ପୁରୁଷୋତ୍ତମପୁର,୨୯/୮: (ଓଡିଆପୁଅ/ସୁଦାମ ମହାରଣା) ପୁରଷୋତ୍ତମପୁର ବ୍ଲକ ଅନ୍ତର୍ଗତ ପାଣ୍ଡିଆ ଗ୍ରାମସ୍ଥିତ ଭୂୟାଁ ଦେବୀ ମନ୍ଦିର ପ୍ରାଙ୍ଗଣରେ ବ୍ଲକ ବିଜେଡି ସଭାପତି ଦିଗାମ୍ବର ପାଣିଗ୍ରାହୀଙ୍କ ସଭାପତିତ୍ବ ଏକ କର୍ମୀ ସମ୍ମଳନୀ ଅନୁଷ୍ଠିତ ହୋଇଯାଇଛି।ଏହି ସମ୍ମିଳନୀରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ନେହ ଲତାପଣ୍ଡା, ଜିଲ୍ଲା ବିଜେଡି ସମ୍ପାଦକ ଜଗନ୍ନାଥ ସାବତ, ଭୀଷ୍ମ ଚାର୍ଯ୍ୟ ଚୌଧୁରୀ (ମିଡ଼ିଆ ସେଲ), ସୁରେଶ ଚନ୍ଦ୍ର ତ୍ରିପାଠୀ (ୱଟସ ଆପ୍ ସେଲ),ଜିଲ୍ଲା ବିଜେଡି ଉପସଭାପତି ଅରୁଣ କୁମାର ପଣ୍ଡା, ଜିଲ୍ଲା ପରିଷଦ ସଭ୍ୟ ପି.ନାରାୟଣ ରାଓ, ଯୁବ ବିଜେଡି ଉପ ସଭାପତି ନିର୍ମଳ ଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ରହି ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଜନସାଧାରଣଙ୍କୁ ଅବଗତ କରାଇବା ପାଇଁ ଗୁରୁତ୍ୱ ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଗୋପାଳ ଦୋରା, ପିଣ୍ଟୁ ସାବତ, ଶ୍ୟାମ ସୁନ୍ଦର ଦାଶ, ଭଜମନ ବେହେରା, ଆଭା ପରିଡା, ରବି ବେହରା,ବାବୁ ବସ୍ତିଆ ଓ ଶତାଧିକ ବିଜେଡି କର୍ମୀ ଉପସ୍ଥିତ ଥିଲେ।

Loading...