଭ ହୋଇ ସୋମବାର ଦିନ ମହା ସମାରୋହରେ ଶେଷ ହୋଇଛି। ବ୍ଲକର ଅନେକ ଗ୍ରାମ ପଞ୍ଚାୟତର ଅନେକ ମହିଳା ପୁରୁଷ ଯୋଗ ଦେବା ସହ ନିଜ ନିଜର ଚାଷ ସାମଗ୍ରୀ ଗୁଡ଼ିକ ମେଳା ପଦର୍ଶନ କରିଥିଲେ। ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଭଅଁରପୁର ପଞ୍ଚାୟତର ସରପଞ୍ଚ ଲମୋଦର ଦେହୁରୀ, ଗୋବିନ୍ଦ ଚନ୍ଦ୍ର ଧଳ, ଫୁଲମଣି ପାତ୍ର, ନିରଞ୍ଜନ ମହାନ୍ତ, କିର୍ତି ସମ୍ପାଦକ ଦୁସ୍ଖର ବାରିକ, ଜଗନ୍ନାଥ ମୁଣ୍ଡା, ମନମୋହନ ଦେହୁରୀ, ନରେଶ ପଟ୍ଟନାୟକ, ସନ୍ତୋଷ କୁମାର ଦୋରା, କେନ୍ଦୁଝର ଜିଲା ଝୁମ୍ପୁରା ବୈତରଣୀ ସଂଘର ଉପଦେଷ୍ଟା ଡଃ ଅବଦୁଲ ରେହେମାନ, ନେତ୍ରାନନ୍ଦ ମହାରଣା, ବାମଦେବ ଦେହୁରୀ, ଶରତ କୁମାର ବିଶ୍ୱାଳ ପ୍ରମୁଖ ଯୋଗଦେଇଥିଲେ। ପରିବେଶିତ ଅବଦୁଲ ରେହେମାନ ପରିବେଶ ସୁରକ୍ଷା ଓ ମହୁଲ ଉପରେ ଆଲୋକପାତ କରିବା ସହିତ ସମସ୍ତ ଅତିଥି ପ୍ରାକୃତିକ ସମ୍ପଦର ବ୍ୟବହାର ମହତ୍ୱ ବିଷୟରେ ଆଲୋଚନା କରିଥିଲେ। ହରିଚନ୍ଦନପୁର, ବାଂଶପାଳ ଓ ତେଲକୋଇ ଆଦି ୩ଟି ବ୍ଲକର ୧୫ଟି ଗ୍ରାମପଞ୍ଚାୟତର ୩୦୦ରୁ ଉର୍ଦ୍ଧ୍ୱ ଚାଷୀ ଅଶଂ ଗ୍ରହଣ କରିଥିଲେ। ଏହି ପାରମ୍ପରିକ ବିହନ ଓ ସଂସ୍କୃତି ମେଳାରେ ଧାନ, ଡାଲି, ତୈଳ, ମୂଳ, କ୍ଷୁଦ୍ରସଶ୍ୟ, ପନିପରିବା, ଓୗଷଧ, ଫଳ, ଛତୁ, ମାଛଧରା ଉପକରଣ, ଚାଷ ଉପକରଣ, ଶାଗ ଆଦି ୧୦ଗୋଟି ବିହନ ଷ୍ଟଲ ପ୍ରଦର୍ଶନ କରିଥିଲେ। ସକାଳ ଓ ସଂଧ୍ୟାରେ ନାଗରା ନାଚ(ହୋ ସମାଜ), ଚାଙ୍ଗୁ ନାଚ(ବାଥୁଡି ସମାଜ), ଝୁମୁର ନାଚ(କୁଡୁମି ) ଆଦି ସମ୍ପ୍ରଦାୟର ଲୋକମାନଙ୍କ ଦ୍ୱାରା ସଂକୃତିକ କାର୍ଯ୍ୟକ୍ରମ ତାଳରେ ଚାଷୀ ମାନେ ଝୁମିଥିଲେ। କାର୍ଯ୍ୟକ୍ରମରେ ସୁନାପେଣ୍ଠ, ଧୁରୁଡିଆମ୍ବ, ଭଅଁରପୁର, ଠାକୁରପଡା, ବରେଇଗୋଡା, ରେବେଣାପଳାଶପାଳ, ଜୁଙ୍ଗା, ବକ୍ସିବାରିଗାଁ, ତେନ୍ତେଳାପଶି, କାଳିଆଦୁମା, ପୁରୋଜୋଡା, ବଳଭଦ୍ରପୁର, ଚାରିଗଡ କୃଷି ଅଧିକାରୀ ସମିତି ତେଲକୋଇ ଆଦି କୃଷକ ସଂଙ୍ଗଠନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। କାର୍ଯ୍ୟକ୍ରମଟିକୁ କିର୍ତିର କର୍ମୀ, ରୋହିତ କୁମାର ମିଶ୍ର, ନିର୍ମଳ କୁମାର ସ୍ୱାଇଁ, ବିଦ୍ୟାଧର ମହାନ୍ତ, ଆନନ୍ଦ ଚନ୍ଦ୍ର ବେହେରା, ଶଶିକାନ୍ତ ବେହେରା, ଏନିତା ବେହେରା, ପ୍ରତିମା ପାଣିଗ୍ରାହୀ, ପୂର୍ଣ୍ଣଚନ୍ଦ୍ର ନାଏକଙ୍କ ସମେତ ଚଷାଟାଙ୍ଗିରୀ ଗ୍ରାମର ନିଶାକର ମହାନ୍ତ, ଖଗେଶ୍ୱର ଦେହୁରୀ, ନାଣ୍ଡି ଦେହୁରୀ, ବଳରାମ ଦେହୁରୀଙ୍କ ସମେତ ଗ୍ରାମବାସୀ ସହଯୋଗ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top