ବ୍ଲକ ସ୍ତରୀୟ ପଞ୍ଚାୟତିରାଜ ଦିବସ ପାଳିତ

ପୁରୁଷୋତ୍ତମପୁର, ୫/୩(ଓଡିଆ ପୁଅ/ସୁଦାମ ମହାରଣା) ପ୍ରବାଦ ପୁରୁଷ ବିଜୁପଟ୍ଟନାୟକଙ୍କ ୧୦୨ତମ ଜନ୍ମତିଥିରେ ପଞ୍ଚାୟତିରାଜ ଦିବସ ସ୍ଥାନୀୟ ବ୍ଲକ ସମ୍ମିଳନୀ କ୍ଷରେ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ବିଡ଼ିଓ ଲୋକନାଥ ଦଳ ବେହେରା ବିଜୁବାବୁ ଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ କରିବା ସହ ପ୍ରଦୀପ ପଜ୍ଜଳନ କରିଥିଲେ। ଗାଁ ର ଉନ୍ନତି, ଗାଁଲୋକଙ୍କ ସଶକ୍ତିକରଣରେ ମୁଖ୍ୟମନ୍ତ୍ରୀ ଭିଡିଓ କନ୍ଫରେନ୍ସି ମାଧ୍ୟମରେ ଜନସାଧାରଣଙ୍କ ସହିତ ବିକାଶ ରସଫଳତା ବିଷୟରେ କଥାବାର୍ତ୍ତା କରିଥିଲେ। ପଞ୍ଚାୟତ ପ୍ରତିନିଧିମାନେ ଉପସ୍ଥିତ ରହି ଆମ ଗାଁ ଆମ ବିକାଶ କାଯ୍ୟକ୍ରମ ଟିଭିରେ ଦେଖିଥିଲେ। ଏବିଡିଓ ମଧୁସୂଦନ ମହାରଣା ତ୍ରୀସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା ଓ ନାରୀ ସଶକ୍ତିକରଣରେ ବିଜୁବାବୁଙ୍କ ଭୂମିକା ବିଷୟରେ ଆଲୋକ ପାତ କରିଥିଲେ। ବ୍ଲକ କୃଷି ଅଧିକାରୀ ବାବୁଲି ଚରଣ ସେଠୀ କୃଷିର ସଫଳତା ବିଷୟରେ ଅବଗତ କରାଇଥିଲେ। ବିଭିନ୍ନ ବିଭାଗର କର୍ମଚାରୀ ନିଜ ବିଭାଗର ସଫଳତା ବିଷୟରେ ଆଲୋକପାତ କରି ଥିଲେ। ସିଡିପିଓ, ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ, ବ୍ଲକ କର୍ମଚାରୀ ଉପସ୍ଥିତ ଥିଲେ। ସେହିପରି ପ୍ରତି ପଞ୍ଚାୟତରେ ଏହି ଦିବସ ପାଳନ କରିଥିଲେ।

Leave a Reply

Your email address will not be published. Required fields are marked *