ବ୍ଲକ ଶିକ୍ଷା ଅଧିକାରୀଙ୍କ କର୍ଯ୍ୟାଳୟରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ

ହାଟଡ଼ିହି, ୨୩/୮/ : (ଓଡ଼ିଆ ପୁଅ/ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଚତୁପାଶ୍ୱର୍ଟି ଅଇଳା ଆବର୍ଜନା ଓ ଘଞ୍ଚ ଜଂଗଲରେ ପରିପୁର୍ଣ୍ଣ ହୋଇପଡିଥିବାବେଳେ ବ୍ଲକ ଶିକ୍ଷା ଅଧିକାରୀ ଗୁଣନିଧୀ ଦାସଙ୍କ ପରାମର୍ଶ କ୍ରମେ ଆଜି ବିଇଓ ଅଫିସର ସମସ୍ତ କର୍ମଚାରୀ ଓ ଅଧିକାରୀ ମାନଙ୍କ ଉଦ୍ୟମ କ୍ରମେ ଅଫିସ କାର୍ଯ୍ୟଳୟଟି ସଫେଇ କରାଯାଇ ପରିସ୍କାର ପରିଛନ୍ନ କରାଯାଇଛି। ବିଇଓ ଗୁଣନିଧି ଦାସ, ଏବିଇଓ ତପୋଧନ ସ୍ୱାଇଁ, ଏବିଇଓ ସୁରେଶ ଜେନା, ଟି.ସି ଅବିନାଶ ରାଉତ, ମୁଖ୍ୟ କିରାଣୀ କୃଷ୍ଣଚନ୍ଦ୍ର ସାହୁ, ସିଆରସିସି ନାରାୟଣ ସାହୁ, ବିଷ୍ଣୁ ପ୍ରସାଦ ସାହୁ, ନରେନ୍ଦ୍ର କୁମାର ମହାରଣା, ବାଳକୃଷ୍ଣ ଦାସ, ବୃନ୍ଦାବନ ବେହେରା, ଶ୍ରୀକାନ୍ତ ସେଠୀ, ଅକ୍ଷୟ କୁମାର ଖଟୁଆ, ରବିନ୍ଦ୍ର କୁମାର ଜେନା, ଦେବେନ୍ଦ୍ର ନାଥ ସା, ପ୍ରଭାକର ବେହେରା, ରତ୍ନାକର ସାହୁ, ଶଙ୍କର୍ଷଣ ଜେନା, ହରେକୃଷ୍ଣ ଦାସ, ଗଜେନ୍ଦ୍ର କୁମାର ସେଠୀ, ବିଘ୍ନରାଜ ଜେନାଙ୍କ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ସମେତ ସମସ୍ତ କର୍ମଚାରୀ ଏହି ଅଭିଯାନରେ ସାମିଲ ହୋଇ କାର୍ଯ୍ୟାଳୟର ଚାରିପାଖ ସଫା ସୁତୁରା କରିଥିଲେ। ତୁରନ୍ତ ଚତୁଃପାଶ୍ୱର୍କୁ ତାରବାଡା ଦ୍ୱାରା ଘେରାଉ କରାଯିବାର ନିଷ୍ପତି ନିଆଯାଇଥିବା ବିଇଓ କହିଛନ୍ତି।

Leave a Reply

Your email address will not be published. Required fields are marked *