କେନ୍ଦୁଝର

ବ୍ଲକ ବିଜେଡି ପକ୍ଷରୁ ପଞ୍ଚାୟତ ସ୍ତରୀୟ ବୈଠକ

ହରିଚନ୍ଦନପୁର, ୨୪ ସେପ୍ଟେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) ଆଗାମୀ ନିର୍ବାଚନକୁ ଆଖି ଆଗରେ ରଖି ସ୍ଥାନୀୟ ବ୍ଲକ ବିଜେଡି ପକ୍ଷରୁ ପଞ୍ଚାୟତ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ସୂଚନା ଅନୁଯାୟୀ ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ସୁନାପେଣ୍ଠ ଗ୍ରାମ ପଞ୍ଚାୟତରେ ବିଜୁ ଜନତା ଦଳ ପକ୍ଷରୁ ପଞ୍ଚାୟତ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଉଯାଇଛି। ଉକ୍ତ ବୈଠକ ହିତୀକୃଷ୍ଣ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମୁଖ୍ୟ ଅତିଥି ଭାବେ ତେଲକୋଇ ନିର୍ବାଚନର ପୂର୍ବତନ ବିଧାୟକ ତଥା ଲଢୁଆ ନେତା ପ୍ରେମାନନ୍ଦ ନାଏକ, ସମ୍ମାନୀତ ଅତିଥି ଭାବେ ୩୨ ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟ ଅମର କୁଅଁର, ବ୍ଲକ ସଭାପତି ପାଦାମ୍ବୁଜ ସାହ, ବ୍ଲକ ଚେୟାରମ୍ୟାନ ସୁରେଶ ଦେହୁରୀ, ନିରଞ୍ଜନ ଦାସ, ଯୁବ ସଭାପତି ଉତମ ବିଶ୍ୱାଳ, ବରିଷ୍ଠ କର୍ମୀ ନିତ୍ୟାନନ୍ଦ ସାହୁ, କ୍ଷେତ୍ରବାସୀ ସାହୁ, ଋଷିକର ସାହୁ, ପୂର୍ବତନ ଜିଲ୍ଲା ପରିଷଦ ଦ୍ରୋଣ ନାଏକ, ସରପଞ୍ଚ ମେଚ ମୁଣ୍ଡା, ସଭ୍ୟ ଗୋଲଖ ମହାନ୍ତ, ୱାଡମେମ୍ବର ବିଜୟ ସାହୁ, ଡମ୍ବରୁଧର ମହାନ୍ତ, କୁଶ ମହାନ୍ତପ୍ରମୁଖ ଉପସ୍ଥିତ ରହିଥିଲେ। ଏହି କାର୍ଯ୍ୟକ୍ରମରେ ସୁନାପେଣ୍ଠ ଗ୍ରାମ ପଞ୍ଚାୟତର ଶତାଧିକ ବିଜେଡି କର୍ମୀ ସହ ଗ୍ରାମବାସୀ ଯୋଗ ଦେବା ସହ ସହଯୋଗ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top