ବ୍ଲକ ଯୁବ ବିଜେଡ଼ି ପଦପଦବୀ ଘୋଷଣା

ତିର୍ତ୍ତୋଲ୦୯.୦୧(ଓଡ଼ିଆ ପୁଅ/ଟୁକନ ସେଠୀ) –ବିଜୁ ଜନତା ଦଳର ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ବିଜୁ ଯୁବଜନତା ଦଳକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ଜଗତସିଂହପୁର ଯୁବ ବିଜେଡି କମିଟି ଗଠନ କରିଛନ୍ତି। ତିର୍ତୋଲ ଅଂଚଳର ଜଣାଶୁଣା ଯୁବ ସଂଗଠକ ରଶ୍ମିରଂଜନ ଚୌଧୁରୀ, ସ୍ମୃତି ରଞ୍ଜନ ନାୟକଙ୍କୁ ଜଗତସିଂହପୁର ଜିଲ୍ଲା ଯୁବ ବିଜେଡି ସଂପାଦକ, ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ଯୁବ ବିଜେଡ଼ି ସଭାପତି ସୁବ୍ରତ ଦାଶ ଓ ବ୍ଲକ ବିଜେଡ଼ି ଯୁବ ସଭାପତିଭାବେ ରଞ୍ଜିତ କୁମାର ଜେନାଙ୍କୁ ମନୋନିତ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଦଳର ଜିଲ୍ଲା ସଭାପତି ଅନୁମୋଦନ କ୍ରମେ ବିଜୁ ଯୁବ ଜନତା ଦଳର ଜିଲ୍ଲା ସଂପାଦକ ଦାୟୀତ୍ୱ ନେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କ ସହିତ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ତଥା ଜିଲ୍ଲା ବିଜେଡି ସଭାପତି ବିଷ୍ଣୁଚରଣ ଦାସ, ପାରାଦୀପ ବିଧାୟକ ଡ.ଦାମୋଦର ରାଉତ, ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ଏରସମା ବାଲିକୁଦା ବିଧାୟକ ପ୍ରଶାନ୍ତ ମୁଦୁଲି, ତିର୍ତୋଲ ବିଧାୟିକା ଡ. ରାଜଶ୍ରୀ ମଲ୍ଲିକ ଏବଂ ଜଗତସିଂହପୁର ସାଂସଦ ଡ. କୁଳମଣି ସାମଲଙ୍କୁ କୃତଜ୍ଞତା ଜଣାଇବା ସହିତଯୁବ ବିଜେଡି ସଭାପତି ଅମରେଶ ପାତ୍ରି, କଟକ ଜୋନ ବିଜୁ ଯୁବଜନତା ଦଳ ସଭାପତି ଶିଶିର ପରିଜା, ଜଗତସିଂହପୁର ଯୁବ ବିଜେଡି ସଭାପତି ଅମରେନ୍ଦ୍ର ଦାସଙ୍କୁ ଧନ୍ୟବାଦ ଦେଇଛନ୍ତି।

Leave a Reply

Your email address will not be published. Required fields are marked *